ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ ନାଗରିକ ଫୋରମ୍‌। ଏହାର ପ୍ରତିବାଦରେ ଶୁକ୍ରବାର ଜିଲାପାଳଙ୍କୁ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଫୋରମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି, ଢେଙ୍କାନାଳବାସୀଙ୍କ ଜଳକଷ୍ଟ ଦୂର କରିବାକୁ ମହାନଦୀରୁ ଜଳଯୋଗାଣ ପାଇଁ ୫ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଏହି ବହୁମୁଖୀ ପ୍ରକଳ୍ପ ଫାଇଲ ତଳୁ ମୁଣ୍ଡ ଟେକିପାରୁନି। ଢେଙ୍କାନାଳ ପର୍ଯ୍ୟଟନକୁ ସମୃଦ୍ଧ କରିବା ପାଇଁ କପିଳାସରେ ‘ରୋପ ଓ୍ବେ’ ବ୍ୟବସ୍ଥା କରିବାକୁ ଦୁଇବର୍ଷ ତଳେ ରାଜ୍ୟ ସରକାର କହିଥିଲେ। ହେଲେ ଏହା ମଧ୍ୟ କାର୍ଯ୍ୟକ୍ଷମ ହେଲାନାହିଁ। ସେହିପରି ଢେଙ୍କାନାଳକୁ ମେଡିକାଲ ହବ୍‌ରେ ପରିଣତ କରିବା ଲାଗି ଘୋଷଣା ହୋଇଥିଲା। ଏହା ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। କେନ୍ଦ୍ର ସରକାର ଦେଶରେ ୧୯୬ ନୂତନ ମେଡିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏଥିରେ ଢେଙ୍କାନାଳର ସ୍ଥାନ ନାହିଁ, ଯାହା ଦୁର୍ଭାଗ୍ୟଜନକ। ସେହିପରି ଢେଙ୍କାନାଳ ସହରରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ଜିଲାକୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟରେ ରୂପାନ୍ତରିତ କରିବାରେ କାହାରି ଆନ୍ତରିକତା ନାହିଁ ବୋଲି ଫୋରମ୍‌ର ସଦସ୍ୟମାନେ ଦାବିପତ୍ରରେ ଦର୍ଶାଇଛନ୍ତି।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥିତି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଫୋରମ୍‌ର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ଭରତ କୁମାର ଦାସ, ଅମ୍ବିକା ପ୍ରସାଦ ମିଶ୍ର, ଦୟାନିଧି ବେହେରା, ଅମରେନ୍ଦ୍ର ସାହୁ, ଦଣ୍ଡପାଣି ଦାସ, ରୁଦ୍ରମାଧବ ହୋତା, ନଗେନ କର, ପ୍ରଶାନ୍ତ ସାହୁ, ରୁଦ୍ର ପ୍ରକାଶ ଶରଣ, ଗୋକୁଳ ଚନ୍ଦ୍ର ମାଝି ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri