ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ ଶିକଦର ୨୦୨୪ର ହିଂସାତ୍ମକ ଛାତ୍ର ଆନ୍ଦୋଳନର ଦ୍ୱିତୀୟ ନେତା। ଗୁରୁତର ଅବସ୍ଥାରେ ତାଙ୍କୁ ଖୁଲ୍‌ନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନ୍ୟାଶନାଲ ସିଟିଜେନ୍‌ ପାର୍ଟି (ଏନ୍‌ସିପି)ର ଖୁଲ୍‌ନା ଡିଭିଜନ ମୁଖ୍ୟ ଏବଂ ଦଳର ଓ୍ବାର୍କର୍ସ ଫ୍ରଣ୍ଟର କେନ୍ଦ୍ରୀୟ ସମନ୍ବୟକାରୀ ଭାବେ କାର୍ଯ୍ୟ କରୁଥିଲେ। ହସ୍ପିଟାଲ ସୂତ୍ର ଅନୁଯାୟୀ, ଶିକ୍‌ଦରଙ୍କ ମୁଣ୍ଡ ବାମପାର୍ଶ୍ୱରେ ଗୁଳି ଲାଗିଛି। ତାଙ୍କୁ ହସ୍ପିଟାଲ ଅଣାଯିବା ବେଳେ ପ୍ରଚୁର ରକ୍ତସ୍ରାବ ହେଉଥିଲା।
ସୂଚନାଯୋଗ୍ୟ, ଗତବର୍ଷ ହାଦିଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମି ଲିଗ୍‌ ସରକାର କ୍ଷମତାଚ୍ୟୁତ ହୋଇଥିଲା। ଗତ ୧୨ ତାରିଖରେ ଢାକାର ବିଜୟନଗର ଅଞ୍ଚଳରେ ମାସ୍କ ପିନ୍ଧିଥିବା ବନ୍ଧୁକଧାରୀଙ୍କ ଗୁଳିରେ ଗୁରୁତର ଆହତ ହାଦିଙ୍କର ଗତ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଫେବୃଆରୀ ୧୨ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ହାଦି ତାଙ୍କ ଇନ୍‌କିଲାବ ମଞ୍ଚରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ହତ୍ୟାକୁ ନେଇ ସାରା ଦେଶରେ ଉତ୍ତେଜନା ଓ ବିକ୍ଷୋଭ ଲାଗି ରହିଥିବାବେଳେ ଅନ୍ୟ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ହାଦି ହତ୍ୟାକାଣ୍ଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅନ୍ତରୀଣ ସରକାର ବିଫଳ ହେଲେ ତାଙ୍କୁ କ୍ଷମତାରୁ ହଟାଯିବ ବୋଲି ଇନ୍‌କିଲାବ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ସୋମବାର ଏକ ଜରୁରୀ ପ୍ରେସ୍‌ ମିଟ୍‌ରେ ଦଳର ସଦସ୍ୟ ସଚିବ ଅବଦୁଲ୍ଲା ଅଲ୍‌ ଜାବେର ଉପରୋକ୍ତ ଚେତାବନୀ ଦେଇଛନ୍ତି। ମହମ୍ମଦ ୟୁନୁସ୍‌ ସରକାର ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଗିରଫ କରିନାହାନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri