ବର୍ଷାଙ୍କୁ ଅନୁଭବଙ୍କ ୩ ଚ୍ୟାଲେଞ୍ଜ

କଟକ ଅଫିସ,୨୫ା୫: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ବିବାଦ। ୟୁଟ୍ୟୁବ୍‌ରେ ଅନୁଭବ ଗତ ଗୁରୁବାର ଏବଂ ଶନିବାର ଦୁଇଟି ଭିଡିଓ ଛାଡ଼ି ଅକୁଥା ସତ ଭାବେ ଅନେକ କଥା କହିଥିଲେ। ହେଲେ ସେଥିରେ ବର୍ଷା ତାଙ୍କ ସମ୍ମାନ ଏବଂ ଚରିତ୍ରହାନି ହେଉଥିବା ଏବଂ ନାରୀତ୍ୱ ପ୍ରତି ଅପମାନ ହେଉଥିବା ଦର୍ଶାଇ ରବିବାର ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ଅନୁଭବ ପୁଣିଥରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ୟୁଟ୍ୟୁବ ଆକାଉଣ୍ଟରେ ‘ଅକୁହା ସତ’ ପାର୍ଟ-୩ ଅପ୍‌ଲୋଡ୍‌ କରି ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓରେ ସେ ଖୋଲାଖୋଲି ଭାବେ ବର୍ଷାଙ୍କୁ ଅଲଗା ହୋଇଯିବାକୁ କହିଛନ୍ତି। ଏଥିସହ ଅନୁଭବ ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇ ସାହସ ଅଛି ଯଦି ଏହାକୁ ଗ୍ରହଣ କର ବୋଲି କହିଛନ୍ତି। ତାହାହେଲା ମେଡିକାଲ ଟେଷ୍ଟ, ଫରେନ୍‌ସିକ୍‌ ଲାବ୍‌ରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ପଲିଗ୍ରାଫି ବା ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ବର୍ଷାଙ୍କୁ ଆହ୍ବାନ ଦେଇଛନ୍ତି।
ଅନୁଭବ କହିଛନ୍ତି, ସ୍ବାମୀ-ସ୍ତ୍ରୀ ବିବାଦ ସେ ନୁହେଁ, ବର୍ଷା ପଦାକୁ ଆଣିଛନ୍ତି। ଦୁଇ ପରିବାରର ମର୍ଯ୍ୟାଦାହାନି ନ ହେବା ପାଇଁ ସେ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଦୁଇ ଜଣ ସେଲିବ୍ରେଟି ହୋଇଥିବାରୁ ସମ୍ମାନହାନିକୁ ରୋକିବା ପାଇଁ ସେମାନଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ଗଣମାଧ୍ୟମରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ୍‌ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ। ସେ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ବର୍ଷା ତାହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି। ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ମିଛ ବୋଲି ସେ କହିଛନ୍ତି।
ବିବାହ ବିଚ୍ଛେଦ ନେଇ ଅନୁଭବ କହିଛନ୍ତି, ‘ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଆମ ଉଭୟଙ୍କ ପାଇଁ ଭଲ। କେସ୍‌ ଲଢ଼ିଲେ କାହାକୁ କିଛି ମିଳିବନି। କେସ୍‌ରେ ଜଣେ ଜିତିବ, ଜଣେ ହାରିବ। ହେଲେ ଜୀବନରେ କେହି ଜିତିପାରିବାନାହିଁ।’
ବର୍ଷାଙ୍କ ଅଭିଯୋଗ ସଂକ୍ରାନ୍ତରେ ଅନୁଭବ କହିଛନ୍ତି, ‘ମୁଁ ତାଙ୍କ ବିରୋଧରେ ଅପ୍ରପଚାର କରୁଛି, ତାଙ୍କ ନାରରତ୍ୱକୁ ଅପମାନିତ କରିଛି, ତାଙ୍କ ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା କରୁଛି। ଏପରିକି ମୁଁ ତାଙ୍କୁ ବାଟଘାଟ ଚଲାଇ ଦେଉନି, ଧମକ ଦେଇଥିଲି। ୮ ବର୍ଷ ହେଲା ଯଦି ସେ ଏତେ ନିର୍ଯାତିତା ହେଉଥିଲେ, କାହିଁକି କେଉଁ ଥାନାରେ ଅଭିଯୋଗ କରି ନ ଥିଲେ। ମୁଁ ଡିଭୋର୍ସ ଫାଇଲ କରିବା ପରେ ସବୁ ନିର୍ଯାତନା କଥା ମନେପଡ଼ିଲା ଆଉ ଥାନାକୁ ଦୌଡ଼ିଲେ।’ ଏ ସମ୍ପର୍କରେ ବର୍ଷାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri