ସୀମାନ୍ତରେ ପୁଣି ଗୁଳି ବିନିମୟ: ୨ ମାଓବାଦୀ ନିହତ, ଜଣେ ଯବାନ ଆହତ

ନୂଆପଡ଼ା,୨୦ା୧(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ଛତିଶଗଡ-ନୂଆପଡ଼ା ଜିଲା ସୀମାନ୍ତରେ ପୁଣି ମାଓବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ନିହତ ମାଓବାଦୀ ଓ ଆହତ ଯବାନଙ୍କ ପରିଚୟ ମିଳି ନ ଥିବା ନୂଆପଡା ଅରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ମୁତାବକ ରବିବାର ରାତିରୁ ନୂଆପଡ଼ା ଜିଲା ସୀମାଠାରୁ ୫ କିଲୋମିଟର ଦୂର ଛତିଶଗଡ଼ ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ ଉଭୟ ରାଜ୍ୟର ଯବାନ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ମଧ୍ୟ ରାତ୍ରରୁ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇଜଣ ମାଓବାଦୀ ନିହତ ହୋଇଥିବା ବେଳେ ଛତିଶଗଡର ଜଣେ ଯବାନ ଆହତ ହୋଇ ରାୟପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଗୋଟିଏ ଏସ୍‌ଏଲ୍‌ଆର୍‌, ୩ଟି ଆଇଡି ସହ ଏଲ୍‌ଇଡି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ମିଳିତ ଅପରେଶନରେ ୩ଟି ଏସ୍‌ଓଜି ଟିମ, ଛତିଶଗଡ ପୋଲିସର ୨ ଇ-୩୦ ଟିମ୍‌ ଓ ୫ ସିଆର୍‌ପିଏଫ୍‌ ଯବାନ ସାମିଲ ଅଛନ୍ତି ା ମାଓବାଦୀ ଦମନ ପାଇଁ କୋମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯିବ ବୋଲି ଏସ୍‌ପି ରାଘବେନ୍ଦ୍ର କହିଛନ୍ତି। ପ୍ରକାଶଥାଉ କି କିଛିଦିନ ପୂର୍ବେ ଛତିଶଗଡ-ନୂଆପଡ଼ା ଜିଲା ସୀମାଠାରୁ ୮ କିଲୋମିଟର ଦୂରରେ ମାଓବାଦୀ ଓ ଯବାନଙ୍କ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲେ। ସେତେବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ

ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରୁ ସେବା ସଂକଳ୍ପ ଅଭିଯାନ: ୧୩ଟି କାର୍ଯ୍ୟକ୍ରମକୁ ନେଇଁ ଲୋକଙ୍କୁ ପାଖକୁ ଯିବ ଭାଜପା

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ କରିବ ଭାଜପା । ଏଥିରେ ପ୍ରତ୍ୟେକ ମଣ୍ଡଳ, ବୁଥ ଏବଂ ଜିଲାରେ ସେବା…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ଅକ୍ଟୋବରରୁ ୩ରାଶିଙ୍କ ଧନଲାଭ ଯୋଗ; ଚାକିରିରେ ବଡ଼ ପ୍ରମୋଶନ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ, ନିଷ୍ଠୁର ଗ୍ରହ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଶନିଙ୍କ ସ୍ଥିତିର ପ୍ରଭାବ ୧୨ଟି ରାଶି ସହିତ…

ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ପଦକ୍ଷେପ: ଏକାଧିକଙ୍କୁ ମିଳିଲା ସହାୟତା ରାଶି

ଦାରିଙ୍ଗବାଡ଼ି, ୧୧।୯ (ଅରୁଣ ସାହୁ): ଦିବ୍ୟାଙ୍ଗଙ୍କ ବିକାଶ ସହ ସେମାନଙ୍କୁ ସ୍ୱରୋଜଗାରକ୍ଷମ କରାଇ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?