Categories: ଖେଳ

ହାଇଦ୍ରାବାଦ ଷ୍ଟ୍ରାଇକର୍ସର ନେତୃତ୍ୱ ନେବେ ଅଙ୍କିତା

ହାଇଦ୍ରାବାଦ, ୨୬ା୩ (ପି.ଟି.)- ଚଳିତବର୍ଷ ପରବର୍ତ୍ତୀ ଭାଗରେ ମୁମ୍ବାଇରେ ଖେଳାଯିବାକୁ ଥିବା ଟେନିସ ପ୍ରିମିୟର ଲିଗ୍‌ରେ ଭାରତର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ଖେଳାଳି ଅଙ୍କିତା ରାଇନା ହାଇଦ୍ରାବାଦ ଷ୍ଟ୍ରାଇକର୍ସ ଦଳର ନେତୃତ୍ୱ ନେବେ। ମଙ୍ଗଳବାର ହୋଇଥିବା ଖେଳାଳି ନିଲାମରେ ମହିଳା ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଅଧିକ ମୂଲ୍ୟ ୪.୧୦ ଲକ୍ଷ ଟଙ୍କାରେ କ୍ରୟ ହୋଇଥିଲେ ଅଙ୍କିତା। ଦଳର ଅନ୍ୟ ସଦସ୍ୟ ଅର୍ଜୁନ କାଢେ ୨.୬୦ ଲକ୍ଷ ଏବଂ ବିଷ୍ଣୁ ବର୍ଦ୍ଧନ ୨.୦୫ ଲକ୍ଷ ଟଙ୍କାରେ କିଣା ହୋଇଥିଲେ। ନିଲାମ ବେଳେ ପ୍ରତ୍ୟେକ ଦଳ ଦୁଇ ପୁରୁଷ ଏବଂ ଜଣେ ମହିଳା ଖେଳାଳିଙ୍କୁ କ୍ରୟ କରିଥିଲେ। ପ୍ରତ୍ୟେକ ଦଳ ଅନ୍ୟ ଜଣେ ମହିଳା ଓ ପୁରୁଷ ଖେଳାଳି ଜୁନ୍‌ରେ ଖେଳାଯିବାକୁ ଥିବା ଟ୍ୟାଲେଣ୍ଟ ଡେଜ୍‌ ପ୍ରତିଯୋଗିତାରୁ ବାଛିବେ। ବ୍ରିଜ୍‌ଗୋପାଳ ଭୋଟାଡା ଓ ଅଭିନେତ୍ରୀ ରକୁଲ ପ୍ରୀତ୍‌ ସିଂ ହାଇଦ୍ରାବାଦ ଷ୍ଟ୍ରାଇକର୍ସର ସହମାଲିକ ଅଛନ୍ତି। ରକୁଲ ପ୍ରୀତ୍‌ କହିଛନ୍ତି ତାଙ୍କ ଦଳରେ ପ୍ରତିଭା ଖେଳାଳି ରହିଛନ୍ତି। ଆସନ୍ତା ଡିସେମ୍ବରରେ ଖେଳାଯିବାକୁ ଥିବା ଚାମ୍ପିୟନଶିପ୍‌ ପାଇଁ ସେ ଓ ତାଙ୍କ ଟିମ୍‌ ପ୍ରସ୍ତୁତ ରହିଛି।

Share