ଯାଯାବର, ମନ ମୋର..

ଅନୁଗୋଳ ଅଫିସ, ୨୧ା୧: ଯାଯାବର, ମନ ମୋର.., ଏକ୍‌ ହୋ ଗୟେ ହମ୍‌ ଔର ତୁମ୍‌.., ଟିକ୍‌ ଟିକ୍‌ ହୁଏ ମୋ ଛାତି.., କମଲି କମଲି..। ଓଲିଉଡ୍‌ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଝରିପଡ଼ିଥିବା ଏହିସବୁ ଚିର ସବୁଜ ଗୀତ ଶୁକ୍ରବାର ଅନୁଗୋଳ ଷ୍ଟାଡିୟମରେ ସୃଷ୍ଟି କରିଥିଲା ଭିନ୍ନ ପରିବେଶ। ଶୀତ କାକର ରାତିକୁ ଭରିଦେଇଥିଲା ଉଷ୍ମତାରେ। ଭିଜାଇ ଦେଇଥିଲା ଦର୍ଶକଙ୍କ ମନ ଓ ଦୃଦୟକୁ।
ଅନୁଗୋଳ ଜିଲା ମହୋତ୍ସବର ତୃତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ପାରମ୍ପରିକ ଲୋକକଳାରୁ। ପ୍ରସନ୍ନ ମହାପାତ୍ରଙ୍କ ନେତୃତ୍ୱରେ ପାଲଲହଡାର କଳାକାରମାନେ ପରିବେଷଣ କରିଥିଲେ ଡାଲଖାଇ ନୃତ୍ୟ। ଏହାପରେ ମୁଣ୍ଡା ସମ୍ପ୍ରଦାୟର କଳାକାରମାନେ ହୋ ନୃତ୍ୟ ପରିବେଷଣ କରିଥିଲେ। ଯୁଗେଶ୍ବର ହେସାଙ୍କ ନେତୃତ୍ୱରେ କଳାକାରମାନେ ନମାଘ ପର୍ବର ନୃତ୍ୟ ପ୍ରଦର୍ଶନ କରିଥିଲେ। ପାଲଲହଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଆସିଥିବା ଏହି କଳାକାରମାନେ ସେମାନଙ୍କ ନୃତ୍ୟକଳାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଏହାପରେ ମଞ୍ଚକୁ ଆସିଥିଲେ ଓଲିଉଡ୍‌ର ଚର୍ଚ୍ଚିତ କଣ୍ଠଶିଳ୍ପୀ ଗୌତମ ଗିରି। ଓଡ଼ିଆ ସିନେମାର କାଳଜୟୀ ଗୀତ ଯା ଯା ବର ମନ ମୋର..ରୁ ସେ ଆରମ୍ଭ କରିଥିଲେ ସଙ୍ଗୀତ ପରିବେଷଣ। ଏହାପରେ ସେ ଶୁଣାଇଥିଲେ ଅନେକ ଚିର ସବୁଜ ଗୀତ। କେବଳ ଗୌତମ ନୁହନ୍ତି ଓଲିଉଡ୍‌ର ଅନ୍ୟତମ ଗାୟିକା ଭାଗ୍ୟଶ୍ରୀ ମଧ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କ କଣ୍ଠରୁ ଝରିପଡ଼ିଥିଲା ଟିକ୍‌ ଟିକ୍‌ ହୁଏମୋ ଛାତି କିଏ ସେ ଭରିଛି ମୋ ଦେହେ ତାତି.., କମିଲି କମଲି… ଆଦି ସଙ୍ଗୀତ। ସେହିପରି ଓଲିଉଡ୍‌ ମେଲୋଡି କୁଇନ ମନସ୍ବିନୀ ହାମେ ତୋ ଲୁଟ୍‌ ଲିୟା ଇସ୍କ ବାଲୋନେ.., ଆଜ୍‌ ବ୍ଲୁ ହେ ପାନି ପାନି.. ଆଦି ସଙ୍ଗୀତ ପରିବେଷଣ କରିବା ବେଳେ ପୂରା ଷ୍ଟାଡିୟମ ଯେପରି ନାଚି ଉଠିଥିଲା। ଏହାପରେ ମଞ୍ଚକୁ ଆସିଥିଲେ ମୁଖ୍ୟ ଆକର୍ଷଣ ବଲିଉଡ କଣ୍ଠଶିଳ୍ପୀ ରାଜ୍‌ ବର୍ମାନ।
ତୁ ମିଲ ତା ମୁଝେ.., ମେରେ ଡୋଲ ଜୁଦାଇଁ କି.., ତୁମ ଯୋ ମିଲା ମେ ହୋ ଗୟା କାବିଲ.. ଆଦି ଗୀତରେ ଦର୍ଶକଙ୍କୁ ଝୁମାଇ ଦେଇଥିଲେ। ମଞ୍ଚରେ ଜୟ ଜଗନ୍ନାଥ କହିବା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ତୃତୀୟ ସନ୍ଧ୍ୟାର ଶେଷ କଳାକାର ଭାବେ ବଲିଉଡ୍‌ ରାପର୍‌ ଆର୍‌ ସି ଆର୍‌ ଷ୍ଟେଜ ଉପରକୁ ଆସିବା ସହ ନିଜ ରାପ୍‌ ସଙ୍ଗୀତରେ ଦର୍ଶକଙ୍କୁ ମତୁଆଲା କରିଦେଇଥିଲେ। ବିଳମ୍ବିତ ରାତିଯାଏ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସହସ୍ରାଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri