ଆଉ ଏକ ମୁକାବିଲା

Dillip Cherian

କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷୀ ବଳ ଏବଂ କେନ୍ଦ୍ରୀୟ ଆରକ୍ଷୀ ସଂସ୍ଥାଗୁଡ଼ିକରେ ଏସ୍‌ପି ଓ ଡିଆଇଜି ସ୍ତରୀୟ ପୋଲିସ ଅଧିକାରୀମାନଙ୍କର ଅଭାବ ରହିଛି। ଉକ୍ତ ଅଭାବ ପୂରଣ କରିବା ଲାଗି ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଆଗକୁ ବାହାରିଛି। ଏମ୍‌ଏଚ୍‌ଏ ପ୍ରସ୍ତାବ ଦେଇଛି, ଯେଉଁ ଆଇପିଏସ୍‌ ଅଧିକାରୀମାନେ ଏସ୍‌ପି ଓ ଡିଆଇଜି ସ୍ତର ପଦବୀକୁ କେନ୍ଦ୍ରୀୟ ଡେପୁଟେଶନରେ ଆସୁନାହାନ୍ତି, ଅବଶିଷ୍ଟ କ୍ୟାରିୟର ଲାଗି ସେମାନଙ୍କୁ କୌଣସି କେନ୍ଦ୍ରୀୟ ପଦବୀ ମିଳିବ ନାହିଁ। ଏମ୍‌ଏଚ୍‌ଏର ପ୍ରସ୍ତାବ ଶୁଣିବାକୁ ଭାରି କଡ଼ା ଲାଗୁଛି। ହେଲେ କେନ୍ଦ୍ରରେ ଏସ୍‌ପି ଓ ଡିଆଇଜି ସ୍ତରରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଖାଲି ପଦବୀକୁ ଲକ୍ଷ୍ୟ କଲେ ମନ୍ତ୍ରଣାଳୟର ଏହା ଏକ ନୈରାଶ୍ୟଜନକ ପଦକ୍ଷେପ ବୋଲି ପ୍ରତୀତ ହେଉଛି। କିନ୍ତୁ ଆଗକୁ ଖୁବ୍‌ ଶୀଘ୍ର ସିଭିଲ ସର୍ଭିସ ନିୟମଗୁଡ଼ିକରେ ସଂଶୋଧନ ହେବାର ଆଉ ଏକ ପ୍ରସ୍ତାବ ରହିଛି। ଏହା ରାଜ୍ୟଗୁଡ଼ିକର ସହମତି କିମ୍ବା ବିନା ସହମତିରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ) ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ନେବାକୁ ଅନୁମତି ଦେବ। ଉକ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେବା ସ୍ପଷ୍ଟହେଉଛି। ସେମାନଙ୍କ ଶକ୍ତିକୁ କେନ୍ଦ୍ର ଦୁର୍ବଳ କରୁଛି ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରୁଛନ୍ତି। ଅନ୍ୟପଟେ ଏମ୍‌ଏଚ୍‌ଏର ବାବୁମାନେ ଯୁକ୍ତି ବାଢୁଛନ୍ତି ଯେ,ଏବକାର ପ୍ରଚଳିତ ଆଇନଗୁଡ଼ିକରେ ଅଧିକାଂଶ ଆଇପିଏସ୍‌ ଅଧିକାରୀ କେବଳ ଆଇଜି ସ୍ତରରେ କେନ୍ଦ୍ରକୁ ଡେପୁଟେଶନରେ ଆସୁଥିବାରୁ ବର୍ତ୍ତମାନ କେନ୍ଦ୍ରରେ ଏସ୍‌ପି ଓ ଡିଆଇଜି ସ୍ତରୀୟ ଅଧିକାରୀଙ୍କ ଅଭାବ ଦେଖାଯାଇଛି। ଏହି ପ୍ରସ୍ତାବ ବିରୋଧରେ ରାଜ୍ୟଗୁଡ଼ିକ ପକ୍ଷରୁ ନିଶ୍ଚିତ ଭାବେ ବିରୋଧର ସ୍ବର ଉଠିବ, ମୁକାବିଲା ସ୍ଥିତି ଉପୁଜିବ।
ବାବୁ ଫେରିଲେ
କେରଳର ବରିଷ୍ଠ ଆଇଏଏସ୍‌ ଅଧିକାରୀ କେ.ଆର୍‌.ଜ୍ୟୋଥିଲାଲଙ୍କୁ ଫେବୃୟାରୀରେ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ସଚିବ ପଦରୁ ହଟାଇ ଦିଆଯାଇଥିଲା। କିଛି ମାସ ଅନ୍ତରରେ ସେ ଏବେ ପୁଣି ତାଙ୍କ ପଦବୀକୁ ଫେରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାଁଙ୍କ ମଧ୍ୟରେ ଉପୁଜିଥିବା ଏକ ଅପ୍ରତ୍ୟାଶିତ ବିବାଦରେ ଜ୍ୟୋଥିଲାଲ ଫସି ଯାଇଥିଲେ। ରାଜଭବନରେ ଜଣେ ରାଜନୈତିକ ବ୍ୟକ୍ତିଙ୍କ ବିବାଦୀୟ ନିଯୁକ୍ତିକୁ ନେଇ ଜ୍ୟୋଥିଲାଲଙ୍କ ଲିଖିତ ଚିଠି ଖାଁଙ୍କୁ ଏତେ କ୍ରୋଧିତ କରିଥିଲା ଯେ, ସେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ବାକ୍ଷର କରିବାକୁ ମନା କରିଦେଇଥିଲେ। ଜ୍ୟୋଥିଲାଲ ଉକ୍ତ ଚିଠିକୁ ରାଜ୍ୟପାଳଙ୍କ ଅତିରିକ୍ତ ପିଏ ଭାବେ ଭାଜପା ନେତା ହରି କରଥାଙ୍କ ନିଯୁକ୍ତି ଆଦେଶ ସହ ରାଜଭବନକୁ ପଠାଯାଇଥିଲା। ରାଜ୍ୟପାଳଙ୍କ ଇଚ୍ଛାନୁସାରେ ସରକାର ଏହି ନିଯୁକ୍ତିକୁ ଅନୁମୋଦନ କରିଥିଲେ ବୋଲି ଉକ୍ତ ଚିଠିରେ ସୂଚିତ ହୋଇଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ରାଜ ଭବନରେ ରାଜନେତାଙ୍କ ନିଯୁକ୍ତି ପାଇଁ ନିୟମ ନ ଥିବା ଉଲ୍ଲେଖ କରିବା ଓ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ସମ୍ପର୍କରେ ଅବଗତ କରିଥିଲା। ଖାଁ ଏହା ଦେଖି ରାଗିଯାଇଥିଲେ। ସେହି ସମୟରେ ବିଜୟନ ଜ୍ୟୋଥିଲାଲଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ ଏବଂ ଏକ ବଡ଼ ସାମ୍ବିଧାନିକ ସଙ୍କଟ ଟାଳି ଦେଇଥିଲେ। କିନ୍ତୁ ଦୁଇ ମାସ ପରେ ବାବୁ ଜଣକ ପୁଣି ତାଙ୍କ ପୁରୁଣା ପଦବୀକୁ ଫେରି ଆସିଲେ। ତେବେ ଖାଁ ଏବଂ ବିଜୟନଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ କ’ଣ ଶେଷ ହୋଇଯାଇଛି ବୋଲି ବୁଝିବାକୁ ହେବ ନା ଜ୍ୟୋଥିଲାଲଙ୍କ ପ୍ରତ୍ୟାବର୍ତ୍ତନରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇବ? ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହା ଉପରେ ମନ୍ତବ୍ୟ ଦେଇ ନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ କାର୍ଯ୍ୟଧାରା କିମ୍ବା ପଦକ୍ଷେପଗୁଡ଼ିକ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ପ୍ରମୁଖ ଭୂୂମିକା ନେଇପାରେ।
ବରିଷ୍ଠଙ୍କୁ ବଡ଼ ଲାଭ
ହରିୟାଣାରେ ଅନେକ ଅବସରପ୍ରାପ୍ତ ବାବୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାରରେ ଖୁସିରେ ରହିବାର କାରଣ ହେଉଛି ପୁନଃ ନିଯୁକ୍ତି। ଖଟ୍ଟର ଏକ ଡଜନରୁ ଅଧିକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ ଅବସର ପରେ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ପୁନଃ ନିଯୁକ୍ତି ଦେଇଛନ୍ତି। ଅତି ନିକଟରେ ଦୁଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ବିଜୟ ବର୍ଦ୍ଧନ ଓ ଏସ୍‌.ଏସ୍‌.ଫୁଲିିଆ ଯଥାକ୍ରମେ ମୁଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିଲେ। ଗତବର୍ଷ ନଭେମ୍ବରରେ ବର୍ଦ୍ଧନ ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ଚଳିତବର୍ଷ ଜାନୁୟାରୀ ପ୍ରାରମ୍ଭରେ, ପୂର୍ବତନ ଆଇଏଏସ୍‌ ଅଧିକାରୀ ଜ୍ୟୋତି ଆରୋରାଙ୍କୁ ଅବସର ପରେ ସୂଚନା କମିଶନର ଭାବେ ଅବସ୍ଥାପିତ କରାଯାଇଥିଲା। ଏଭଳି ନିଯୁକ୍ତି ତାଲିକା ଖୁବ୍‌ ଲମ୍ବା।
ଖଟ୍ଟର ବରିଷ୍ଠ ବାବୁମାନଙ୍କୁ ଅବସର ପରେ ସରକାରରେ କାର୍ଯ୍ୟ କରିବାକୁ ପୁନର୍ବାର ସେମାନଙ୍କୁ ଫେରାଇ ଆଣୁଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ କେସନି ଆନନ୍ଦ ଆରୋରାଙ୍କୁ ମଧ୍ୟ ଅବସର ପରେ ସମାନ ପ୍ରକାରେ ହରିୟାଣା ଜଳ ସଂସାଧନ ପ୍ରାଧିତ୍କରଣର ଅଧ୍ୟକ୍ଷ କରାଯାଇଥିଲା। ପରକୁ ପର ହରିୟାଣାରେ ଏଭଳି ନିଯୁକ୍ତି ଚାଲିଛି। ଏହା ସମ୍ପୂର୍ଣ୍ଣ ଠିକ୍‌ ବୋଲି ସ୍ବୀକୃତ ହେଉଥିବାବେଳେ , ଏହା ନିଃସନ୍ଦେହ ଏବଂ ସ୍ପଷ୍ଟ ବୁଝାପଡ଼ୁଛି ଯେ, କିଛି ବାବୁଙ୍କୁ ସେମାନଙ୍କ ସାଥୀ ତୁଳନାରେ ଭଲ ପଦବୀ ମିଳିଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri