ଆଇଟିଏଲ୍‌ର ବାର୍ଷିକ ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୧୦।୪: ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ(ଆଇଟିଏଲ୍‌)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ଉଲ୍ଲେଖନୀୟ ପ୍ରଦର୍ଶନ ସହ ବାର୍ଷିକ କାରବାର ଶେଷ କରିଛି। ଏପରିକି ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ଆଇଟିଏଲ୍‌ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧୫୧,୧୬୦ ଟ୍ରାକ୍ଟର ବିକ୍ରି ସହ ସର୍ବବୃହତ୍‌ ବାର୍ଷିକ ବିକ୍ରି ରେକର୍ଡ ହାସଲ କରିଛି। ଏହି ଚମତ୍କାର ସଫଳତା ଯୋଗୁ କମ୍ପାନୀ ୧୪.୧%ର ବଜାର ଅଂଶ ଓ ୧୧%ର ସାମଗ୍ରିକ ଅଭିବୃଦ୍ଧି ହାସଲ କରିପାରିଛି।

ଏ ସମ୍ପର୍କରେ ଆଇଟିଏଲ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ଆମେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧୫୧,୧୬୦ ୟୁନିଟ ଟ୍ରାକ୍ଟର୍‌ର ସର୍ବୋଚ୍ଚ ବାର୍ଷିକ ବିକ୍ରି ରେକର୍ଡ ହାସଲ କରିଛୁ। ଏପରିକି ବାର୍ଷିକ ୧ ଲକ୍ଷ ଟ୍ରାକ୍ଟର ବିକ୍ରି ପରେ ମଧ୍ୟ ଏହା ଆମ ପାଇଁ ୨ୟ ସର୍ବବୃହତ୍‌ ସଫଳତା । ଏହି ନୂତନ ସଫଳତା ଆମର ଏକାଧିକ ପଦକ୍ଷେପ ଯଥା ଉପତ୍ାଦ ଊଦ୍ଭାବନ ଉପରେ ଆମର ଠିକ୍‌ ଧ୍ୟାନ, ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ଉନ୍ମୋଚନ କରିବା, ଆମର ଏନ୍‌ବିଏଫ୍‌ସି ମାଧ୍ୟମରେ କୃଷକଙ୍କୁ ସହଜରେ ଋଣ ଉପଲବ୍ଧ କରିବା, ଆଇଟିଆଇ ଭଳି ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ଗୁଡିକରୁ ୩୦୦୦ରୁ ଅଧିକ ଯୁବପିଢିଙ୍କୁ ନିଯୁକ୍ତ କରିବା, ୩ x ୨ ସର୍ଭିସ୍‌ ପ୍ରତିଶ୍ରୁତି, ଡିଜିଟାଲାଇଜେଶନ ଓ କୃଷକଙ୍କ ସହ ଅନ୍‌-ଗ୍ରାଉଣ୍ଡ କନେକ୍ଟ ଆଦି ଦ୍ୱାରା ପରିଚାଳିତ ହୋଇଛି। ସେହିଭଳି ଆଇଟିଏଲ୍‌ ସବୁବେଳେ ଅଭିନବ ଟ୍ରାକ୍ଟରର ଉନ୍ମୋଚନ କରିବା ଏବଂ ସ୍ବତନ୍ତ୍ର ଚାହିଦାଗୁଡିକୁ ପୂରଣ କରିବା ପାଇଁ ନିଜର ଚ୍ୟାନେଲ ପାର୍ଟନରଙ୍କ ସହ ତାଳମେଳ ବଜାୟ ରଖିବା ସୁନିଶ୍ଚିତ କରିଥାଏ। ଏହି ନୂଆ ବିକ୍ରି ସଫଳତା ଏକକ କୃଷି ସମାଧାନ ପ୍ରଦାନକାରୀ ସଂସ୍ଥା ଭାବେ ଆଇଟିଏଲ୍‌ରେ କୃଷକମାନଙ୍କ ବର୍ଦ୍ଧିତ ବିଶ୍ୱାସ ଏବଂ ବିଶ୍ୱବ୍ୟାପୀ କୃଷକଙ୍କ ଖୁସିକୁ ସୁନିଶ୍ଚିତ କରିବା ନେଇ କମ୍ପାନୀର ପ୍ରତିଶ୍ରୁତିକୁ ଆଲୋକିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri