ମନ ମୋହୁଛି ଫୁଲର ସମ୍ଭାର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଲୋକଙ୍କ ମଧ୍ୟରେ ଫୁଲଚାଷ ପ୍ରତି ଆଗ୍ରହ ସୃଷ୍ଟି ସହ ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାରଠାରୁ ‘ବାର୍ଷିକ ପୁଷ୍ପ ପ୍ରଦର୍ଶନୀ’ ଆରମ୍ଭ ହୋଇଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପରିସରସ୍ଥ ଏକାମ୍ର କାନନରେ ଏହି ଦୁଇଦିନିଆ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍‌, କମଳା, ନୀଳ ଓ ହଳଦିଆ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ ସବୁ ଏଠାରେ ଦେଖିବାକୁ ମିଳୁଛି।

ଚଳିତବର୍ଷ ପ୍ରଦର୍ଶନୀ ପାଇଁ ଆସିଥିବା ବିଦେଶୀ ଫୁଲଗୁଡ଼ିକ ମଧ୍ୟରେ ରହିଛି ଗ୍ଲାଡିଓଲି, କ୍ରୋଟନ, କ୍ୟାକ୍‌ଟସ, କାନୁନ୍‌ଣ୍ଡୋଲା, କାରିଆଫିସ୍‌, ଡାଇନାଥସ୍‌, ଆଷ୍ଟର, ଲିଲିୟମ୍‌, ସାଲ୍‌ଭିଆ, ଜିନିଆ ଏବଂ ଆନ୍ଥୁରିୟମ୍‌ ପ୍ରଭୃତି। ସେହିଭଳି ଦେଶୀ ଫୁଲ ମଧ୍ୟରେ ଗେଣ୍ଡୁ, ଗୋଲାପ ଏବଂ ଡାଲିଆ ଭଳି ଫୁଲ ଲୋକପ୍ରିୟ ହୋଇଛି। କାଟାଲିୟା ଡେଣ୍ଡ୍ରୋବିଅମ, ଭାଣ୍ଡା ସମେତ ୨୦ ପ୍ରଜାତିର ଅର୍କିଡ୍‌ ଫୁଲକୁ ନେଇ ଏକ ସ୍ବତନ୍ତ୍ର ସେକ୍ସନ ହୋଇଛି। ଯାହା ଦର୍ଶକଙ୍କ ମନ ମୋହୁଛି। ସେହିପରି ଅନେକ ଫୁଲର ସମ୍ଭାରରେ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ସମସ୍ତଙ୍କୁ ଆକର୍ଷିତ କରୁଛି। ପ୍ରଦର୍ଶନୀ ପ୍ରବେଶ ପଥରେ ହୋଇଥିବା ଫୁଲର ଗେଟ୍‌ ମଧ୍ୟ ଦର୍ଶକଙ୍କ ପସନ୍ଦ ପାଲଟିଛି। ଏହି ପ୍ରଦର୍ଶନୀକୁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ମାଇନିଂ କର୍ପୋରେଶନ ସହାୟତାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ମିଳିତ ଭାବେ ଆୟୋଜନ କରିଛନ୍ତି। ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରିସର୍ଚ୍ଚ ଆଣ୍ଡ୍‌ ଆକ୍ଟିଭିଟି ରିପୋର୍ଟ ୨୦୧୯-୨୦ ଓ ଆଉ ଦୁଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀକୁ ସଙ୍କୁଚିତ ଭାବେ ଆୟୋଜନ କରାଯାଇଛି। ଏଥିରେ ୧୦ଟି ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। କୌଣସି ବ୍ୟକ୍ତିବିଶେଷଙ୍କୁ ଭାଗ ନେବାକୁ ଅନୁମତି ଦିଆଯାଇ ନାହିଁ। ପ୍ରତିବର୍ଷ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତା ହୋଇଥାଏ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। କିନ୍ତୁ ଏଥର ପ୍ରତିଯୋଗିତା ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୮୧,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୯୪୯ ପଜିଟିଭ୍‌

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ସୋମବାର ୩୦ ଜିଲାରୁ ୨୯୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପ୍ରଦୂଷଣ ମୁକ୍ତ ପୂଜା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଆଗକୁ ଆସୁଛି ପାର୍ବଣ ଋତୁ। କରୋନା ସଂକ୍ରମଣ ହ୍ରାସ ପରେ ପ୍ରଥମ ଥର ଲାଗି ବିଭିନ୍ନ ମଣ୍ଡପରେ ପୂଜାର ଆୟୋଜନ କରାଯାଉଛି । ଦୁର୍ଗାପୂଜା,...

୭ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ...

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ଭୁବନେଶ୍ୱର, ୧୮।୩: ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି।...

ସିଇଟିରେ ହେବ ‘କ୍ରିଟିକାଲ ମେଶିନ୍‌ ଲର୍ନିଂ’ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ଦକ୍ଷତା ବିକାଶ ନିମନ୍ତେ ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ପକ୍ଷରୁ ଖୁବ୍‌ଶୀଘ୍ର ଭୁବନେଶ୍ୱରଠାରେ ଏକ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହାସହ ଟେକ୍‌ ମହିନ୍ଦ୍ରା...

ରୋଗୀଙ୍କ ପର୍ସ, ମୋବାଇଲ୍‌, ଫେରାଇ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶଂସିତ

ଭୁବନେଶ୍ୱର,୧୬।୩(ବ୍ୟୁରୋ)କେତେଜଣ ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ସର୍ବାଗ୍ରେ ରଖିଥାନ୍ତି। ଏକ ୧୦୮ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ମଧ୍ୟ ମାନବିକତା ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।...

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ବଡ଼ଦାଣ୍ଡର ଉନ୍ନତୀକରଣ: ୮.୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ଗ୍ରାଣ୍ଡରୋଡ୍‌(ବଡ଼ଦାଣ୍ଡ)ର ଉନ୍ନୟନ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ...

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଡବଲ୍‌ ଷ୍ଟାଣ୍ଡାର୍ଡ କହିଲେ ନିରଞ୍ଜନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ସମର୍ଥନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ପିସିସି...

Advertisement
Archives

Model This Week