ଗୁଣାଦେଳରେ ପୁଣି ଅଜଣା ଜନ୍ତୁ ଆତଙ୍କ

କଣ୍ଟାପଡା,୧୫।୩ (ଡି.ଏନ୍‌.ଏ.): ଗତ ୪ଦିନର ବ୍ୟବଧାନ ପରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ପଞ୍ଚାୟତସ୍ଥିତ ଗୁଣାଦେଳ ଗ୍ରାମ ଠାକୁରା ପୋଖରୀ ସାହିରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ ୨ଜଣ ଚାଷୀଙ୍କର ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଗତ ୯ତାରିଖ ରାତିରେ ଗ୍ରାମର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢାଙ୍କ ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ଯଯ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସେହି ଗ୍ରାମର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ୧ଟି ମେଣ୍ଢା ଗୁରୁତର ଅବସ୍ଥାରେ ଅଛି। ଖବରପାଇ କଣ୍ଟାପଡା ପ୍ରାଣୀ ଚିକିତ୍ସାକେନ୍ଦ୍ର କର୍ମଚାରୀ, ଫୁଲନଖରା ବନ ବିଭାଗ ବନରକ୍ଷୀ ସୁଜାତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଗୁଡିକୁ ବ୍ୟବଚ୍ଛେଦ କରି ନିକଟସ୍ଥ ଦଣ୍ଡାରେ ପୋତି ଦେଇଥିବା ଜଣାପଡିଛି। ଗତ ୯ତାରିଖ ରାତିରେ ଉକ୍ତ ଗଁାରେ ଅଷ୍ଟମ ପ୍ରହର ନାମଯଜ୍ଞ ଚାଲୁଥିବାବେଳେ ବିଳମ୍ବିତ ରାତିରେ ବାବାଜୀଙ୍କ ଗୁହାଳରେ ଅଜଣାଜନ୍ତୁ ପଶି ୨୦ଟି ମେଣ୍ଢାଙ୍କୁ ମାରି ଦେଇଥିଲା। ସକାଳେ ପରିବାର ଲୋକ ଏହା କୁକୁରଙ୍କ କାମ ଭାବି ମେଣ୍ଢାଗୁଡିକୁ ପୋତି ଦେଇଥିଲେ। କିଛିଦିନର ବ୍ୟବଧାନ ପରେ ପୁନର୍ବାର ସୋମବାର ରାତିରେ ଗୋକୁଳାନନ୍ଦଙ୍କ ଗୁହାଳ କବାଟ ବନ୍ଦ ଥିବାସତ୍ତ୍ୱେ ଭିତରେ ମେଣ୍ଢାଗୁଡିକ ବୀଭତ୍ସଭାବେ ମରିପଡିଥିବା ଦେଖି ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମେଣ୍ଢା ପାଳନ ପରିବାରର ଆର୍ଥତ୍କ ମାନଦଣ୍ଡ ଥିବାରୁ ସେମାନେ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଏ ନେଇ ବନରକ୍ଷୀ ସୁଜାତା ନାୟକ କୁହନ୍ତି, ମେଣ୍ଢାଗୁଡିକ ଅଜଣାଜନ୍ତୁର ଆକ୍ରମଣର ଶିକାର ହୋଇଛନ୍ତି କି’ ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ। ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା

ମାଧପୁର, ୨୫।୩(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...

ନ୍ୟାୟ ଦେବାରେ ପୋଲିସର ପକ୍ଷପାତିତା

ପାଣିକୋଇଲି,୨୪।୧୧(ଡି.ଏନ.ଏ.): ଦଳିତଙ୍କୁ ନିର୍ଯାତନା ଓ ପୋଲିସର ପକ୍ଷପାତିତା ନୀତି ବିରୋଧରେ ଜିଲା ଦଳିତ ସଂଘ ପକ୍ଷରୁ ମଙ୍ଗଳବାର ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ...

‘ସାଧାରଣ ଜନତାଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ’

ଢେଙ୍କାନାଳ ଅଫିସ,୧୧।୧: ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ମିନି ଷ୍ଟାଡିୟମ୍‌ ପରିସରରେ ମଙ୍ଗଳବାର ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ...

ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା

ଠାକୁରମୁଣ୍ଡା,୪।୧(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର...

ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ

ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର...

ବାଲିପଠା ନାହିଁ, ଆସିଲେନି ବିଦେଶୀ ପକ୍ଷୀ

ନୟାଗଡ଼ ଅଫିସ/ ଗଣିଆ,୧୬ା୧୨(ଡି.ଏନ୍‌.ଏ.): ନୟାଗଡ଼,ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ଅଂଶ ବିଶେଷକୁ ନେଇ ଗଠିତ ସାତକୋଶିଆ ଅଭୟାରଣ୍ୟ ଦେଇ ପ୍ରବାହିତ ମହାନଦୀର ସୁନାଖଣିଆ ଓ...

୧୦ ଦିନ ତଳୁ ଆସିଛି ବଦଳି ଚିଠି, ଛୁଟି ଦିନରେ ପ୍ରଘଟ:ବଦଳିବେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ଅନୁଗୋଳ ଅଫିସ, ୩।୯ ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନାଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି...

Advertisement
Archives

Model This Week