ଆଉ ଏକ ଖଣି ଦୁର୍ନୀତିର ପୂର୍ବାଭାସ

ଯାଜପୁର ଅଫିସ,୧ା୧୧: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର, ହରଦେଇପୁର ପ୍ରଭୃତି ଅଞ୍ଚଳରେ ଶନିବାର ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହୋଇଛି। ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୨୦୦ଟନ୍‌ ଚୋରା ଲୁହାପଥର ଜବତ କରାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାଏମା ପାହାଡ଼ ନିକଟରେ ୧ହଜାରରୁ ଊର୍ଦ୍ଧ୍ୱ ଟନ୍‌ ଚୋରା ଲୁହାପଥର ଗଦା ହୋଇଥିବା ମଧ୍ୟ ସୂଚନା ମିଳିଛି। ତେବେ ଏହି ବିପୁଳ ପରିମାଣର ଲୁହାପଥର କେଉଁଠି ଆସିଲା ସେନେଇ ଖଣି ବିଭାଗ ପାଖରେ କୌଣସି ଖବର ନାହିଁ। ଖଣି ବିଭାଗ ପକ୍ଷରୁ ଏନେଇ ଥାନାରେ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ। ବିନା ମାଲିକାନାରେ ଏତେ ପରିମାଣର ଲୁହାପଥର ଗଦା ହେବା ୧୦ବର୍ଷ ତଳର ଖଣି ଦୁର୍ନୀତିର ପୂର୍ବାଭାସ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେକ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଯାଉଥିବା ଏଥିରୁ ସନ୍ଦେହ କରାଯାଉଛି।
ପାଖାପାଖି ୧୦ ବର୍ଷ ତଳେ ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହୋଇଥିବା ଶାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶାହା କମିଶନଙ୍କ ଚଢ଼ାଉ ଭୟରେ ସେତେବେଳେ ଚୋରା ମାଫିଆମାନେ କୋଟି କୋଟି ଟଙ୍କାର ଲୁହାପଥର ଲୁଚାଇ ରଖିଥିଲେ। ସେତେବେଳେ ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ ଭିଜିଲାନ୍ସ ଓ ଖଣି ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ପ୍ରାୟ ୨୩,୧୦୦ ମେଟ୍ରିକ ଟନ୍‌ ଲୁହାପଥର ଜବତ କରିଥିଲେ। ରାଜ୍ୟ ସରକାର ଏକାଧିକ ଖଣି କମ୍ପାନୀ ନାମରେ ଡିମାଣ୍ଡ ନୋଟିସ ଦେଇ କିଛି ମାତ୍ରାରେ ଜରିମାନା ଆଦାୟ କରିଥିଲେ। ହେଲେ ୩୪ଖଣି କମ୍ପାନୀ ଖଣି ମନ୍ତ୍ରଣାଳୟର ରିଭିଜନ ଅଥରିଟିର ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାର ଡିମାଣ୍ଡ ନୋଟିସ୍‌ ଜାରି କରିବା ପୂର୍ବରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକୁ କୌଣସି ସୁଯୋଗ ଦିଆଯାଇ ନ ଥିଲା। ଏପରି କି ଖଣି ଲୁଟ ଅଭିଯୋଗ ସମ୍ପର୍କରେ ସତ୍ୟତାର ଯାଞ୍ଚ ନ କରି ମନମୁଖି ଭାବେ ଦର ନିର୍ଣ୍ଣୟ କରାଯାଇଥିଲା ବୋଲି ଦର୍ଶାଇ ରିଭିଜନ ଅଥରିଟି ନିକଟରେ ରହିତାଦେଶ ପାଇଁ ନିବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ସମ୍ପୃକ୍ତ ଖଣି କମ୍ପାନୀଗୁଡ଼ିକଠାରୁ କୌଣସି ଅସୁଲ ନ କରିବାକୁ ରହିତାଦେଶରେ ନିର୍ଦ୍ଦେଶ ହୋଇଥିଲା। ଫଳରେ ଡିମାଣ୍ଡ ନୋଟିସ ତାଲିକାରେ ଥିବା କେତେକ ଖଣି କମ୍ପାନୀ ଏବେ ପୁଣି ଖଣି ଲିଜ୍‌ ହାତେଇବାରେ ସଫଳ ହୋଇଛନ୍ତି। ଏପରି କି କେତେକ କମ୍ପାନୀ ଚଞ୍ଚକତା କରି ଚୋରା କାରବାର ଚଳାଇଥିବା ସନ୍ଦେହ କରାଯାଉଛି। ତେବେ କୌଣସି କାର୍ଯ୍ୟାନୁଷ୍ଠାନର ଆଭାସ ପାଇ ଦୁର୍ବୃତ୍ତମାନେ ଶୁକ୍ରବାର ରାତିରେ ନେଉଳପୁର ଓ ହରଦେଇପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ଲୁହାପଥର ଅନ୍‌ଲୋଡିଂ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ଡିଡିଏମ୍‌) ପ୍ରିୟଦର୍ଶୀ ସନ୍ଦୀପ କୁମାର ବଳଙ୍କୁ ପଚାରିବାରେ ସେ କହିଛନ୍ତି ଲୁହାପଥର ଗଦା ହୋଇଥିବା ଖବର ପାଇ ବିଭାଗୀୟ ଚଢ଼ାଉ କରାଯାଇଥିଲା। ପ୍ରାୟ ୨୦୦ ଟନ୍‌ ଲୁହାପଥର ଜବତ କରାଯାଇ ରଖାଯାଇଛି। ବାକି ଗଦା ହୋଇଥିବା ଲୁହାପଥରକୁ ପୁଣି ଜବତ କରିବାକୁ ପ୍ରକ୍ରିୟା ଚାଲିଛି। ତେବେ ଏହି ଚୋରା ଖଣିର ମାଲିକ ସମ୍ପର୍କରେ କିଛି ଖବର ମିଳିନାହିଁ। ଖଣି ବିଭାଗର ନିଜସ୍ବ କାର୍ଯ୍ୟାନୁଷ୍ଠାନ କରିବାର କ୍ଷମତା ରହିଛି, ତେଣୁ ଥାନାରେ ଅଭିଯୋଗ କରିବାର ଆବଶ୍ୟକତା ନାହିଁ। ଏନେଇ ଖଣି ବିଭାଗୀୟସ୍ତରରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା; କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ

ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା…

ସୁନା-ରୂପା ଅଳଙ୍କାରରେ ଝଲସୁଛନ୍ତି ମା’ ଗଜଲକ୍ଷ୍ମୀ, ପୁରୁଷୋତ୍ତମପୁରରେ ମୁଖ୍ୟ ଆକର୍ଷଣ ଓଡିଆ ଅସ୍ମିତା….

ପୁରୁଷୋତ୍ତମପୁର,୨୫।୧୦(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଛି । ସୁନା ରୂପାର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?