CORONAVIRUS UPDATE: ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୨୧୭ ଆକ୍ରାନ୍ତ, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬,୭୦୩କୁ ବୃଦ୍ଧି

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଆଉ ୨୧୭ କରେନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୮ଜଣ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୧୮, ବାଲେଶ୍ୱରରୁ ୧୬, ମୟୂରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେନ୍ଦୁଝରରୁ ୧୨, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୭, ଯାଜପୁରରୁ ୬, ଅନୁଗୋଳ-କଟକରୁ ୫, ଢ଼େଙ୍କାନାଳ-ପୁରୀରୁ ୪ଲେଖାଏ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ା ଓ ସୋନପୁରରୁ ୨ ଜଣ ଲେଖାଏ, ବଲାଙ୍ଗୀରରୁ ଜଣେ ଅଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆରୋଗ୍ୟ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୭୦୩କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।