ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…

ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗ ଦେଇ ଚାଷୀ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ ଅଭିଯୁକ୍ତଙ୍କୁ ଘଣ୍ଟା ଘୋଡ଼ାଯାଉ ନାହିଁ କିମ୍ବା କୌଣସି ପ୍ରତିରକ୍ଷାତ୍ମକ ପଦକ୍ଷେପ ଭାଜପା ସରକାର ଗ୍ରହଣ କରୁ ନ ଥିବା ସୂୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ ଏଭଳି କହିଛନ୍ତି। ଭାରତର ଭାଜପା ସରକାର ଏହି ଘଟଣାରେ ପ୍ରତିରକ୍ଷାତ୍ମକ ପଦକ୍ଷେପ ଅବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା। ସେହିପରି ଚାଷୀ ଆନ୍ଦୋଳନ ନେଇ ସେ ଉତ୍ତର ଦେଇ କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟାରୀ କମିଟି କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉଛି। କୃଷି ଆଇନ ନେଇ ପାର୍ଲାମେଣ୍ଟର ବିସ୍ତୃତ ଆଲୋଚନା କରାଯାଇଥିବା ସେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ...

ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ

ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ।...

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଶାନ୍ତି ନୋବେଲ ପୁରସ୍କାର

ଷ୍ଟକହୋମ୍‌,୧୧।୧୦: ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲିଙ୍କୁ ଶାନ୍ତି ପାଇଁ ୨୦୧୯ର ନୋବେଲ ପୁରସ୍କାର ଦିଆଯାଇଛି। ଇଥିଓପିଆର ଚୀର ଶତ୍ରୁ ଇରିଟ୍ରିଆ ସହ ଚାଲିଥିବା ସଂଘର୍ଷର...

ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌, ପଠାଇଥିଲେ ଏମିତି ମେସେଜ

ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍‌କୁ ବୋରିସ୍‌ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍‌ କମିଙ୍ଗ୍‌ସ...

ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌...

ପଢ଼ା ଛାଡ଼ି ବିଛା ଧରୁଥିଲେ ଯୁବକ, ଏବେ କୋଟି କୋଟି ଟଙ୍କାର ମାଲିକ

ଫଳ ଏବଂ ପନିପରିବା ଚାଷ କରୁଥିବା କୃଷକମାନଙ୍କ ବ୍ୟବସାୟ ସଫଳତା ବିଷୟରେ ଆପଣ ଶୁଣିଥିବେ। ମାତ୍ର ବିଶ୍ୱରେ ଜଣେ ଏପରି ଯୁବକ ଅଛନ୍ତି, ଯିଏକି କଙ୍କଡ଼ା...

ଉତ୍ତପ୍ତ ହେଉଛି ଉତ୍ତର ମେରୁ

ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍‌)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ...

Advertisement


Archives

Model This Week