Categories: ଖେଳ

ଅଙ୍କିତାଙ୍କ ପ୍ରଥମ ବିଜୟ

ମେଲବୋର୍ନ, ୧୫ା୨ (ପି.ଟି.)-ଭାରତୀୟ ଟେନିସ ଖେଳାଳି ଅଙ୍କିତା ରାଇନା ଏକ ଡବ୍ଲ୍ୟୁଟିଏ ଟୁର୍‌ର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ତାଙ୍କର ପ୍ରଥମ ବିଜୟ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଫିଲିପ୍‌ ଆଇଲାଣ୍ଡ ଟ୍ରଫିର ପ୍ରଥମ ରାଉଣ୍ଡରେ ସେ ଏଲିସାବେଟା କୋକୋସିରେଟୋଙ୍କୁ ହରାଇ ଦେଇଛନ୍ତି। ୨୩୫,୨୩୮ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଅଙ୍କିତା ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଇଟାଲିଆନ ଖେଳାଳିଙ୍କୁ ୫-୭, ୬-୧, ୬-୨ ସେଟ୍‌ରେ ହରାଇ ଦେଇଥିଲେ। ତିନି ସେଟ୍‌ ବିଶିଷ୍ଟ ଏହି ମ୍ୟାଚ ଦୁଇ ଘଣ୍ଟା ୧୧ ମିନିଟ୍‌ ଧରି ଚାଲିଥିଲା। ଏହି ବିଜୟ ଦ୍ୱାରା ଭାରତୀୟ ଖେଳାଳି ର଼୍ୟାଙ୍କିଙ୍ଗ ତାଲିକାରେ ୧୮୧ରୁ ଉଠି ୧୫୬ରେ ପହଞ୍ଚତ୍ୟାଇଛନ୍ତି। ଟୁର୍ନାମେଣ୍ଟରେ ସେ ଯଦି ଆଗକୁ ବଢନ୍ତି ତେବେ ଟପ୍‌ ୧୫୦ରେ ପ୍ରବେଶ କରିଯାଇପାରନ୍ତି। ଅଙ୍କିତା ପୂର୍ବରୁ ଡବ୍ଲ୍ୟୁଟିଏ ଟୁର୍‌ରେ ୟାରାଭ୍ୟାଲି କ୍ଲାସିକ୍‌ ଓ ଥାଇଲାଣ୍ଡ ଓପନ୍‌ରେ ଭାଗ ନେଇଥିଲେ। ମାତ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

Share