ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ୨ଟି ପାଲଲହଡ଼ା ଓ ଛେଣ୍ଡିପଦା ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି। ପାଲଲହଡ଼ାରୁ ବିଜେଡି ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ମୁକେଶ ପାଲଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛେଣ୍ଡିପଦା ପାଇଁ ମଧ୍ୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନାମ ଘୋଷଣା କରାଯାଇଛି। ତେବେ ଅନ୍ୟ ୩ ନିର୍ବାଚନମଣ୍ଡଳୀ ଅନୁଗୋଳ, ତାଳଚେର ଓ ଆଠମଲ୍ଲିକରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ପ୍ରକାଶ କରାଯାଇ ନାହିଁ। କେଉଁ କାରଣରୁ ଏହି ୩ଟି ନିର୍ବାଚନ ମଣ୍ଡଳରେ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖାଗଲା ତାହାକୁ ନେଇ ଜିଲାରେ ନାନା ଚର୍ଚ୍ଚା ଚାଲିଛି।
ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ସୁଶାନ୍ତ କୁମାରଙ୍କ ଉପରେ ପୂଣି ଭରସା କରି ତାଙ୍କୁ ପୂର୍ଣ୍ଣବାର ଟିକେଟ୍‌ ପ୍ରଦାନ କରିଛି। ତୃତୀୟ ଥର ପାଇଁ ସେ ଟିକେଟ୍‌ ପାଇଥିତ୍ବାରୁ ସ୍ଥାନୀୟ ଅଞ୍ଚଳର କର୍ମୀଙ୍କ ମହଲରେ ଉତ୍ସାହ ଖେଳିଯାଇଛି। ସେହିଭଳି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମୁକେଶ ପାଲଙ୍କ ଉପରେ ଦଳ ପୂର୍ଣ୍ଣବାର ଭରସା କରିଛି। ସେ ୨୦୧୯ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ତେଣୁ ଦଳର ଗୁଡ୍‌ବୁକ୍‌ରେ ସେ ଥିବାରୁ ତାଙ୍କୁ ପୁଣି ଦଳୀୟ ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି। ତେବେ ଝୁଲି ରହିଥିବା ଅନୁଗୋଳ ନିର୍ବାଚନମଣ୍ଡଳୀରେ ଏଥର ଦଳ ନୂଆ ପ୍ରାର୍ଥୀ ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଏପରି ହୁଏ ତା’ହେଲେ ଏଠାରେ ଦୀର୍ଘବର୍ଷ ଧରି ଚାଲିଥିବା ପରିବାରବାଦ ରାଜନୀତିରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଦଳ ନୂଆ ମୁହଁ ସନ୍ଧାନରେ ଥିବାରୁ ଏଠାରେ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରାଯାଇଥିବା ରାଜନୀତି ସମୀକ୍ଷକମାନେ କହିଛନ୍ତି। ସେହିପରି ତାଳଚେରରେ ଦଳର ଟାଣୁଆ ନେତା ତଥା ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କୌଣସି ବିକଳ୍ପ ନ ଥିବାବେଳେ ସେଠାରେ କାହିଁକି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ତାହା ଆଲୋଚନାର ବିଷୟ ହୋଇଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ କିଛି ମାସ ହେବ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରାଧାନ୍ୟ ବଢ଼ିଥିବା କୁହାଯାଉଛି। ଏପରି କି ଅନୁଗୋଳରେ ବିଭିନ୍ନ ସମୟରେ ନିଜସ୍ବ ପାଣ୍ଠିରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିବା ହେଉ, କିମ୍ବା ବିଭିନ୍ନ ସଙ୍ଗଠନ ସହ ଆତଯାତ ହେଉ, ତାଙ୍କୁ ଅନେକ ସମୟରେ ଅନୁଗୋଳରେ ଦେଖିତ୍ବାକୁ ମିଳୁଛି। ଏଭଳି କି ତାଙ୍କ କର୍ମୀମାନେ ମଧ୍ୟ ଅନୁଗୋଳରେ ବେଶ୍‌ ସକ୍ରିୟ ରହିଛନ୍ତି। ତେଣୁ ଅନୁଗୋଳ ଉପରେ ତାଙ୍କର ନଜର ଥିବା କଥା ମଧ୍ୟ କୁହାଯାଉଛି। ସେପଟେ ଦଳର ନେତୃବୃନ୍ଦ ଯେଉଁ ନିଷ୍ପତ୍ତି ନେବେ ବିଜେଡି ନେତାମାନେ ତାକୁ ଗ୍ରହଣ କରିବେ ବୋଲି ଦଳର କେତେଜଣ ନେତା କହିଛନ୍ତି। ସେହିପରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଏବେ ବିଜେଡି ଦୁଇଗୋଷ୍ଠୀ ହୋଇଯାଇଛି। ଗୋଟିଏ ଗୋଷ୍ଠୀକୁ ବିଧାୟକ ରମେଶ ସାଏ ଓ ଅନ୍ୟ ଗୋଷ୍ଠୀକୁ ବରିଷ୍ଠ ନେତା ନଳିନୀ ପ୍ରଧାନ ପରିଚାଳନା କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା ଆସନ ଅଧୀନରେ ଆସୁଥିବାରୁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଜପା ଏବଂ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ସମ୍ବଲପୁରରୁ ପ୍ରାର୍ଥୀ କରିଥିବାରୁ ଦଳ ଏଠାରେ ଦେଖିଚାହିଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri