ସିଜିମାଳି-କୁଟ୍ରୁମାଳି ଖଣି ପାଇଁ ‘ସ୍ପେଶାଲ ରେଳ ପ୍ରକଳ୍ପ’ ଘୋଷଣା: ନୋଟିଫିକେସନ୍ ଜାରି; ବିକାଶ-ପରିବେଶ ସନ୍ତୁଳନ ମଧ୍ୟରେ…

ଥୁଆମୂଳ ରାମପୁର/କାଶୀପୁର, ୨୫।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲାର ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ କର୍ପୋରେଟ୍ ସଂସ୍ଥାଙ୍କ ପ୍ରୟାସ ଏବେ ଦୁଇ ଜିଲାରେ ନିଆଁ ଜାଳିଛି। ନିକଟରେ ରାୟଗଡ଼ା ଜିଲାରେ ସିଜିମାଳି ଖଣି ପାଇଁ ଆପ୍ରୋଚ୍ ରୋଡ୍ ନିର୍ମାଣକୁ ବିରୋଧ କରି ପୋଲିସ ଏବଂ ଆଦିବାସୀଙ୍କ ମଧ୍ୟରେ ହୋଇଥିବା ଭୟାବହ ରକ୍ତାକ୍ତ ସଂଘର୍ଷର କ୍ଷତ ଏବେ ବି ଶୁଖିନାହିଁ। ଏହି ଘଟଣାରେ ପ୍ରାୟ ୪୦ ଜଣ ପୋଲିସ ଓ ୨୫ ଜଣ ଆଦିବାସୀ ଗୁରୁତର ଆହତ ହୋଇଥିବା ବେଳେ, ଠିକ୍ ଏହି ସମୟରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି (S.O. 1983(E), ତାରିଖ ୨୧ ଏପ୍ରିଲ ୨୦୨୬) ଅଞ୍ଚଳବାସୀଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି। ଟିକିରି ଷ୍ଟେସନରୁ କୁଟ୍ରୁମାଳି ଓ ସିଜିମାଳି ବକ୍ସାଇଟ୍ ଖଣି ପର୍ଯ୍ୟନ୍ତ ଏକ ‘ସ୍ପେଶାଲ ରେଳ ପ୍ରକଳ୍ପ’କୁ ମଞ୍ଜୁରୀ ମିଳିଛି, ଯାହା ସ୍ପଷ୍ଟ କରୁଛି ଯେ ସରକାର ଓ କମ୍ପାନୀ କେବଳ ଖଣିଜ ଲୁଟ୍‌କୁ ହିଁ ପ୍ରାଥମିକତା ଦେଉଛନ୍ତି।

ସରକାରୀ ସୂଚନା ମୁତାବକ, ପ୍ରାୟ ୧,୧୫୧.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୪୯ କିଲୋମିଟର ରେଳପଥ ମାଧ୍ୟମରେ ସିଜିମାଳି ଓ କୁଟ୍ରୁମାଳିରୁ କୋଟି କୋଟି ଟନ ବକ୍ସାଇଟ୍ ବୋହିନେବା ପାଇଁ ଯୋଜନା ହୋଇଛି। ବେଦାନ୍ତ ଏବଂ ଆଦାନୀ ଗ୍ରୁପ୍ ପରି ବୃହତ ଶିଳ୍ପ ସଂସ୍ଥାମାନେ ରାୟଗଡ଼ା ଓ କଳାହାଣ୍ଡିର ପାହାଡ଼କୁ ଖୋଳିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, କାଶୀପୁର ଓ ଥୁଆମୂଳ ରାମପୁରର ହଜାର ହଜାର ଆଦିବାସୀ ପରିବାର ନିଜର ଭିଟାମାଟି ଓ ଜୀବିକା ହରାଇବା ଭୟରେ ଥରୁଛନ୍ତି। ପୂର୍ବରୁ ବାଫ୍ଲାମାଳି ଖଣିରୁ ଉତ୍କଳ ଆଲୁମିନା କମ୍ପାନୀ ଅଜସ୍ର ଲାଭ ପାଇଥିଲେ ମଧ୍ୟ ସ୍ଥାନୀୟ ରାୟଗଡ଼ା ଓ କଳାହାଣ୍ଡିବାସୀଙ୍କୁ କେବଳ ପ୍ରଦୂଷଣ ଓ ଦୁଃଖ ହିଁ ମିଳିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୂର୍ବଘାଟ ପର୍ବତମାଳାର ଜୈବ-ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଅଞ୍ଚଳର ବାରମାସୀ ଝରଣାଗୁଡ଼ିକ ଶୁଖିଯିବ, ଯାହା ଉଭୟ ରାୟଗଡ଼ା ଓ କଳାହାଣ୍ଡିର ଚାଷ ଏବଂ ପାନୀୟ ଜଳ ଉପରେ ମାରାତ୍ମକ ପ୍ରଭାବ ପକାଇବ। ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁଟ୍ରୁମାଳି ପ୍ରକଳ୍ପ ପାଇଁ ଆସନ୍ତା ୧୨.୦୫.୨୦୨୬ ରିଖରେ ଜନଶୁଣାଣି ଧାର୍ଯ୍ୟ ହୋଇଛି। ମାତ୍ର ଲୋକଙ୍କ ପ୍ରଶ୍ନ ହେଉଛି—ଯଦି ପୋଲିସ ବଳରେ ସରକାର ଲୋକଙ୍କ ସ୍ୱରକୁ ଦମନ କରି କରିଡର ନିର୍ମାଣ କରିବେ, ତେବେ ଏହି ଜନଶୁଣାଣିର ମୂଲ୍ୟ କ’ଣ?

ସରକାରୀ ଖାତାରେ ଏହା ରାଜସ୍ୱ ବୃଦ୍ଧି ଓ ରେଳ ସଂଯୋଗୀକରଣର ଏକ ବଡ଼ ସଫଳତା ହୋଇପାରେ, କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଏହା ସେମାନଙ୍କ ଅସ୍ତିତ୍ୱ ଉପରେ ଶକ୍ତ ଆଘାତ। ରାୟଗଡ଼ା ଓ କଳାହାଣ୍ଡିର ଆଦିବାସୀମାନେ ନିଜର ‘ମାଁ ମାଳି ମାଟି’କୁ ବଞ୍ଚାଇବା ପାଇଁ ଏବେ ଏକଜୁଟ୍ ହୋଇଛନ୍ତି। ବିକାଶ ଏମିତି ହେବା ଉଚିତ୍ ଯାହା ମଣିଷର ହକ୍‌କୁ ଦଳିଦେବ ନାହିଁ। କମ୍ପାନୀର ମୁନାଫା ଅପେକ୍ଷା ସ୍ଥାନୀୟ ଲୋକଙ୍କ ସ୍ୱାଭିମାନ ଓ ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ସରକାର ତୁରନ୍ତ ଦୁଇ ଜିଲାର ପ୍ରଭାବିତ ଜନତାଙ୍କ ସହ ଆଲୋଚନା କରି ଏକ ସମ୍ମାନଜନକ ସମାଧାନର ପନ୍ଥା ବାହାର ନକଲେ, ଆଗାମୀ ଦିନରେ ଏହି ଅଞ୍ଚଳରେ ଏକ ବୃହତ ଗଣ-ବିସ୍ଫୋରଣ ଘଟିବା ନିଶ୍ଚିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?