୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହା ପଛରେ ଅନ୍ତର୍ଜାତୀୟ ସ୍ମଗଲିଂର ସନ୍ଦେହ କରାଯାଉଛି ବୋଲି ପିସିସିଏଫ୍‌ ପ୍ରେମ୍‌ ଝା କହିଛନ୍ତି।

ପିସିସିଏଫ୍‌ କହିଛନ୍ତି, ଦେଶର ଦୁଇରୁ ତିନୋଟି ସ୍ଥାନରେ କ୍ବଚିତ୍‌ ଓରାଙ୍ଗଉଟାନ ଦେଖାଯାଆନ୍ତି। ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀ କେବେ ଦେଖାଯିବାର ନଜିର ନାହିଁ। ତେଣୁ ଭୋଗରାଇରୁ ଏକାଥରକେ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି।

ଘଟଣାର ତଦନ୍ତ ବନ ବିଭାଗ ପକ୍ଷରୁ କରାଯିବ। ଏଥିସହ ପୋଲିସକୁ ମଧ୍ୟ ତଦନ୍ତ ପାଇଁ କୁହାଯାଇଛି। ଓରାଙ୍ଗଉଟାନଗୁଡ଼ିକ କେଉଁଠାରୁ ଆସିଲେ, କିଏ ଆଣିଥିଲା ଏବଂ ଏହା ପଛରେ କୌଣସି ଆନ୍ତର୍ଜାତୀୟ ଚୋରାଚାଲାଣ ରାକେଟ୍‌ର ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଏପଟେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ଏକ ଟିମ୍‌ ଭୋଗରାଇ ଅଭିମୁଖେ ବାହାରି ସାରିଥିବା ପିସିସିଏଫ୍‌ ସୂଚନା ଦେଇଛନ୍ତି।

ଓଡ଼ିଶାରେ ବିରଳ ଭାବେ ଠାବ ହୋଇଥିବା ଏହି ୫ ଓରାଙ୍ଗଉଟାନକୁ ନେଇ ବନ ବିଭାଗ ଓ ପୋଲିସର ତଦନ୍ତ ଆରମ୍ଭ ହେବା ସହ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ହଟିବାକୁ ଅପେକ୍ଷା କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

୧୭ ବର୍ଷରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡନୃତ୍ୟ: ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ

ଅମରପାଲି,୮ା୯(ପୀତାମ୍ବର ସାହୁ):ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ପାଞ୍ଚ ଦିନିଆ ଦୁବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮।୯: ପାଞ୍ଚ ଦିନିଆ UAE ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଅଧିକ ପୁଞ୍ଜି ଆକର୍ଷଣ କରିବା ସହ ରାଜ୍ୟରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ବୃଦ୍ଧି…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri