ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପାଇଁ ମରିବାକୁ ଥିବା ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟମାନେ ଏବେ ୟୁକ୍ରେନ୍‌ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।
ଚଳିତ ସପ୍ତାହରେ ରୁଷିଆର ବରଫାବୃତ୍ତ କୁର୍କ୍ସରେ ଯୁଦ୍ଧ ପରେ ୟୁକ୍ରେନ୍‌ର ସ୍ବତନ୍ତ୍ର ବଳ ଉତ୍ତର କୋରିଆର ପ୍ରାୟ ୧୨ ଜଣ ଶତ୍ରୁ ସୈନ୍ୟଙ୍କ ମୃତଦେହ ପାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଜୀବିତ ସୈନ୍ୟ ମୃତ ଭଳି ପଡ଼ିରହିଥିଲେ। ୟୁକ୍ରେନ୍‌ ସୈନ୍ୟ ତାଙ୍କ ନିକଟରେ ପହଞ୍ଚିବା ପରେ ସେ ଏକ ଗ୍ରେନେଡ୍‌ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରୁ ୟୁକ୍ରେନ୍‌ ସୈନ୍ୟ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଯୁଦ୍ଧକ୍ଷେତ୍ରରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିଛି। ଉତ୍ତର କୋରିଆ ସୈନ୍ୟ ଏଭଳି କେତେକ ଚରମ ପଦକ୍ଷେପ ନେଉଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଉତ୍ତର କୋରିଆ ସୈନ୍ୟ ନିଜକୁ ବିସ୍ଫୋରଣ କରାଇ ଆତ୍ମହତ୍ୟା କରିବା ଘଟଣାକୁ କିମ୍‌ ନାମକ ଜଣେ ପୂର୍ବତନ ସୈନ୍ୟ ସ୍ବୀକାର କରିଛନ୍ତି। ସେ ୨୦୨୨ରେ ସୈନ୍ୟବାହିନୀ ଛାଡ଼ି ଦକ୍ଷିଣ କୋରିଆ ଚାଲିଯାଇଥିଲେ। ଉତ୍ତର କୋରିଆ ସୈନ୍ୟବାହିନୀରେ ସାମିଲ ହେଉଥିବା ଯବାନମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇ ଏଭଳି ପ୍ରଭାବିତ କରାଯାଇଥାଏ ଯେ, ସେମାନେ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଥାଆନ୍ତି। ୟୁକ୍ରେନ୍‌ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆକଳନ ଅନୁଯାୟୀ ଯୁଦ୍ଧରେ ରୁଷିଆକୁ ସହାୟତା କରିବା ପାଇଁ ଉତ୍ତର କୋରିଆ କୁର୍କ୍ସ ଅଞ୍ଚଳରେ ୧୧ ହଜାର ସୈନ୍ୟ ନିୟୋଜିତ କରିଛି। ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୩,୦୦୦ରୁ ଊର୍ଦ୍ଧ୍ୱ ମୃତାହତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ଦେଇର୍‌ ଅଲ୍‌-ବଲାହ,୮।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ହମାସ୍‌ ଶନିବାର ଆଉ ୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ଏହି ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ରେଡ୍‌କ୍ରସକୁ ହସ୍ତାନ୍ତର କରାଯାଇଛି। ଚୁକ୍ତିନାମା...

ନୂଆ ବାଣିଜ୍ୟ ଯୁ୍‌ଦ୍ଧ ଆରମ୍ଭ କରିବାକୁ ଯାଉଛନ୍ତି ଟ୍ରମ୍ପ, ଏହି ଦେଶ ଉପରେ ପଡିବ ବଡ଼ ପ୍ରଭାବ, ଲିଷ୍ଟରେ ଅଛି…

ଓ୍‌ବାଶିଂଟନ,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ତାଙ୍କର ଟାରିଫ୍‌ ଯୋଜନା ସହିତ ଆଗକୁ ବଢ଼ିବାକୁ ଯାଉଛନ୍ତି। ଟ୍ରମ୍ପ ଅନେକ ଦେଶ ଉପରେ ପ୍ରତିଶୋଧମୂଳକ ଟାରିଫ୍‌...

ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ସାରା ବିଶ୍ୱରେ ହଇଚଇ…

ଓ୍‌ବାଶିଂଟନ୍‌,୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟେକ ପଦକ୍ଷେପ ଅନନ୍ୟ। ତାଙ୍କର ପ୍ରତ୍ୟେକ ଗତିବିଧି ଉପରେ ବିଶ୍ୱ ନଜର ରଖେ। କିଏ ଜାଣେ ତାଙ୍କର କେଉଁ...

ୟୁନୁସ୍‌ଙ୍କୁ ଚ୍ୟାଲେଞ୍ଜ କଲେ ହାସିନା, ଭାରତକୁ ସିଧାସିଧା ଶୁଣାଇଦେଲା ବାଂଲାଦେଶ, କହିଲା …

ଢାକା,୨୮।୨: ୟୁନୁସ୍‌ ସରକାର ଉପରେ ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କଠୋର ମନ୍ତବ୍ୟକୁ ବାଂଲାଦେଶ ପସନ୍ଦ କରିନାହିଁ। ଢାକା ନୂଆଦିଲ୍ଲୀକୁ କହିଛି ଯେ ବହିଷ୍କୃତ...

ଦୁର୍ଘଟଣାଗ୍ରସ୍ତ ହେଲା ନିଖୋଜ ଥିବା ବିମାନ, ୧୦ ଯାତ୍ରୀଙ୍କ ମୃତ୍ୟୁ

ଓ୍‌ବାଶିଂଟନ୍‌,୧୮।୨: ଗୁରୁବାର (ଫେବୃଆରୀ ୬) ପଶ୍ଚିମ ଆଲାସ୍କାରୁ ନିଖୋଜ ହୋଇଥିବା ଏକ ଛୋଟ ଆମେରିକୀୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏନେଇ ଶୁକ୍ରବାର ଆମେରିକା...

୧୦୪କୁ ନେଇ ଥମିନି ବିବାଦ, ଏପଟେ ଆଉ ୫୮୬ଙ୍କୁ ଫେରାଇ ଦେବାକୁ ଚାହିଁଲାଣି ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮।୨: ମାତ୍ର ତିନି ଦିନ ପୂର୍ବେ, ଫେବୃଆରୀ ୫ ତାରିଖରେ, ଆମେରିକାରେ ରହୁଥିବା ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଭାରତକୁ ମୁକ୍ତ କରାଯାଇଥିଲା। ଏହି...

ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ବାଂଲାଦେଶରେ କେତେ ହିନ୍ଦୁଙ୍କ ଗଲାଣି ଜୀବନ, ଜାଣନ୍ତୁ…

ଢାକା/ନୂଆଦିଲ୍ଲୀ,୮।୨: ଶୁକ୍ରବାର ସରକାର କହିଛନ୍ତି ଯେ ଅଗଷ୍ଟ ମାସଠାରୁ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି ଏବଂ ହିନ୍ଦୁ ମନ୍ଦିର ଉପରେ ୧୫୨ଟି ଆକ୍ରମଣ...

ଆମେରିକାକୁ ବଡ଼ ଚ୍ୟାଲେଞ୍ଜ ଦେଲା ଇରାନ, ଭାରତ…

ଓ୍ବାଶିଂଟନ୍‌,୭।୨: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଶୁକ୍ରବାର କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଆଲୋଚନା ପ୍ରସ୍ତାବ ପରେ ଏହାକୁ ଆମେରିକା ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri