Categories: ଖେଳ

କ୍ୱାଲିଫାୟରରୁ ଅଙ୍କିତା ଆଉଟ୍‌

ପ୍ୟାରିସ୍‌,୨୫।୯(ପି.ଟି.): ଭାରତୀୟ ମହିଳା ଟେନିସ୍‌ ତାରକା ଅଙ୍କିତା ରାଇନା ଫ୍ରେଞ୍ଚ୍‌ ଓପନ୍‌ କ୍ୱାଲିଫାୟର ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡ ପାର କରିପାରିନାହାନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଜାପାନର କୁରୁମି ନାରାଙ୍କଠାରୁ ୩-୬, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ମାତ୍ର ଏକ ଘଣ୍ଟା ୨୧ ମିନିଟ୍‌ରେ ସେ ପରାଜୟବରଣ କରିଛନ୍ତି। ପରାସ୍ତ ହୋଇଥିଲେ ମଧ୍ୟ ଭଲ ଖେଳିଥିଲେ ବୋଲି ଅଙ୍କିତା କହିଛନ୍ତି। ଏହି କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ କୌଣସି ଭାରତୀୟ ଅଂଶଗ୍ରହଣ ନ କରିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ସୁମିତ ନାଗାଲ, ରାମକୁମାର ରାମନାଥନ ଓ ପ୍ରଜନେଶ ଗୁଣେଶ୍ୱରନ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାୟରରେ ପରାସ୍ତ ହୋଇ ବିଦାୟ ନେଇ ସାରିଛନ୍ତି। ତେବେ ରୋହନ ବୋପାନ୍ନା ଓ ଦିଭିଜ ଶରଣ ପୁରୁଷ ଡବଲ୍ସ ଇଭେଣ୍ଟରେ ସେମାନଙ୍କ ପାର୍ଟନରଙ୍କ ସହ କୋର୍ଟକୁ ଓହ୍ଲାଇବେ।

Share