ରାଜ୍ୟରେ ଖୋଲିବ ୬୫ ସିଭିଲ୍‌ ଜଜ୍‌ କୋର୍ଟ

କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା ଜଜ୍‌ମାନଙ୍କୁ ଚିଠି ଲେଖାଯାଇଛି।
ଏଥିରେ କେନ୍ଦୁଝର ଜିଲାର ତେଲକୋଇ, ହାଟଡିହି, ବଡ଼ବିଲ, ଘଟଗାଁ ଓ ହରିଚନ୍ଦନପୁର, ସୁନ୍ଦରଗଡ଼ ଜିଲାର କୋଇଡା, ବୀରମିତ୍ରପୁର, ଲହୁଣୀପଡ଼ା, ବଡ଼ଗାଁ, ଲେଫ୍ରିପଡ଼ା ଓ ହେମଗିରିରେ କୋର୍ଟ ଖୋଲାଯିବ। ସେହିଭଳି ଭଦ୍ରକ ଜିଲାର ବନ୍ତ, କୋରାପୁଟର ନନ୍ଦପୁର, ନାରାୟଣପାଟଣା, ବୈପାରିଗୁଡ଼ା, ପୁରୀ ଜିଲାର କୃଷ୍ଣପ୍ରସାଦ, କାକଟପୁର, କଣାସ ଓ ଅସ୍ତରଙ୍ଗ, ରାୟଗଡ଼ା ଜିଲାର ଚନ୍ଦ୍ରପୁର, ମୁନିଗୁଡ଼ା, ପଦ୍ମପୁର, ମାଲକାନଗିରି ଜିଲାର ମାଥିଲି, କୁଡୁମୁଲୁଗୁମ୍ମା, ବାଲେଶ୍ୱର ଜିଲାର ଔପଦା ଓ ଖଇରା, ନୟାଗଡ଼ ଜିଲାର ଗଣିଆ, ଗଞ୍ଜାମ ଜିଲାର ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ ଓ ପୋଲସରା, ଯାଜପୁର ଜିଲାର ବରିପାଳ, ବିଞ୍ଝାରପୁର ଓ ସୁକିନ୍ଦା, ବରଗଡ଼ ଜିଲାର ଗାଇସିଲଟ, ପାଇକମାଳ ଓ ବିଜେପୁରରେ କୋର୍ଟ ଖୋଲାଯିବ। ଝାରସୁଗୁଡ଼ା ଜିଲାର ଲକ୍ଷ୍ମଣପୁର, ଲଇକେରା ଓ କିରିମିରା, କଳାହାଣ୍ଡି ଜିଲାର ଗୋଲମୁଣ୍ଡା, ଥୁଆମୂଳ ରାମପୁର, କାରିଆମୁଣ୍ଡା ଓ ଲାଞ୍ଜିଗଡ଼, କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ, ରାଇକିଆ ଓ ଚକାପାଦ, ଖୋର୍ଦ୍ଧା ଜିଲାର ବେଗୁନିଆ, ବାଲିଅନ୍ତା, ବୋଲଗଡ଼, ବାଲିପାଟଣା ଓ ଚିଲିକା, ଅନୁଗୋଳ ଜିଲାର ବଅଁରପାଳ ଓ କିଶୋରନଗରରେ କୋର୍ଟ ଖୋଲିବ। ସେହିପରି ମୟୂରଭଞ୍ଜ ଜିଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମଣ୍ଡା, କଟକ ଜିଲାର ନିଶ୍ଚିନ୍ତକୋଇଲି, ଡମପଡ଼ା ଓ ମାହାଙ୍ଗା, ବଲାଙ୍ଗୀର ଜିଲାର ବଙ୍ଗମୁଣ୍ଡା, ଜଗତ୍‌ସିଂହପୁର ଜିଲାର ଏରସମା, ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା, ଝରିଗାଁ, କେନ୍ଦ୍ରାପଡ଼ା ଜିଲାର ରାଜକନିକା, ସମ୍ବଲପୁର ଜିଲାର ରେଙ୍ଗାଲିରେ ଏହି କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋର୍ଟ ଖୋଲିବା ପାଇଁ ବର୍ତ୍ତମାନ ଉପଲବ୍ଧ ଭିତ୍ତିଭୂମି, କୋର୍ଟ ହଲ୍‌, ଡାଏସ୍‌, କାଠଗଡ଼ା, କାର୍ଯ୍ୟାଳୟ ଓ ପ୍ରିଜାଇଡିଂ ଅଫିସର୍‌ଙ୍କ ଚାମ୍ବର୍‌ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲା ଜଜ୍‌ମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଶି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri