ବିବାଦର ଅନ୍ୟ ନାମ ମହେଶ : ପୂଜା ଝିଅ ହୋଇ ନ ଥିଲେ ବିବାହ କରିଥାନ୍ତି

ମହେଶ ଭଟ୍ଟ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଫିଲ୍ମ ସହିତ ସେ ଅନେକ କାରଣକୁ ନେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନରେ ସେ ଅନେକ ଉତ୍ଥାନ-ପତ୍ତନ ଦେଇଗତି କରିଛନ୍ତି। ତେବେ ମହେଶ ଭଟ୍ଟ ୨୦ ସେପ୍ଟେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରନ୍ତି । ଜନ୍ମଦିନ ଅବସରରେ ତାଙ୍କ ଜୀବନର ବିବାଦୀୟ କାହାଣୀ ଜାଣନ୍ତୁ….

ମହେଶଙ୍କ ବାପାଙ୍କ ନାମ ନାନାଭାଇ ଭଟ୍ଟ ହୋଇଥିବାବେଳେ ତାଙ୍କ ମା’ ଙ୍କ ନାମ ଶିରିନ ମହମ୍ମଦ ଅଲ୍ଲି। କୁହାଯାଏ ତାଙ୍କ ବାପା ମା’ ବିବାହ କରିନାହାଁନ୍ତି। ଯାହାର ପ୍ରଭାବ ମହେଶଙ୍କ ଜୀବନ ଉପରେ ପକାଇଛି। ସେ ତାଙ୍କ ଜୀବନରେ ବିବାହକୁ ଗୁରୁତ୍ୱ ଦେଇନାହାନ୍ତି।

ମହେଶ କଲେଜ ସମୟରେ ଲୋରିଏନ ବ୍ରାଇଟ ନାମକ ଜଣେ ଝିଅକୁ ଭଲ ପାଉଥିଲେ। ବିବାହ ପରେ ଲୋରିଏନ ନାମ କିରଣ ଭଟ୍ଟ ରଖାଯାଇଥିଲା। କିରଣ ହେଉଛନ୍ତି ପୂଜା ଭଟ ଏବଂ ରାହୁଲ ଭଟଙ୍କ ମା’। ଏହି ସମୟରେ ମହେଶ ଭଟ୍ଟଙ୍କ ପରବିନ ବବିଙ୍କ ସହ ସମ୍ପର୍କ ରଖିଥିଲେ। ଯାହାଦ୍ୱାରା ସେମାନଙ୍କ ବୈବାହିକ ଜୀବନରେ ଝଡ଼ ଆସିଥିଲା। କିଛି ଦିନ ପରେ ପରବିନ ସହ ତାଙ୍କର ସମ୍ପର୍କ ବି ଖରାପ ହୋଇଗଲା।

ପରେ ମହେଶ ଭଟ୍ଟଙ୍କ ଜୀବନରେ ସୋନି ରଜଦାନ ଆସିଥିଲେ ।ସୋନିଙ୍କ ସହ ପ୍ରେମ ସମ୍ପର୍କ ସମୟରେ ମହେଶ ଏବଂ କିରଣ ଏକାଠି ରହୁଥିଲେ। ସେ ଆଇନଗତ ଭାବରେ ଛାଡପତ୍ର କର ିନ ଥିଲେ କିନ୍ତୁ ସୋନି ରଜଦାନଙ୍କୁ ବିବାହ କରିଥିଲେ। ମହେଶ ଭଟ୍ଟ ଏବଂ ସୋନି ରଜଦାନଙ୍କର ଦୁଇ ଝିଅ ଆଲିଆ ଏବଂ ଶାହିନ ଅଛନ୍ତି।

ମହେଶ ମଧ୍ୟ ତାଙ୍କ ଝିଅ ପୂଜା ଭଟ୍ଟଙ୍କୁ ନେଇ ବିବାଦରେ ଥିଲେ। ଷ୍ଟାରଡଷ୍ଟ ପତ୍ରିକା ପାଇଁ ପୂଜା ଭଟଙ୍କୁ ଚୁମ୍ବନ ଦେବାବେଳେ ମହେଶ ଭଟ ଏକ ଫଟୋଶୁଟ କରିଥିଲେ, ଯାହାକୁ ବହୁ ସମାଲୋଚନା କରାଯାଇଥିଲା। ଏକ ସାକ୍ଷାତକାରରେ ମହେଶ ଭଟ୍ଟ ତାଙ୍କ ଝିଅ ବିଷୟରେ କହିଥିଲେ ଯେ, ଯଦି ପୂଜା ଭଟ୍ଟ ତାଙ୍କ ଝିଅ ହୋଇନଥାନ୍ତେ ତେବେ ସେ ତାଙ୍କୁ ବିବାହ କରିଥାନ୍ତେ। ତେବେ ମହେଶ ଭଟ୍ଟ ହୁଏତ ଅନେକ ବିବାଦରେ ଥାଇ ମଧ୍ୟ ସେ ଏହାକୁ ଗୁରୁତର ସହ ନେଇ ନାହାନ୍ତି। ଆଜି ବି ପ୍ରତ୍ୟେକ ପ୍ରସଙ୍ଗରେ ତାଙ୍କର ମତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri