ଆଉ ଏକ ଅଭିଯାନ

Dillip Cherian

ଗତ ବର୍ଷ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆ ତାଙ୍କ ପ୍ରକାଶିତ ପୁସ୍ତକ‘ ଇଣ୍ଡିଆ ଅନ୍‌ଲିମିଟେଡ୍‌-ରିକ୍ଲେମିଂ ଦିଲଷ୍ଟ ଗ୍ଲୋରି’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ବାବୁମାନେ ସୋସିଆଲିଷ୍ଟ ହ୍ୟାଙ୍ଗଓଭରର ଶିକାର ହୋଇଛନ୍ତି। କିଛି ନୂଆ କାର୍ଯ୍ୟରେ ସକ୍ରିୟତା ପ୍ରକାଶ କରୁୁନାହାନ୍ତି, ଯାହା ମୋଦି ସରକାର ଆଣିବାକୁ ଚାହଁୁଥିବା ସଂସ୍କାରର ଗତିକୁ ଧିମା କରିଦେଉଛି। ଏଥିରେ ମୋଦିଙ୍କ ସଂସ୍କାରଭିତ୍ତିକ ଦୃଷ୍ଟିକୋଣକୁ ସମର୍ଥନ କରିବା ସହ ଲାଟେରାଲ ଏଣ୍ଟ୍ରି (ସରକାର ବାହାରେ ଥିବା ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକରୁ ଦକ୍ଷ ବ୍ୟକ୍ତିଙ୍କୁ ଆଣି ଅମଲାତନ୍ତ୍ରର ଶୀର୍ଷ ପଦବୀରେ ନିଯୁକ୍ତି ଦେବା) ପାଇଁ ତାଙ୍କ ଅଭିଯାନ ବା ପଦକ୍ଷେପ ସମ୍ପର୍କରେ ବି ବର୍ଣ୍ଣନା କରିଛନ୍ତି। ପାନଗାରିଆଙ୍କ ଅନୁଯାୟୀ, ବାବୁମାନେ ମୋଦିଙ୍କ ସଂସ୍କାର ପ୍ରକ୍ରିୟାକୁ ଏତେ ମନ୍ଥର କରିଦେଲେ ଯେ ତାଙ୍କ ପ୍ରଥମ ପାଳିର ଶେଷବେଳକୁ କେବଳ ୯ ଜଣ ଯୋଗ୍ୟ ଅଧିକାରୀଙ୍କୁ ବାହାରୁ ପ୍ରବେଶ କରାଯାଇପାରିଥିଲା। ତେବେ ସରକାର ଏବେ ସୁଦ୍ଧା ତାଙ୍କ ଅଭିଯାନରୁ ଓହରିନାହାନ୍ତି। ଆଉ ଏକ ପଦକ୍ଷେପ ନେବାକୁ ଯାଇ ଘରୋଇ କ୍ଷେତ୍ରର ୩୦ ଜଣରୁ ଊର୍ଦ୍ଧ୍ୱ ବିଶେଷଜ୍ଞଙ୍କୁ ଆଣି ବିଭିନ୍ନ ସରକାରୀ ବିଭାଗରେ ପ୍ରବେଶ କରାଇବାର ଯୋଜନା କରିଛନ୍ତିି। ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଯୁଗ୍ମ ସଚିବ ଏବଂ ନିର୍ଦ୍ଦେଶକ ଭଳି ପଦବୀରେ ଏମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ବା କେନ୍ଦ୍ର ଲୋକସେବା ଆୟୋଗ ପ୍ରାର୍ଥୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଅମଲାତନ୍ତ୍ରରେ ଘରୋଇ କ୍ଷେତ୍ରର ନୂଆ ପ୍ରତିଭା ବା ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ପାଳିରେ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ସରକାର ଯାହା ଚାହଁୁଥିଲେ ସେଥିତ୍ରେ ସଫଳ ହୋଇପାରି ନାହାନ୍ତି। ସରକାର ଚୟନ କରିଥିବା ୧୦ ଜଣ କ୍ଷେତ୍ର ବିଶେଷଜ୍ଞଙ୍କ ମଧ୍ୟରୁ ୯ ଜଣଙ୍କୁ ନିଯୁକ୍ତି ଦେଇପାରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅରୁଣ ଗୋୟଲ । ସେ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଯୋଗଦେଇ ପ୍ରାୟ ବର୍ଷେ ପରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ଏହାଦ୍ୱାରା ପ୍ରଶାସନିକ ପଦ୍ଧତିରେ ପରିବର୍ତ୍ତନ ଆଣିବା ବଦଳରେ ଲାଟେରାଲ ଏଣ୍ଟ୍ରିରେ ଆସିଥିବା ଯୋଗ୍ୟ ଅଧିକାରୀମାନେ ଗୋୟଲଙ୍କ ଭଳି ଦୃଷ୍ଟାନ୍ତ ପାଲଟିବାର ଅଧିକ ସମ୍ଭାବନା ରହିଛି। ପୁନଶ୍ଚ ସେମାନଙ୍କ ନିଯୁକ୍ତିର ଏକ ବର୍ଷ ପରେ ଏବେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ (ସିଏଟି) ବା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ ୟୁପିଏସ୍‌ସିକୁ ଏକ ନୋଟିସ ଜାରି କରିଛି। ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ତଥା ହ୍ବିସିଲବ୍ଲୋୟର ସଞ୍ଜୀବ ଚତୁର୍ବେଦୀ ଲାଟେରାଲ୍‌ ଏଣ୍ଟ୍ରିରେ ସରକାରଙ୍କ ଦ୍ୱାରା ନିଯୁକ୍ତ ୯ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନିଯୁକ୍ତିରେ ଅନିୟମିତତା ହୋଇଛି ବୋଲି ସିଏଟିରେ ଅଭିଯୋଗ ଦାଖଲ କରିବାପରେ ୟୁପିଏସ୍‌ସିକୁ ସିଏଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତିି। ବିରୋଧୀ ଦଳର କେତେଜଣ ନେତାଙ୍କ ପକ୍ଷରୁ ଏହି ନୀତି ବା ଯୋଜନାକୁ ହଟାଇ ନେବାକୁ ଦାବି ଉଠୁଛି। ସରକାରଙ୍କ ଏଭଳି ପଦକ୍ଷେପ ସାମ୍ବିଧାନିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣିବା ସହ ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ପାର୍ଲାମେଣ୍ଟ ଘେରାଉ କରିବା ପାଇଁ ଧମକ ଦେଇଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ( (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ କହିଛନ୍ତି, ୟୁପିଏସ୍‌ସିର ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟା ଯୁବପିଢିଙ୍କ ପାଇଁ ସମ୍ପୂର୍ଣ୍ଣ ଅନ୍ୟାୟ। ବାହାରୁ ରାଜନୈତିକ ପ୍ରତିରୋଧ ଓ ସରକାରରେ ଆସନ ବଞ୍ଚାଇବା ଲାଗି ଚେଷ୍ଟା କରୁଥିବା ବାବୁମାନଙ୍କ ବିରୋଧକୁ ମୋଦି ସରକାର ନିୟନ୍ତ୍ରଣ କରି ତାଙ୍କ ଅଭିଯାନରେ ସଫଳ ହେବେ ତ।
ନିର୍ଦ୍ଦେଶକୁ ଅବଜ୍ଞା
୨୦୧୩ରେ ସୁପ୍ରିମକୋର୍ଟ ବାବୁମାନଙ୍କ ପାଇଁ ସେମାନଙ୍କ ପଦବୀର କାର୍ଯ୍ୟକାଳ ଦୁଇ ବର୍ଷ ସ୍ଥିର କରିଥିଲେ । ଶୀର୍ଷ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କେତେକ ରାଜ୍ୟ ପାଳନ କରିଛନ୍ତି। ଅନ୍ୟପକ୍ଷରେ ଅଧିକାଂଶ ରାଜ୍ୟ ଅମଲାତନ୍ତ୍ରୀଙ୍କୁ ଲାଭ ପହଞ୍ଚାଇବା ଲାଗି ଏହାକୁ ପାଳନ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇଛି। ଏପରି କି ଯେଉଁ ରାଜ୍ୟରେ ଶୀର୍ଷ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଭିଲ୍‌ ସର୍ଭିସ ବୋର୍ଡ ଗଠନ କରାଯାଇଛି, ସେଠାରେ ନେତାମାନେ ସବୁବେଳେ ସେମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ସବୁ ଦିଗରୁ ଏହି ନିର୍ଦ୍ଦେଶ ଅମାନ୍ୟ କରିବାର ବାଟ ଖେଜୁଥିବା ଜଣାପଡୁଛି। ଏପରି କି ବହୁ ସମୟରେ ଏକ ପ୍ରଗତିଶୀଳ ଶାସନର ଦୃଷ୍ଟାନ୍ତ ଉପସ୍ଥାପନ କରି ଆସିଥିତ୍ବା କେରଳ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି , ଗୁରୁତ୍ୱ ଦେଇନାହିଁ। ସରକାରୀ ତଥ୍ୟରୁ ଜଣାପଡିଛି ଯେ,ସଚିବ ର଼୍ୟାଙ୍କର ଅଧିକାରୀମାନଙ୍କ ହରାହାରି କାର୍ଯ୍ୟକାଳ ୨୦୧୪ରୁ ୨୦୧୮ ମଧ୍ୟରେ ୧୧ ମାସ ଥିଲା ଏବଂ ତା’ପରଠାରୁ ଏହାକୁ ପୁଣି କମାଇ ଦିଆଯାଇଛି। ଗତ ଡିସେମ୍ବର ସୁଦ୍ଧା କେରଳରେ ସଚିବ ଓ ପ୍ରମୁଖ ସଚିବ ପାହ୍ୟାର ମାତ୍ର ୩୪ ଜଣ ଅଧିକାରୀଙ୍କ ଅଧୀନରେ ୭୨ଟି ପୋଷ୍ଟ ବା ପଦ ରହିଥିତ୍ବା ଜଣାପଡିଛି। ୧୬ ଜଣ ପ୍ରମୁଖ ସଚିବ ୩୧ଟି ପଦର ଦାୟିତ୍ୱରେ ରହିଛନ୍ତି,ଯାହା ମଧ୍ୟରେ ରହିଛି ୨୭ଟି କ୍ୟାଡର ପୋଷ୍ଟ । ସେହିଭଳି ୧୮ ଜଣ ସଚିବ ପାହ୍ୟାର ଆଇଏଏସ୍‌ ଅଧିକାରୀ ୪୧ଟି ପୋଷ୍ଟର ଦେଖାଶୁଣା କରୁଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ପ୍ରମୁଖ ସଚିବ କେ.ଆର୍‌.ଜ୍ୟୋତିଲାଲ ଓ ରାନି ଜର୍ଜଙ୍କ ସମେତ କେତେଜଣ ଅଧିକାରୀ ଏକାବେଳକେ ତିନୋଟି ପଦରେ ରହି ଦାୟିତ୍ୱ ସମ୍ଭାଳୁଛନ୍ତି ଓ ଟିଙ୍କୁ ବିଶ୍ୱାଳ ୪ଟି ପଦର ଦାୟିତ୍ୱରେ ରହିଛନ୍ତି! ଚଳିତ ବର୍ଷ ମେ’ରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହି ତଥ୍ୟ ପ୍ରକାଶ ପାଇଛି। କେରଳରେ ଉତ୍ତମ ଶାସନ ଚାଲିଛି ବୋଲି ଯେଉଁ ଧାରଣା ରହିଛି, ଏହା ତା’ର ବିରୁଦ୍ଧାଚରଣ କରୁଥିବାବେଳେ ନିର୍ବାଚନରେ ଏହା ଭୋଟରମାନଙ୍କ ପାଇଁ କିଛି ଗୁରୁତ୍ୱ ରଖିତ୍ବ ନାହିଁ। କିନ୍ତୁ କାହିଁକି କେରଳ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବଜ୍ଞା ବା ଉପେକ୍ଷା କରୁଛନ୍ତି ତାହା ସୂଚାଇଦେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri