ବର୍ଷା-ଅନୁଭବଙ୍କୁ ତାଗିଦ୍‌ କଲେ ହାଇକୋର୍ଟ

କଟକ ଅଫିସ,୨୭।୫: ପାରିବାରିକ ବିବାଦ ମାମଲାରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ। ଉଭୟଙ୍କୁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ରଖିବାକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବା ସହ ଆଉ କିଛି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ହାଇକୋର୍ଟ କହିଛନ୍ତି। ଏଥିସହ ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ଅନୁଭବ ଲଗାତର ତିନୋଟି ଭିଡିଓ କରି ବର୍ଷାଙ୍କ ଉପରେ ଖୁବ ବର୍ଷିଥିଲେ। ଏହାକୁୁ ନେଇ ସୋସିଲ ମିଡିଆରେ ଉଭୟଙ୍କ ପ୍ରଶଂସକ ମୁହାଁମୁହିଁ ହୋଇଥିଲେ। ବର୍ଷାଙ୍କ ବାବଦରେ ଅନୁଭବ ଅନେକ କଟୁ ଟିପ୍ପଣୀ ଦେବା ସହ ତାଙ୍କର ନାରୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଫଳରେ ବର୍ଷା ପ୍ରଥମେ ପୁରୀ ଘାଟ ଥାନାକୁ ଯାଇ ଅନୁଭବଙ୍କ ବିରୋଧରେ ଏତଲା ଦେଇଥିଲେ। ଅନୁଭବଙ୍କ ଏଭଳି ଭିଡ଼ିଓ ପାଇଁ ତାଙ୍କ ମାନହାନି ହୋଇଛି ବୋଲି ବର୍ଷା ଅଭିଯୋଗ କରିଥିଲେ। ଏପରିକି ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟ ଯାଇଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କ ନାମରେ ହେଉଥିବା ଅପପ୍ରଚାର ବନ୍ଦ ପାଇଁ ସେ ପିଟିଶନ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ ୫ରୁ ଭର୍ଚୁଆଲ୍‌ ମୋଡ୍‌ରେ ଚାଲିବ ହାଇକୋର୍ଟ

କଟକ ଅଫିସ୍‌,୧।୪: ଏଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।...

ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା...

ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ...

ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ...

ଘଡ଼ଘଡ଼ି ସହ ବର୍ଷା: ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ସୋମବାର ରାଜ୍ୟର ୫ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି...

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ...

ସରକାରଙ୍କ ଆନ୍ତରିକତା ନ ଥିଲା; ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ: ବିଜୟ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଓଡ଼ିଶା ଇତିହାସରେ ଗୁରୁବାର ସ୍ମରଣୀୟ ଦିନ...

ଏହିସବୁ ଅଭିନେତ୍ରୀ କରୁଥିଲେ ଡ୍ରଗ୍ସ କାରବାର

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ନାଁ...

Advertisement
Archives

Model This Week