ବ୍ୟାଙ୍କରେ ପୁଣି ୨୦ ହଜାର କୋଟିର ଠକେଇ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କଗୁଡିକରେ ପୁଣି ୧୯,୯୬୪ କୋଟି ଟଙ୍କାର ଠକେଇ ଖବର ନଜରକୁ ଆସିଛି। ଗତ ୩ ମାସରେ ଏ ନେଇ ମୋଟ ୨,୮୬୭ ମାମଲା ରିପୋର୍ଟ କରାଯାଇଥିବା ଜଣାପଡିଛି। ସୂଚନା ଅଧିକାରୀ କର୍ମୀ ଚନ୍ଦ୍ରଶେଖର ଗୌର ରିଜର୍ଭ ବ୍ୟାଙ୍କକୁ ମାଗିଥିବା ଆର୍‌ଟିଆଇ ସୂଚନାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ରେ ସବୁଠୁ ବେଶି ସଂଖ୍ୟାରେ ଠକେଇ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଜୁନ ମାସ ମଧ୍ୟରେ ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ଏସ୍‌ବିଆଇରେ କେବଳ ୨,୦୫୦ଟି ଠକେଇ ମାମଲା ରିପୋର୍ଟ କରାଯାଇଛି। ଏହି ମାମଲାଗୁଡିକ ସହ ୨୩୨୫.୮୮ କୋଟି ଟଙ୍କା ଜଡିତ ରହିଛି। ସେହିଭଳି ଠକେଇ ଯୋଗୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ବେଶି କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ୟାଙ୍କରେ ୪୭ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଏହା ସହ ୫,୧୨୪.୮୭ କୋଟି ଟଙ୍କା ଜଡିତ ରହିଛି। ସେହିଭଳି କାନାଡା ବ୍ୟାଙ୍କରେ ୩୩ ଠକେଇ ମାମଲାରେ ୩,୮୮୫.୨୬ କୋଟି, ବ୍ୟାଙ୍କ ଅଫ୍‌ ବରୋଦାରେ ୬୦ ମାମଲାରେ ୨୮୪୨.୯୪ କୋଟି, ଇଣ୍ଡିଆନ ବ୍ୟାଙ୍କର ୪୫ ମାମଲାରେ ୧୪୬୯.୭୯ କୋଟି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ୩୭ ମାମଲା ୧୨୦୭.୬୫ କୋଟି ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ୯ ମାମଲାରେ ୧୧୪୦.୩୭ କୋଟି ଟଙ୍କା ଠକେଇ ହୋଇଛି। ଏହି ସମୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୨୩୦ ଠକେଇ ସାମ୍ନାକୁ ଆସିଥିବା ବେଳେ ଏହା ସହ ୨୭୦.୩୫ କୋଟି ଟଙ୍କା ଜଡିତ ରହିଛି। ଏହାବାଦ ୟୁକୋ ବ୍ୟାଙ୍କର ୧୩୦ ମାମଲାରେ ୮୩୧.୩୫ କୋଟି, ସେଣ୍ଟ୍ରାଲ ବ୍ୟାଙ୍କରେ ୧୪୯ ମାମଲା ସାମ୍ନାକୁ ଆସିଥିବା ବେଳେ ୬୫୫.୮୪ କୋଟି, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ୧୬୩.୩ କୋଟି, ୟୁନିୟନ ବ୍ୟାଙ୍କରେ ୪୬.୫୨ କୋଟି ଟଙ୍କା ଠକେଇ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଇଥିବା ଏହା ପ୍ରାଥମିକ ତଥ୍ୟ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri