ରାୟଗଡ଼ା ଗଲା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍‌

କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍‌ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ଏହି ୪ ଜଣିଆ ତଦନ୍ତକାରୀ ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର, ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଅଛନ୍ତି। ଏହାବାଦ୍‌ କ୍ରାଇମବ୍ରାଞ୍ଚ ଦଳକୁ ସହାୟତା କରିବା ପାଇଁ ୨ ଜଣ ଫୋରେନ୍‌ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର ମଧ୍ୟ ଅଧିକାରୀମାନଙ୍କ ସହ ରାୟଗଡ଼ା ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ତାଙ୍କ ସାଥୀ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ ୨ଟି ମାମଲା ରୁଜୁ କରିଛି। ମୃତ ପର୍ଯ୍ୟଟକଙ୍କୁ ଦେଶର ବିଭିନ୍ନ ସ୍ଥାନ ବୁଲାଉଥିବା ଗାଇଡ୍‌, ଇନୋଭା ଗାଡ଼ିର ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ନାତାଲିଆ ଓ ତୁରୋଭ ମିଖାଇଲଙ୍କୁ ପଚରାଉଚୁରା କରିବା ପରେ କ୍ରାଇମ୍‌ବ୍ରାଞ୍ଚକୁ କିଛି ଠୋସ୍‌ ସୂଚନା ମିଳିଛି। ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ସେମାନଙ୍କୁ ଯୋଗାଯୋଗ କରିବା ପ୍ରକ୍ରିୟା କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କରିଛି। ତେବେ ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସହ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ଓ ତୁରୋଭଙ୍କଠାରୁ ମିଳିଥିବା ତଥ୍ୟଗୁଡ଼ିକର ସତ୍ୟତାକୁ କ୍ରାଇମବ୍ରାଞ୍ଚ ପରଖିବ। ତେବେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବା ୨ୟ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସାକ୍ଷୀମାନଙ୍କୁ ପଚରାଉଚରା କରିବେ। ଏଥିସହ ଘଟଣାସ୍ଥଳ ଓ ସ୍ଥାନୀୟ ପୋଲିସଠାରୁ ସାକ୍ଷ୍ୟପ୍ରମାଣ ଖୋଜିବା ସହ ସଂଗ୍ରହ କରିବାକୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ଦାୟିତ୍ୱ ପ୍ରଦାନ ଜଣାଯାଇଛି।
ଅପରପକ୍ଷରେ, କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦୁଇ ପର୍ଯ୍ୟଟକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଟୁର୍‌ରେ ଯାଉଥିବା ଗାଇଡ୍‌ ଜିତେନ୍ଦ୍ର ସିଂହଙ୍କୁ ପଚରାଉଚରା କାର୍ଯ୍ୟ ଜାରି ରଖାଯାଇଛି। ଜିତେନ୍ଦ୍ରଙ୍କଠାରୁ ମିଳିଥିବା ତଥ୍ୟର ସତ୍ୟତାକୁ ପରଖାଯିବା ସହ ସେଗୁଡ଼ିକ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକଙ୍କଠାରୁ ପ୍ରାପ୍ତ ତଥ୍ୟ ସହ ମେଳାଯାଉଛି। ସେହିପରି କ୍ରାଇମବ୍ରାଞ୍ଚ ମୃତ ପର୍ଯ୍ୟଟକଦ୍ୱୟଙ୍କ ଭାରତ ପର୍ଯ୍ୟଟନ ସମ୍ପର୍କିତ ବିଭିନ୍ନ କାଗଜପତ୍ର ସଂଗ୍ରହ କରୁଛି। ସେମାନଙ୍କ ଭ୍ରମଣ ଯୋଜନା ଓ ବିଭିନ୍ନ ଜାଗାରେ ହୋଟେଲ ରହଣିର ବୁକିଂ, ଏୟାରଲାଇନ୍ସ ଓ ଟ୍ରାଭେଲ କମ୍ପାନି ଆଦିର କାଗଜପତ୍ରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ମୃତକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରେକର୍ଡକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri