ବେନାମୀ ଚିଠି

ହରିଶଙ୍କର ମିଶ୍ର

 

ସରକାରୀ ଦପ୍ତରରେ କୌଣସି ବ୍ୟକ୍ତି ବା ସରକାରୀ ଅଧିକାରୀଙ୍କ ନାମରେ ଗୁରୁତର ତ୍ରୁଟିର ସୂଚନା ଥାଇ ପ୍ରେରକଙ୍କ ନାମ ନ ଥାଇ ଯେଉଁ ଚିଠି ପ୍ରାପ୍ତ ହୁଏ ତାହା ବେନାମୀ ଚିଠି ଭାବେ ନାମିତ କରାଯାଏ। ବେନାମୀ ଚିଠିରେ ଅଭିଯୋଗର ସତ୍ୟତା ଥାଏ। କିନ୍ତୁ ଅଭିଯୁକ୍ତ ଯଦି ଧନୀ, ବାହୁବଳୀ, କ୍ଷମତାସମ୍ପନ୍ନ ବା ଉପରିସ୍ଥ ଅଧିକାରୀ ହୋଇଥା’ନ୍ତି ତେବେ ଧନ, ଜୀବନ, ଚାକିରି, ସାମାଜିକ ନିରାପତ୍ତା ପାଇଁ ଅଭିଯୋଗକାରୀ ନିଜର ନାମ ବା ଠିକଣା ଦେଇ ନ ଥାନ୍ତି। ଅଭିଯୋଗର ସତ୍ୟତା ଥାଇ ପ୍ରେରକଙ୍କ ନାମ, ଠିକଣା ଥିଲେ ଓ ବେନାମୀ ଅଭିଯୋଗ ପତ୍ର ମଧ୍ୟରେ କିଭଳି ଫରକ ରହିଛି ତାହା ନିମ୍ନୋକ୍ତ ଦୁଇଟି ଉଦାହରଣରୁ ସ୍ପଷ୍ଟ ହେବ।
ସତ୍ୟେନ୍ଦ୍ର ଦୁବେ, ଆଇଆଇଟି ଖଡ଼ଗପୁରରୁ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହେବାପରେ ଭାରତୀୟ ଯାନ୍ତ୍ରିକ ସେବାପାଇଁ ମନୋନୀତ ହୋଇଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଜ ରାଜ୍ୟ ବିହାରରେ ନିଯୁକ୍ତି ପାଇଲେ। ଜାତୀୟ ରାଜପଥର ମରାମତି ତଦାରଖ ବେଳେ କାର୍ଯ୍ୟରେ ହେଉଥିବା ଗୁରୁତର ତ୍ରୁଟିକୁ ପ୍ରଥମେ ଠିକାଦାର ଓ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି କୌଣସି ସୁଫଳ ମିଳି ନ ଥିଲା। ଯୁବ ସୁଲଭ ଉଦ୍ଦୀପନାରେ ଦୁବେଙ୍କ ଅନ୍ତରାତ୍ମା ଏହାକୁ ହଜମ କରିପାରିଲା ନାହିଁ। ସେ ସମସ୍ତ ଘଟଣା ଲେଖି ୨୦୦୨ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେହି ପତ୍ର ଉପରେ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦାପ୍ତରିକ ଢାଞ୍ଚାରେ ପତ୍ରଟି ବିହାରର ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚିଲା। କାର୍ଯ୍ୟାନୁଷ୍ଠାନ ତ ହେଲାନାହିଁ ବରଂ ସ୍ବଳ୍ପ ଦିନରେ ଦୁବେ ଅଜଣା ଆତତାୟୀଙ୍କ ଦ୍ୱାରା ନିହତ ହେଲେ। ଏଇ ଘଟଣା ସେତେବେଳେ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ମାତ୍ର ଫଳ ଶୂନ୍ୟରେ ସୀମିତ ରହିଲା। କାରଣ ବାହୁ ଓ ଧନ ବଳରେ ବଳୀୟାନ ସମ୍ପୃକ୍ତ ଠିକାଦାର ବିଭାଗୀୟ ଅଧିକାରୀ ଓ ରାଜନେତାମାନଙ୍କୁ ନିଜ କର୍ତ୍ତୃତ୍ୱରେ ରଖିଥିଲେ।
ସେହି ବର୍ଷ ପ୍ରଧାନମନ୍ତ୍ରୀ ଓ ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଖରେ ଦୁଇଟି ଲଫାପା ପହଞ୍ଚିଲା। ସେଥିରେ ବଳାତ୍କାରର ଶିକାର ହୋଇଥିବା ଦୁଇଜଣ ଯୁବତୀ ବଳାତ୍କାରୀଙ୍କ ସମ୍ପର୍କରେ ବହୁ ଗୁପ୍ତ ଓ ରୋମାଞ୍ଚିତ ତଥ୍ୟ ଦେଇ ଥିବାରୁ ତାହା ସିବିଆଇ ଦ୍ବାରା ତଦନ୍ତ ପାଇଁ କଡ଼ା ନିର୍ଦ୍ଦେଶ ମିଳିଲା। ମାତ୍ର ଅଭିଯୋଗକାରିଣୀଙ୍କ ସମ୍ପର୍କରେ କୌଣସି ସୂଚନା ନ ଥିବାରୁ କେବଳ ପତ୍ର ଦ୍ୱୟରେ ଥିବା ମୋହର ଆଧାରରେ ପ୍ରେରିତ ଡାକଘରର ଅବସ୍ଥିତି ଅଞ୍ଚଳରେ ଗୁପ୍ତ ତଦନ୍ତ କରାଗଲା। କିଛି ମାସ ମଧ୍ୟରେ ସିବିଆଇ ଯୁବତୀଦ୍ୱୟଙ୍କୁ ଠାବ କରିବାରେ ସକ୍ଷମ ହେଲା। କିନ୍ତୁ ସେମାନଙ୍କ ପରିଚୟ ପ୍ରକାଶ ପାଇଲେ ଜୀବନହାନି ନିଶ୍ଚିତ ଯୋଗୁ ତଦନ୍ତକୁ ଆହୁରି ଗୁପ୍ତ ରଖାଗଲା। ୨୦୦୭ରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ପରେ ଜଣାଗଲା ଯେ ହରିୟାଣାର ଶୀର୍ଶା ସ୍ଥିତ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ସିଂ ହିଁ ବଳାତ୍କାରୀ। ବେହୁସଂଖ୍ୟକ ଆଗଧାଡ଼ିର ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟିରେ ସେ ଭଗବାନଙ୍କ ଅବତାର ଥିଲେ। ତାଙ୍କର ଗୋଟିଏ ଫୋନ ବାର୍ତ୍ତାରେ ନିଶାସକ୍ତମାନେ ନିଶାତ୍ୟାଗ କରୁଥିବା ତାଙ୍କ ଅନୁଗାମୀମାନେ ପ୍ରଚାର କରୁଥିବା ବେଳେ ତାଙ୍କ ସ୍ବହସ୍ତ ପ୍ରେରିତ ଗୋଟିଏ ଲଙ୍କା ବା ମଟର ଛୁଇଁ ପାଇଲେ ଧନାଢ଼୍ୟ ଅନୁଗାମୀ କୃତ୍ୟ କୃତ୍ୟ ହୋଇ ବହୁଲକ୍ଷ ଅର୍ଥ ଦେଇଦେଉଥିଲେ। ୨୦୦୨ରେ ଗୁରମିତଙ୍କ ସମ୍ପର୍କରେ କିଛି ତଥ୍ୟ ସାର୍ବଜନୀନ କରି ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ଅଭିଯୋଗ ଫର୍ଦ୍ଦ ଦାଖଲ ପରେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଗତ ସଚିବ କ୍ରିଷ୍ଣାଲାଲଙ୍କ ମାମଲା ମଧ୍ୟ ସିବିଆଇର ତଦନ୍ତ ପରିସରକୁ ଅଣାଗଲା। କାରଣ ସେ ହତ୍ୟାକାଣ୍ଡର ନାୟକ ଥିଲେ ସ୍ବୟଂ ଗୁରମିତ ସିଂ। ଦୀର୍ଘଦିନର ବିଚାର ପରେ ସେପ୍ଟେମ୍ବର ୨୦୧୭ ଅଗଷ୍ଟ ୨୫ରେ ବଳାତ୍କାର ମାମଲାରେ ଗୁରମିତଙ୍କୁ ପଞ୍ଚକୁଲା କୋର୍ଟ ଦୋଷୀସାବ୍ୟସ୍ତ କଲେ। ସେଦିନ ଦଙ୍ଗା କରାଯାଇ ଗୁରମିତଙ୍କୁ ଫେରାର କରାଇବାକୁ ଯୋଜନା ଥିବାରୁ ତାଙ୍କୁ ହେଲିକପ୍ଟରରେ ରୋହତକ୍‌ର ସୁନାରିଆ ଜେଲକୁ ପଠାଗଲା। ତଥାପି ଦଙ୍ଗା ହୋଇ ୪୧ ଜଣ ମରିଥିଲେ। ଦୁଇଦିନ ପରେ ଜେଲ ମଧ୍ୟରେ ୨୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଗଲା। ଯୁବତୀ ଦ୍ୱୟଙ୍କୁ ମଧ୍ୟ ୧୫ଲକ୍ଷ କ୍ଷତିପୂରଣ ଦେବାକୁ ଅଦାଲତ ଆଦେଶ ଦେଲେ। ପରେ ହତ୍ୟାକାଣ୍ଡ ମାମଲାରେ ଗୁରମିତଙ୍କ ସହ ଯଥାକ୍ରମେ ଚାରି ଓ ପାଞ୍ଚଜଣ ସହଯୋଗୀଙ୍କୁ ଦୁଇଥର ଆଜୀବନ କାରାଦଣ୍ଡ ଓ ଯଥେଷ୍ଟ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି।
ଉପରୋକ୍ତ ଘଟଣା ଦ୍ୱୟରୁ ସ୍ପଷ୍ଟ ଯେ ଅଭିଯୋଗ ପତ୍ରରେ ପରିଚୟ ଯୋଗୁ ଜଣେ ଉଦୀୟମାନ ସଚ୍ଚୋଟ ଯନ୍ତ୍ରୀ ହତ୍ୟାର ଶିକାର ହୋଇଥିବା ବେଳେ ପରିଚୟ ନ ଥିବା ଅଭିଯୋଗର ଠିକ୍‌ ତଦନ୍ତ ଯୋଗୁ ଜଣେ ଅତ୍ୟୁଚ୍ଚ ବର୍ଗର ବ୍ୟକ୍ତିଙ୍କ ଆପରାଧିକ କାର୍ଯ୍ୟ ସାର୍ବଜନୀନ ହୋଇଗଲା। ସମସ୍ତେ ଜାଣନ୍ତି ଯେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମା ଛୁଇଁ ସାରିଛି। ମାତ୍ର ଅନେକ ସଚେତନ ବ୍ୟକ୍ତି ନିଜ ଜୀବନ ଓ ସାମାଜିକ ନିରାପତ୍ତା ଭୟରେ ଏହା ସରକାରଙ୍କ ଦୃଷ୍ଟିକୁ ଆଣି ପାରୁନାହାନ୍ତି। ସରକାର ଯଦି ବାସ୍ତବରେ ଶୂନ୍ୟ ସହନଶୀଳତା ଗ୍ରହଣ କରିବାକୁ ବଦ୍ଧପରିକର ତେବେ ବେନାମୀ ଚିଠିକୁ ଅଭିଯୋଗ ଭାବେ ଗ୍ରହଣ କରି ତା’ର ସତ୍ୟତା ପ୍ରଥମେ ଗୋଟିଏ ସ୍ବତନ୍ତ୍ର ସଂସ୍ଥା ଦ୍ବାରା ପ୍ରାଥମିକ ତଦନ୍ତକୁ ଅଗ୍ରାଧିକାର ଦିଆଯିବା ଉଚିତ।
ଗୁଣ୍ଡିଚା ବିହାର, ପୁରୀ ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri