ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୧୨ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୪୨ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲାରୁ ସର୍ବାଧିକ ୪୫ଜଣ ଥିବା ଜଣାପଡିଛି। ସେହିପରି ରାଜ୍ୟରେ ଗୁରୁବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୪ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ...

୨୪ ଘଣ୍ଟାରେ ୩୦% ଅଧିକ ସଂକ୍ରମିତ

ନୂଆଦିଲ୍ଲୀ, ୧୯ା୧୧: ଭାରତରେ କରୋନା ସଂକ୍ରମଣ ହାର କମିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ୩୦% ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ମଙ୍ଗଳବାର...

ଗୁରୁତର ନ ଥିଲେ କଟକ, ଭୁବନେଶ୍ୱର ପଠାଅ ନାହିଁ

ଭୁବନେଶ୍ୱର,୧୬।୯(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଛି। କଟକ ଓ ଭୁବନେଶ୍ୱର ଏକ ପ୍ରକାର ହଟ୍‌ସ୍ପଟ୍‌ ପାଲଟିଛି। ଏପରି ସ୍ଥଳେ ଅନ୍ୟ ଜିଲାଗୁଡିକରୁ...

କରୋନାକୁ ହରାଇଲେ ୮୭ ବର୍ଷୀୟ କୃପାସିନ୍ଧୁ

ଭୁବନେଶ୍ୱର, ୧୩।୯ (ବ୍ୟୁରୋ): କରୋନା ମହାମାରୀକୁ ହରାଇଛନ୍ତି ୮୭ ବର୍ଷୀୟ କୃପାସିନ୍ଧୁ ସାହୁ। ସେ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ...

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି।...

୩ ପଞ୍ଚାୟତର ୧୫ ଗାଁ ପାଣି ଘେରରେ

ଖୋର୍ଦ୍ଧା ଅଫିସ,୨୭ା୮: ଲଗାଣ ବର୍ଷା ସହ ହୀରାକୁଦ ଜଳ ରାଜୁଆ ନଦୀରେ ପ୍ରବେଶ କରିବା ପରେ ବନ୍ୟା ଆସିଛି। ଫଳରେ ଖୋର୍ଦ୍ଧା ବ୍ଲକ୍‌ର ୩ ପଞ୍ଚାୟତରେ...

ଦିଲ୍ଲୀ, ଉତ୍ତରପ୍ରଦେଶ ପରେ ଚଣ୍ଡିଗଡ଼ରେ ଲାଗୁ ହେଲା ଓ୍ବିକେଣ୍ଡ ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୪: ବର୍ଦ୍ଧିତ କରୋନା ମାମଲା ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରାଯାଉଛି। ଦିଲ୍ଲୀରେ ଶୁକ୍ରବାରଠାରୁ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ...

ବଜ୍ରପାତପ୍ରବଣ ରାଜ୍ୟ ଓଡ଼ିଶା: ୪ମାସରେ ୯ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର, ୩।୯(ବ୍ୟୁରୋ): ଏକ ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ...

Advertisement


Archives

Model This Week

Why Dharitri