ରାଜ୍ୟରେ ସୃଷ୍ଟି ହେଉନାହାନ୍ତି ଅନ୍ନଦାତା

ଭୁବନେଶ୍ୱର,୨୮ା୪(ରବିନାରାୟଣ ଜେନା): ରାଜ୍ୟରେ କୃଷକ ଏବଂ କୃଷିକ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କୃଷି କ୍ୟାବିନେଟ୍‌ କରାଯିବା ସହିତ ଗୃହରେ ପ୍ରତିବର୍ଷ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ କରାଯାଉଛି। ଚାଷୀଙ୍କ ପାଇଁ ‘କାଳିଆ’ ଓ ‘ବଳିଆ’ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଚାଷୀଙ୍କଠାରୁ ଧାନ ସଂଗ୍ରହ ପରିମାଣ ବର୍ଷକରେ ୭୫ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବଢ଼ି ୮୫ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଲାଣି। ହେଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରୁନାହିଁ। ସରକାରଙ୍କ ୨୦୧୮ ସର୍ଭେ ଅନୁଯାୟୀ ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫୧୨୦ଟଙ୍କାରେ ସୀମିତ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଚାଷୀ କିଏ ଏବଂ କେତେ ଚାଷୀ ଅଛନ୍ତି ତା’ର ଛବି ଏବେ ବି ଅସ୍ପଷ୍ଟ ରହିଛି। କୃଷି ବିଭାଗ ପକ୍ଷରୁ ୪୭ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ରହିଥିବା ବିଧାନସଭାରେ ଦର୍ଶାଯାଇଥିବାବେଳେ ସମବାୟ ବିଭାଗ ପକ୍ଷରୁ କେବଳ ଋଣ ନେଉଥିବା ୧୮.୮୬ଲକ୍ଷ ଚାଷୀଙ୍କୁ ହିଁ ଚାଷୀ ଭାବେ ଗ୍ରହଣ କରାଯାଉଛି। ୨୦୨୪-୨୫ ବର୍ଷରେ ଏହି ସଂଖ୍ୟା ସମବାୟ ନିବନ୍ଧକଙ୍କ ପକ୍ଷରୁ ଦର୍ଶାଯାଇଥିବାବେଳେ ଚଳିତ ୨୦୨୫-୨୬ ଆର୍ଥିକବର୍ଷରେ ମଧ୍ୟ ସମାନ ସଂଖ୍ୟକ ଚାଷୀ ଦର୍ଶାଯାଇଛି। ବିଭାଗର ଆକଳନରେ ଗୋଟିଏ ହେଲେ ବି ନୂଆ ଅନ୍ନଦାତା ରାଜ୍ୟରେ ସୃଷ୍ଟି ହୋଇନାହାନ୍ତି। ସମବାୟ ବିଭାଗର ଏହି ତଥ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ଯେଉଁ ଶସ୍ୟଋଣ ପ୍ରଦାନ କରୁଛନ୍ତି ତାହା କେବଳ ବ୍ୟାଙ୍କରେ ନୂଆ-ପୁରୁଣାରେ ସୀମିତ ରହୁଛି ବୋଲି ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବିନା ସୁଧରେ ୧ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଉଛି। ହେଲେ ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକବର୍ଷରୁ ୨୦୨୩-୨୪ ଆର୍ଥିକବର୍ଷ ମଧ୍ୟରେ ୩୩୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାଷୀଙ୍କ ସୁଧ ରିହାତି ବାବଦକୁ ସରକାରଙ୍କ ଉପରେ ଗଡ଼ୁଛି । ରାଜ୍ୟ ସମବାୟ ନିବନ୍ଧକଙ୍କ ପକ୍ଷରୁ ଏନେଇ ସରକାରଙ୍କୁ ବହୁବାର ପତ୍ର ଲେଖାଯାଇଥିଲେ ହେଁ ଟଙ୍କା ମିଳୁନାହିଁ। ଏହାକୁ ନେଇ ଚଳିତମାସ ୨୪ରେ ରାଜ୍ୟ ସମବାୟ ନିବନ୍ଧକ ସମବାୟ ବିଭାଗ ସଚିବଙ୍କୁ ପତ୍ର ଲେଖି ୩ ବର୍ଷ ଲାଗି ବକେୟା ଥିବା ୩୩୦.୭୪କୋଟି ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି।
ରାଜ୍ୟ ସମବାୟ ନିବନ୍ଧକ ସରକାରଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଚଳିତବର୍ଷ ବଜେଟରେ ୯୦୦କୋଟି ଟଙ୍କା ସୁଧ ରିହାତି ବାବଦକୁ ବ୍ୟବସ୍ଥା କରାଯାଇଛି; ଯେଉଁଥିରେ ଶସ୍ୟ ଋଣ ବାବଦକୁ ଚାଷୀଙ୍କୁ ସୁଧ ରିହାତିରେ ୫ ପ୍ରତିଶତ ଦିଆଯିବାକୁ ରହିଛି। ଏନେଇ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ୩୩୦.୭୪କୋଟିର ଏକ ପ୍ରସ୍ତାବ ଦେଇଛନ୍ତି। ଏଥିରେ ୨୦୧୯-୨୦, ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକବର୍ଷର ସୁଧ ରିହାତି ବାବଦକୁ ଉକ୍ତ ଟଙ୍କା ରହିଛି। ତେଣୁ ଉକ୍ତ ଅର୍ଥକୁ ତୁରନ୍ତ ପ୍ରଦାନ କରିବା ଲାଗି ସେ ଅନୁରୋଧ କରିଛନ୍ତି।
ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରସ୍ତାବ ଅନୁଯାୟୀ, ୨୦୧୯-୨୦ରେ ୬୯୫.୧୫କୋଟି ଟଙ୍କା ଚାଷୀଙ୍କ ସୁଧର ରିହାତି ବାବଦକୁ ଦାବି କରାଯାଇଥିବାବେଳେ ସରକାର ସେଥିରୁ ୬୩୫.୩୪ କୋଟି ଟଙ୍କା ଦେଇଛନ୍ତି, ହେଲେ ଏବେ ବି ୫୯.୮୧କୋଟି ଟଙ୍କା ବକେୟା ଗଡୁଛି। ସେହିପରି ୨୦୨୨-୨୩ ଆର୍ଥିକବର୍ଷରେ ୯୨୦.୨୬କୋଟିରୁ ୭୭୧.୫୯କୋଟି ଟଙ୍କା ମିଳିଥିବାବେଳେ ୧୪୮.୬୭କୋଟି ଟଙ୍କା ବକେୟା ରହିଥିବାବେଳେ ୨୦୨୩-୨୪ ବର୍ଷରେ ୯୨୨.୨୫କୋଟି ଟଙ୍କା ମଧ୍ୟରୁ ୮୦୦କୋଟି ଟଙ୍କା ମିଳିଛି। ଉକ୍ତ ବର୍ଷ ୧୨୨.୨୫କୋଟି ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ।
ଅନ୍ୟପକ୍ଷରେ ସମବାୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟରେ ୧୮ଲକ୍ଷ ୮୬ହଜାର ୭୪ ଚାଷୀ ରହିଥିବାବେଳେ ୨୦୨୫-୨୬ରେ ମଧ୍ୟ ସମାନ ସଂଖ୍ୟକ ଚାଷୀଙ୍କୁ ଶସ୍ୟ ଋଣ ଦେବା ଲାଗି ୧୧ହଜାର କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ବରଗଡ଼ରେ ୯୩ହଜାର ୮୭୧ ଚାଷୀଙ୍କ ପାଇଁ ୯୦୦କୋଟି ଟଙ୍କାର ଶସ୍ୟଋଣ ଦେବାକୁ ରହିଥିବାବେଳେ କେନ୍ଦ୍ରାପଡାରେ ୧ଲକ୍ଷ ୩୬ହଜାର ୬୪୭ ଚାଷୀଙ୍କୁ ୭୦୦କୋଟି, ବଲାଙ୍ଗୀରରେ ୬୦ହଜାର ୫୯ ଚାଷୀଙ୍କୁ ୬୧୦କୋଟି, ଖୋର୍ଦ୍ଧାରେ ୯୬ହଜାର ୨୨୦ ଚାଷୀଙ୍କୁ ୫୨୫କୋଟି ଟଙ୍କାର ଋଣ ଦେବାକୁ ରହିଥିବାବେଳେ ଅନ୍ୟ ଜିଲାରେ ଏହାଠାରୁ କମ୍‌ ପରିମାଣ ଶସ୍ୟ ଋଣ ଦେବାକୁ ରହିଛି ବୋଲି ସମବାୟ ନିବନ୍ଧକଙ୍କ ତଥ୍ୟରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?