ବରଗଡ଼ କେନାଲରେ ପୁଣି ଜଣେ ଭାସିଗଲେ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡାର ୭୦ ବର୍ଷୀୟ ବୃଦ୍ଧ ଜଳନ୍ଧର କଲେତ୍‌ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଗତ ଶୁକ୍ରବାର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି ନ ଥିବା ବେଳେ ଶନିବାର ପୂର୍ବାହ୍ନରେ ଏହି କେନାଲରେ ପୁଣି ଜଣେ ଯୁବକ ଭାସି ଯାଇଛନ୍ତି। ସମ୍ପୃକ୍ତ ଯୁବକ ହେଲେ, ବରଗଡ଼ ତଳିପଡ଼ାର ଓମପ୍ରକାଶ ଭୋଇ(୨୨) ।
ଓମପ୍ରକାଶ ତାଙ୍କ ସମ୍ପର୍କୀୟ ଭାଇଙ୍କ ସହ ଜିଲା ମୁଖ୍ୟ କେନାଲର ବରଡୋଲ ଛକ ଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଉଥିବାବେଳେ କେନାଲ ପାଣିରେ ଓମପ୍ରକାଶ ଭାସି ଯାଇଥିବା ତାଙ୍କ ଜଣେ ସମ୍ପର୍କୀୟ ଭାଇ କହିଛନ୍ତି। ଖବର ପାଇ ବରଗଡ଼ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖାଜି କରୁଛନ୍ତି। ମାତ୍ର ଖବର ଲେଖାହେବା ସୁଦ୍ଧା (ପୂର୍ବାହ୍ନ ୧୧ଟା ୨୦ ମିନିଟ ପର୍ଯ୍ୟନ୍ତ) ତାଙ୍କର ସନ୍ଧାନ ମିଳିପାରି ନାହିଁ। ବରଗଡ଼ ମୁଖ୍ୟ କେନାଲରେ ଦୁଇ ଦିନରେ ୨ଜଣ ଭାସିଯିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

କଟକରେ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ…

୧୮୬ ବର୍ଷ ପରେ ନିଜ ଦେଶକୁ ଫେରିଲା ଆଜ୍‌ଟେକ୍‌ ସାମ୍ରାଜ୍ୟର ଦୁର୍ଲଭ ପାଣ୍ଡୁଲିପି

ମେକ୍ସିକୋ ସିଟି,୧୯ା୯: ଦୀର୍ଘ ୧୮୬ ବର୍ଷ ପରେ ପୁଣିଥରେ ମେକ୍ସିକୋକୁ ଫେରିଛି ତା’ର ଐତିହାସିକ ଗୌରବ। ୧୬ଶ ଶତାବ୍ଦୀର ଦୁର୍ଲଭ ପାଣ୍ଡୁଲିପି ‘ଆଜାକ୍‌ଟିଟ୍ଲାନ କୋଡେକ୍ସ’ ପ୍ରଥମ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?