୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗର, ଉତ୍ତରପ୍ରଦେଶଠାରୁ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କଁା ଭଁା ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ପାରଦ କିନ୍ତୁ ଉପରମୁହଁା ରହିଛି। ଫଳରେ ଖରାଦିନ ଭଳି ଟାଣଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାଜ୍ୟର ୩୯ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ଗତ ୪ଦିନ ଧରି ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ରହିବା ସହିତ ଉତ୍ତପ୍ତ ସହର ପାଲଟିଛି। ସୋମବାର ଏଠାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁରୀରେ ୩୬.୨, ଭୁବନେଶ୍ୱର ଓ ନୟାଗଡ଼ରେ ୩୬, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ତାଳଚେର, ଯାଜପୁର ଏବଂ ଜଗତ୍‌ସିଂହପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି।
ସେହିପରି ଚଳିତବର୍ଷ ମୌସୁମୀ ଋତୁ ଆରମ୍ଭ ଅର୍ଥାତ୍‌ ଜୁନ ୧ରୁ ଏଯାବତ ମୋଟ ୧୧୭୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷାର ପରିମାଣ ୯୮୪.୯ ମିଲିମିଟର ରହିଥିବାବେଳେ ରାଜ୍ୟରେ ସମୁଦାୟ ବର୍ଷା ସ୍ବାଭାବିକ ବର୍ଷାଠାରୁ ୨୦ ପ୍ରତିଶତ ଅଧିକ ରହିଛି। ଏଥିସହ ୧୧ଟି ଜିଲାରେ ସ୍ବାଭାବିକ ବର୍ଷା, ୧୬ଟି ଜିଲାରେ ଅତ୍ୟଧିକ ବର୍ଷା ଓ ଗୋଟିଏ ଜିଲାରେ ଅତ୍ୟନ୍ତ ଅଧିକ ବର୍ଷା ହୋଇଛି। ଗଜପତି ଓ ନବରଙ୍ଗପୁର ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri