ଅପହଞ୍ଚ ଗାଁର ଆଲୋକବର୍ତ୍ତିକା ‘ଅନନ୍ୟା’

ଢେଙ୍କାନାଳ ଅଫିସ,୭।୪: ‘ମାନବ ସେବା ହିଁ ମାଧବ ସେବା’। ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରିଛନ୍ତି ଢେଙ୍କାନାଳର ଯୁବ ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘର ସମ୍ପାଦିକା ଅନନ୍ୟା ଦାସ। ନିରାଶ୍ରୟଙ୍କୁ ସହାୟତା ଯୋଗାଇ ଦେବା, ବିପଦରେ ପଡ଼ିଥିବା ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା, ଦୁର୍ଗମ ଅଞ୍ଚଳର ସମସ୍ୟା ପ୍ରଶାସନର ଦୃଷ୍ଟିକୁ ଆଣିବା ଭଳି ମହତ୍‌ କାର୍ଯ୍ୟ କରି ଖୁବ୍‌ କର୍ମଦିନରେ ସେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।
ଗଁଦିଆ ବ୍ଲକର ଦୁର୍ଗମ ଆଦିବାସୀ ଅଞ୍ଚଳର ପିଲାଙ୍କ ହାତରେ ଶିକ୍ଷାର ମଶାଲ ଧରାଇବାକୁ ପଣ କରିଛନ୍ତି ଅନନ୍ୟା। ନିଜ ଅନୁଷ୍ଠାନ ସହାୟତାରେ ସେ ନିୟମିତ ଅପହଞ୍ଚ ଇଲାକାରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ, ଆବଶ୍ୟକ ଉପକରଣ ଏବଂ ପୋଷାକ ପ୍ରଦାନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସେମାନେ ଦୈନନ୍ଦିନ ଜୀବନରେ ଭୋଗୁଥିବା ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇ ସମାଧାନର ରାସ୍ତା ବାହାର କରୁଛନ୍ତି। ତାଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ବହୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ହୁଇଲ୍‌ ଚେୟାର ପାଇପାରିଛନ୍ତି। ମାନସିକ ରୋଗୀ, ସ୍ବଳ୍ପ ଶିକ୍ଷିତ ବ୍ୟକ୍ତିଙ୍କ ଆଧାରକାର୍ଡ କରାଇଦେବା, ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସର୍ବଦା ତତ୍ପର। କେବଳ ଏତିକି ନୁହେଁ, ଆବଶ୍ୟକ ସମୟରେ ରକ୍ତଦାନ କରି ସେ ବହୁ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି।
କୋଭିଡ୍‌ ସମୟରେ ଅନନ୍ୟାଙ୍କ ମାନବିକତା ଲୋକଲୋଚନକୁ ଆସିଥିଲା। ନିଜ ସହଯୋଗୀଙ୍କ ସହ ସ୍କୁଟିରେ ରାସ୍ତାକଡ଼ରେ ବସବାସ କରୁଥିବା ଯାଯାବର ପରିବାରଙ୍କୁ ଖାଦ୍ୟ ବିତରଣ କରିଥିଲେ। ହାଡ଼ଭଙ୍ଗା ଶୀତରେ କମ୍ବଳ ବାଣ୍ଟି ବହୁ ଅସହାୟଙ୍କୁ ବଢ଼ାଇଥିଲେ ସହାୟତାର ହାତ। ଏଭଳି କାର୍ଯ୍ୟ ଅନନ୍ୟାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ସମ୍ବର୍ଦ୍ଧନା। ଅନନ୍ୟା ସ୍ନାତକ ପାସ୍‌ କରିବା ପରେ ମାଷ୍ଟର ଇନ୍‌ ସୋସିଆଲ ଓ୍ବାର୍କ (ଏମ୍‌ଏସ୍‌ଡବ୍ଲ୍ୟୁ) ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ନିଜ ପ୍ରତିକ୍ରିୟାରେ ସେ କୁହନ୍ତି, ଏଭଳି କାର୍ଯ୍ୟରେ ମା’ ପଦ୍ମାଳୟା ଦାସ ଏବଂ ବାପା ସତ୍ୟସ୍ବରୂପ ଦାସଙ୍କ ପ୍ରେରଣା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ପାଠ ପଢ଼ିବା ସହ ଅସହାୟଙ୍କ ସହାୟତା କରିବା ଜାରି ରଖିବେ। କାରଣ ମାନବ ସେବା ହିଁ ମାଧବ ସେବା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri