ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ: ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତଙ୍କୁ…

ଲାଞ୍ଜିଗଡ଼,୪।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ୫ ଅଭିଯୁକ୍ତକୁ ଗୁରୁବାର କୋର୍ଟଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଅଭିଯୁକ୍ତ ମାନେ ମେରାଙ୍ଗପଦର ଗାଁର ଘୁରୁଣା ମାଝୀ (୫୩), ପୁଷ୍ଟା ଓରଫ କୁଷ୍ଟା ମାଝୀ (୩୫), ସାନ୍ଦ୍ରୁ ମାଝୀ(୩୮), ଲଛମନ ମାଝୀ (୩୯), ରାଜୁ ମାଝୀ (୩୨) । ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଛି ତିନି ତିନିଟା ହତ୍ୟାକାଣ୍ଡ। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶନାଥପୁର ଥାନା ଅଞ୍ଚଳରେ ଘଟିଥିବା ଏସବୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବିଶ୍ୱନାଥପୁର ପୋଲିସ। ପୂର୍ବରୁ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେ ପଞ୍ଚାୟତ ମନସ୍ତରା ପରେ ଗତକାଲି କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ମୃତଦେହ ଜବତ କରି ତଦନ୍ତ କରିବା ପରେ ଗୁରୁବାର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଗୁରୁବାର ବିଶ୍ୱନାଥପୁର ଥାନା ପରିସରରେ କଳାହାଣ୍ଡି ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସହିତ କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ସମ୍ବିତ କୁମାର ମାଝୀ, ବିଶନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାନୁସାରେ ମେରାଙ୍ଗପଦର ଗାଁର ସାନ୍ଦୁ ମାଝୀ (୪୦) ଗତ ୩୦ ତାରିଖ ଶନିବାର ନିକଟସ୍ଥ ଖଜୁରଗୁଡ଼ା ଗାଁକୁ ନିଜ ସାଇକେଲ ସଜାଡ଼ିବାକୁ ଯାଇ ଘରକୁ ଫେରିନଥିଲେ। ଦୀର୍ଘ ଦିନ ଧରି ସେ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ରାଜା ମାଝୀ ବିଶ୍ୱନାଥପୁର ଥାନାରେ ୩ ତାରିଖ ବୁଧବାର ଦିନ ଏକ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ସ୍ବାମୀକୁ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ମାଝୀଙ୍କ ନେତୃତ୍ୱରେ ବିଶ୍ୱନାଥପୁର ଥାନା ଅଧିକାରୀ ଶ୍ରୀ ଶବର, ଏଏସଆଇ ବୁଦ୍ଧିଶ୍ୟାମ ମାଝୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ସ୍ବତନ୍ତ୍ର ଟିମ ମେରାଙ୍ଗପଦର ଗାଁକୁ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ଏହାସହିତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ସହାୟତା ନେଇଥିଲେ। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସହିତ ଏହି ମାମଲାରେ ପାଞ୍ଚଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ଠାରୁ ସୂଚନା ପାଇ ମେରାଙ୍ଗପଦର ଜଙ୍ଗଲ ଭିତରେ ପୋତା ଯାଇଥିବା ଅବସ୍ଥାରେ ସାନ୍ଦୁଙ୍କ ଶବ ଠାବ କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ସନ୍ଦୀପ ତିର୍କିି ଉପସ୍ଥିତିରେ ମାଟି ଖୋଳି ଶବ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ସୂଚନା ପାଇ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଛୁରୀକୁ ଜବତ କରିଥିଲା ପୁଲିସ। ଶବ ଉଦ୍ଧାର ଓ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ସେହି ଗାଁର ଘୁରୁଣା ମାଝୀ (୫୩), ପୁଷ୍ଟା ଓରଫ କୁଷ୍ଟା ମାଝୀ (୩୫), ସାନ୍ଦ୍ରୁ ମାଝୀ(୩୮), ଲଛମନ ମାଝୀ (୩୯), ରାଜୁ ମାଝୀ (୩୨)ଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ସାନ୍ଦୁଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ସ୍ବୀକାର କରିବା ପରେ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କୋର୍ଟ ଜାମିନ ନାମଞ୍ଜୁର କରିବାରୁ ସେମାନଙ୍କୁ ଜେଲ ଯିବାକୁ ପଡିଛି। ଏନେଇ ବିଶ୍ୱନାଥପୁର ଥାନା କେସ ନଂ ୫୮/୨୫ରେ ମାମଲା ରୁଜୁ କରି ଧାରା ୧୦୩(୧)/୨୩୮/୬୧(୧)/୩(୫) ବିଏନଏସ ଅନୁଯାୟୀ ବିଶନାଥପୁର ଥାନାଧିକାରୀ ତଦନ୍ତ କରୁଛନ୍ତି। ତେବେ ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ତିନୋଟି ହତ୍ୟାକାଣ୍ଡ ଘଟିବା ପରେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଛି। ଆଗାମୀ ଦିନରେ ବିଶ୍ୱନାଥପୁର ଥାନା ଅଞ୍ଚଳରେ ପୋଲିସ ପ୍ରଶାସନ, ନିର୍ବାଚିତ ପ୍ରତିନିଧି, ସ୍ବେଛାସେବୀ ସଂସ୍ଥା, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ନେଇ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ବିରୋଧରେ ଲୋକଙ୍କୁ ସଚେତନ କରିବାକୁ କଳାହାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?