ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଚଳୁ କରୁଛନ୍ତି ଟଙ୍କା। ଏପରି କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲି ମଧ୍ୟ ଧମକାଇ ଅର୍ଥ ଆଦାୟ କରାଯାଉଛି। ସହାୟତା ଲୋଡ଼ିବା ଆଳରେ ଠକେଇ ଚାଲିଛି। କିଛି ଟଙ୍କା ଦେଲେ ମାର୍କେଟ୍‌ରେ ବେନାମୀ ସିମ୍‌ ମିଳିଯାଉଥିବାରୁ ଏହା ସାଇବର ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ବହୁଳ ବ୍ୟବହାର ହେଉଥିବା ଅନୁଗୋଳ ଜିଲାରେ ଦେଖିବାକୁ ମିଳୁଛି।
ଅନୁଗୋଳ ଜିଲାରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅନୁଗୋଳ ଥାନା ସହ ସଦର ଥାନା, ବଅଁରପାଳ, ନାଲ୍‌କୋ, ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅଞ୍ଚଳରେ ଏପରି ଅପରାଧ ଅଧିକ ଘଟୁଛି। ଅନ୍ୟ ଲୋକଙ୍କ ନାମ ଓ ଠିକଣା ବ୍ୟବହାର କରି ସିମ୍‌ କିଣାଯାଉଥିବାରୁ ଅପରାଧୀମାନେ ସହଜରେ ପୋଲିସ ହାତରେ ଧରାପଡ଼ୁନାହାନ୍ତି। ଏହା ହିଁ ଅପରାଧ ବୃଦ୍ଧିର ଅନ୍ୟତମ କାରଣ ହୋଇଛି। ନିକଟରେ ବିକ୍ରମପୁର ଥାନା ଅଞ୍ଚଳର ସୁବ୍ରତ କୁମାର ମାଝିଙ୍କ ନାମ ଓ ଫଟୋ ଲଗାଇ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନଂ. ୧୧୯/୨୧ରେ ମାମଲା ରୁଜୁ କରି ୨ ଯୁବକଙ୍କୁ ଗିରଫ କରି ଗତ ୨୬ ତାରିଖରେ କୋର୍ଟ ଚାଲାଣ କରିଥିଲା। ଗିରଫ ଦୁଇ ଯୁବକଙ୍କ ମୋବାଇଲ ଦୋକାନ ରହିଛି। ସେମାନେ ବେନାମୀ ସିମ୍‌ କାର୍ଡ ଆକ୍ଟିଭ କରି ୨ଶହରୁ ୩ଶହ ଟଙ୍କାରେ ବଜାରରେ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି। କେବଳ ଏହି ଦୁଇଜଣ ନୁହନ୍ତି ଅନୁଗୋଳ ଜିଲାର ବିଭିନ୍ନ ବଜାର ଅଞ୍ଚଳରେ ଥିବା କେତେକ ଦୋକାନରେ ଏପରି ବେନାମୀ ସିମ୍‌ ବ୍ରିକି ଚାଲିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଅନୁଗୋଳ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେନାମୀ ସିମ୍‌ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କୁ କିଭଳି ପ୍ରମାଣ ସହ କାବୁ କରାଯିବ ସେ ନେଇ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଛି।
ଅପାରଗତା ହିଁ ଦାୟୀ
ପୋଲିସର ଅପାରଗତା କାରଣରୁ ବେନାମୀ ସିମ୍‌ ବ୍ୟବହାର କରି ସାଇବର ଠକେଇ ଓ ଅନ୍ୟ ଅପରାଧ ଘଟାଯାଉଛି। ଅନୁଗୋଳରେ ଏପରି ଘଟଣା ବଢ଼ି ଚାଲିଥିବାରୁ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି।
-ଦିବ୍ୟଦର୍ଶୀ ବଳିଆରସିଂହ, ଅନୁଗୋଳ
ଢିଲା ବ୍ୟବସ୍ଥାର ପରିଣାମ
ସମୟ ସହ ପୋଲିସ ବିଭାଗ ସମନ୍ବୟ ରକ୍ଷା କରି ଆଗେଇପାରୁ ନାହିଁ। ସେଥିପାଇଁ ସାଇବର ଅପରାଧୀମାନଙ୍କ ନିକଟରେ ପୋଲିସ ପହଞ୍ଚିପାରୁ ନାହିଁ। ଏପରି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଲୋକଙ୍କ ଧନ ଠକଙ୍କ ଆକାଉଣ୍ଟକୁ ଚାଲିଯାଉଛି।
-ଅଲେଖ ଚନ୍ଦ୍ର ସାହୁ, କ୍ରିମିନାଲ ଓକିଲ
ତୁରନ୍ତ ପଦକ୍ଷେପ ନିଆଯାଉ
ଉପଯୁକ୍ତ ପ୍ରମାଣପତ୍ର ବିନା ସିମ୍‌ ଦେବା ଏକ ଅପରାଧ। ଏହି କାରଣରୁ ଜିଲାର ଅନେକ ବ୍ୟକ୍ତି ସେମାନଙ୍କ ସଞ୍ଚିତ ଅର୍ଥରାଶି ହରାଉଛନ୍ତି। ତେଣୁ ଏହାକୁ ଯଥାଶୀଘ୍ର ରୋକିବା ଦିଗରେ ପଦକ୍ଷେପ ନିଆଯାଉ।
-ବିନିତ ସାହା, ବ୍ୟବସାୟୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri