ଆଉ ଏକ ଖଣି ଦୁର୍ନୀତିର ପୂର୍ବାଭାସ

ଯାଜପୁର ଅଫିସ,୧ା୧୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର, ହରଦେଇପୁର ପ୍ରଭୃତି ଅଞ୍ଚଳରେ ଶନିବାର ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହୋଇଛି। ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୨୦୦ଟନ୍‌ ଚୋରା ଲୁହାପଥର ଜବତ କରାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାଏମା ପାହାଡ଼ ନିକଟରେ ୧ହଜାରରୁ ଊର୍ଦ୍ଧ୍ୱ ଟନ୍‌ ଚୋରା ଲୁହାପଥର ଗଦା ହୋଇଥିବା ମଧ୍ୟ ସୂଚନା ମିଳିଛି। ତେବେ ଏହି ବିପୁଳ ପରିମାଣର ଲୁହାପଥର କେଉଁଠି ଆସିଲା ସେନେଇ ଖଣି ବିଭାଗ ପାଖରେ କୌଣସି ଖବର ନାହିଁ। ଖଣି ବିଭାଗ ପକ୍ଷରୁ ଏନେଇ ଥାନାରେ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ। ବିନା ମାଲିକାନାରେ ଏତେ ପରିମାଣର ଲୁହାପଥର ଗଦା ହେବା ୧୦ବର୍ଷ ତଳର ଖଣି ଦୁର୍ନୀତିର ପୂର୍ବାଭାସ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେକ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଯାଉଥିବା ଏଥିରୁ ସନ୍ଦେହ କରାଯାଉଛି।
ପାଖାପାଖି ୧୦ ବର୍ଷ ତଳେ ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହୋଇଥିବା ଶାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶାହା କମିଶନଙ୍କ ଚଢ଼ାଉ ଭୟରେ ସେତେବେଳେ ଚୋରା ମାଫିଆମାନେ କୋଟି କୋଟି ଟଙ୍କାର ଲୁହାପଥର ଲୁଚାଇ ରଖିଥିଲେ। ସେତେବେଳେ ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ ଭିଜିଲାନ୍ସ ଓ ଖଣି ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପ୍ରାୟ ୨୩,୧୦୦ ମେଟ୍ରିକ ଟନ୍‌ ଲୁହାପଥର ଜବତ କରିଥିଲେ। ରାଜ୍ୟ ସରକାର ଏକାଧିକ ଖଣି କମ୍ପାନୀ ନାମରେ ଡିମାଣ୍ଡ ନୋଟିସ ଦେଇ କିଛି ମାତ୍ରାରେ ଜରିମାନା ଆଦାୟ କରିଥିଲେ। ହେଲେ ୩୪ଖଣି କମ୍ପାନୀ ଖଣି ମନ୍ତ୍ରଣାଳୟର ରିଭିଜନ ଅଥରିଟିର ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାର ଡିମାଣ୍ଡ ନୋଟିସ୍‌ ଜାରି କରିବା ପୂର୍ବରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକୁ କୌଣସି ସୁଯୋଗ ଦିଆଯାଇ ନ ଥିଲା। ଏପରି କି ଖଣି ଲୁଟ ଅଭିଯୋଗ ସମ୍ପର୍କରେ ସତ୍ୟତାର ଯାଞ୍ଚ ନ କରି ମନମୁଖି ଭାବେ ଦର ନିର୍ଣ୍ଣୟ କରାଯାଇଥିଲା ବୋଲି ଦର୍ଶାଇ ରିଭିଜନ ଅଥରିଟି ନିକଟରେ ରହିତାଦେଶ ପାଇଁ ନିବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ସମ୍ପୃକ୍ତ ଖଣି କମ୍ପାନୀଗୁଡ଼ିକଠାରୁ କୌଣସି ଅସୁଲ ନ କରିବାକୁ ରହିତାଦେଶରେ ନିର୍ଦ୍ଦେଶ ହୋଇଥିଲା। ଫଳରେ ଡିମାଣ୍ଡ ନୋଟିସ ତାଲିକାରେ ଥିବା କେତେକ ଖଣି କମ୍ପାନୀ ଏବେ ପୁଣି ଖଣି ଲିଜ୍‌ ହାତେଇବାରେ ସଫଳ ହୋଇଛନ୍ତି। ଏପରି କି କେତେକ କମ୍ପାନୀ ଚଞ୍ଚକତା କରି ଚୋରା କାରବାର ଚଳାଇଥିବା ସନ୍ଦେହ କରାଯାଉଛି। ତେବେ କୌଣସି କାର୍ଯ୍ୟାନୁଷ୍ଠାନର ଆଭାସ ପାଇ ଦୁର୍ବୃତ୍ତମାନେ ଶୁକ୍ରବାର ରାତିରେ ନେଉଳପୁର ଓ ହରଦେଇପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ଲୁହାପଥର ଅନ୍‌ଲୋଡିଂ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ଡିଡିଏମ୍‌) ପ୍ରିୟଦର୍ଶୀ ସନ୍ଦୀପ କୁମାର ବଳଙ୍କୁ ପଚାରିବାରେ ସେ କହିଛନ୍ତି ଲୁହାପଥର ଗଦା ହୋଇଥିବା ଖବର ପାଇ ବିଭାଗୀୟ ଚଢ଼ାଉ କରାଯାଇଥିଲା। ପ୍ରାୟ ୨୦୦ ଟନ୍‌ ଲୁହାପଥର ଜବତ କରାଯାଇ ରଖାଯାଇଛି। ବାକି ଗଦା ହୋଇଥିବା ଲୁହାପଥରକୁ ପୁଣି ଜବତ କରିବାକୁ ପ୍ରକ୍ରିୟା ଚାଲିଛି। ତେବେ ଏହି ଚୋରା ଖଣିର ମାଲିକ ସମ୍ପର୍କରେ କିଛି ଖବର ମିଳିନାହିଁ। ଖଣି ବିଭାଗର ନିଜସ୍ବ କାର୍ଯ୍ୟାନୁଷ୍ଠାନ କରିବାର କ୍ଷମତା ରହିଛି, ତେଣୁ ଥାନାରେ ଅଭିଯୋଗ କରିବାର ଆବଶ୍ୟକତା ନାହିଁ। ଏନେଇ ଖଣି ବିଭାଗୀୟସ୍ତରରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri