Posted inଜାତୀୟ

କଂଗ୍ରେସକୁ ପୁଣି ଝଟ୍‌କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…

ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ ଏକ ବିବୃତ୍ତି ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦଳର ନେତୃତ୍ୱ ଉପରେ ପ୍ରଶ୍ନ କରିଛନ୍ତି। ଫଳରେ କଂଗ୍ରେସକୁ ପୁଣି ଥରେ ବଡ଼ ଝଟ୍‌କା ଲାଗିଛି। ବର୍ତ୍ତମାନ ଏନଏସୟୁଆଇର୩୬ ଜଣ ଛାତ୍ରନେତା ସାମୂହିକ ଭାବରେ ଅଜାଦଙ୍କ ସମର୍ଥନରେ ଇସ୍ତଫା ଦେଇଛନ୍ତି। ରାଜ୍ୟ ଉପାଧ୍ୟକ୍ଷ ଅନିରୁଦ୍ଧ ରୈନା, ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ଶର୍ମା ପ୍ରମୁଖ ଇସ୍ତଫା ଦେଇଛନ୍ତି।

ଆଜାଦ ଦଳ ଛାଡ଼ି କହିଥିଲେ ଯେ, ଦଳ ଏକସଖିକଣ୍ଢେଇ ମଡେଲରେ କାର୍ଯ୍ୟ କରୁଛି। ଦଳରେ ବରିଷ୍ଠ ନେତାମାନଙ୍କୁ ଅପମାନିତ କରାଯାଉଛି । ଖୁବ ଶୀଘ୍ର ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ କରିବେ। ଏନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହାଠାରୁ ଅଧିକ, ସେ ଏ ବିଷୟରେ ସୂଚନା ଦେବାକୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ,ଆଜାଦ ତାଙ୍କ ଇସ୍ତଫା ପତ୍ରରେ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ। ସେ ଏଥିରେ ଉଲ୍ଲେଖ କରିଥିଲେ, ରାହୁଲ ଗାନ୍ଧୀ ଦଳର ପ୍ରତ୍ୟେକ ନିଷ୍ପତ୍ତି ନେଉଛନ୍ତି। ରାହୁଲ ଦଳରେ ଉପସ୍ଥିତ ଥିବା କୌଣସି ବରିଷ୍ଠ ନେତାଙ୍କଠାରୁ ମଧ୍ୟ ମତ ଗ୍ରହଣ କରୁନାହାଁନ୍ତି ଯାହା ଅସମ୍ମାନ ଅଟେ। ସେ ଏହା ମଧ୍ୟ କହଥିଲେ ଯେ ରାହୁଲଙ୍କ ନେତୃତ୍ୱରେ ଦଳ ଅନେକ ଥର ନିର୍ବାଚନରେ ହାରିଛି ଏବଂ ଭବିଷ୍ୟତରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଉଛି। ଏହା କୁହାଯାଇଥିଲା ଯେ ଦଳ ଗୁଲାମ ନବୀ ଆଜାଦ ଦେଇଥିବା ଏହି ବିବୃତ୍ତିକୁ କଂଗ୍ରେସ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯିବା ସହିତ ଏହା ବିନା ତଥ୍ୟ ଆଧାରିତ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜନଅଭିଯାଗ ଶୁଣାଣି: ପ୍ରଚଣ୍ଡ ଖରାକୁ ଖାତିର ନ କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଶତାଧିକ ଲୋକ

ଦାରିଙ୍ଗବାଡ଼ି,୨୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏସ୍‌ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ନୂଆ ରେଳ ନିୟମ! ଟ୍ରେନ ଯାତ୍ରା ସମୟରେ ଏହି ଭୁଲ୍ ପହଞ୍ଚାଇପାରେ ଜେଲ୍

ନୂଆଦିଲ୍ଲୀ,୨୫।୫: ପ୍ରତିଦିନ, ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । କିନ୍ତୁ ଟ୍ରେନରେ ଏପରି କିଛି ନିୟମ ରହିଛି ଯାହାକୁ ଅବମାନନା କଲେ ଜେଲ୍…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର,୨୫।୫: ବିଜେଡିକୁ ପୁଣି ଏକ ଝଟକା ମିଳିଛି । ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ…

କେଏସ୍‌ୟୁବି କଲେଜର ହେବ ବିକାଶ, ନୂଆ ଅଧ୍ୟକ୍ଷ ଲୋଡ଼ିଲେ ବିଧାୟକ-ଉପଜିଲାପାଳଙ୍କ ସହଯୋଗ

ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରାଜ୍ୟର ଏକ ପୁରାତନ ମହାବିଦ୍ୟାଳୟ। ୧୯୬୦ରେ ନିର୍ମିତ ଏହି ମହାବିଦ୍ୟାଳୟ ବ୍ରହ୍ମପୁର ବିଶବିଦ୍ୟାଳୟ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି, ସାରା ଦେଶରେ କ’ଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୫: ଭାରତ ୯୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରେ। ଏହି ଆମଦାନୀର ଅଧିକାଂଶ ଆରବ ରାଷ୍ଟ୍ରଗୁଡ଼ିକରୁ ଆସିଥାଏ । ତଥାପି ଫେବୃଆରୀ ୨୮ ତାରିଖରୁ, ମଧ୍ୟପ୍ରାଚ୍ୟରେ…

ପେଟ୍ରୋଲ-ଡିଜେଲ ଦର ବଢିବା ପରେ କଂଗ୍ରେସ କହିଲା, ‘Inflation Man’s Extortion…’

ନୂଆଦିଲ୍ଲୀ,୨୫।୫: ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଚତୁର୍ଥ ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ଏହାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ…

ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri