ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଏହି ସମୟରେ ଏକ ଖବର ମଧ୍ୟ ଚର୍ଚ୍ଚା ହେଉଛି କି,ଅଙ୍କିତା ମା’ ହେବାକୁ ଯାଉଛନ୍ତି। ତେବେ ଅଙ୍କିତା ଏହି ଚର୍ଚ୍ଚାକୁ ନେଇ କହିଥିଲେ ସେ ଏବଂ ଭିକିଙ୍କର ବର୍ତ୍ତମାନ ମାତାପିତା ହେବାର କୌଣସି ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏକ ଟିଭି ଶୋ’ରେ ପହଞ୍ଚିଥିବା ଅଙ୍କିତା ମା’ ହେବାର ପ୍ରଶ୍ନ ଉପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଯେ, ‘ପବିତ୍ର ରିସ୍ତା’ରେ ତାଙ୍କ ଶାଶୁ ଭୂମିକାରେ ଅଭିନୟ କରୁଥବା ସବିତା ତାଇ ମଧ୍ୟ ପ୍ରତିକ୍ରିୟା ଦେବାରେ ନିଜକୁ ରୋକି ପାରିନାହାନ୍ତି।

ସୋସିଆଲ ମିଡିଆରେ ଅଙ୍କିତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଟେଲିଭିଜନ ରିୟାଲିଟି ଶୋ’ ‘ଡିଆଇଡି ସୁପର ମମ୍‌’ର ଆଗାମୀ ଏପିସୋଡ୍‌ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ଶୋ’ରେ ଅଙ୍କିତା ଏବଂ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଉଷା ନାଡକର୍ନିଙ୍କୁ ଏକାଠି ଦେଖିବାକୁ ମିଳିବ। ଉଷା ଅଙ୍କିତାଙ୍କ ଶାଶୁ ଏବଂ ସୁଶାନ୍ତ ରାଜପୁତଙ୍କ ମା’ ଭୂମିକାରେ ‘ପବିତ୍ର ରିସ୍ତା’ରେ ଅଭିନୟ କରିଥିଲେ।

ଏହି ପ୍ରମୋରେ ଦେଖିବାକୁ ମିଳିଛି, ଅଙ୍କିତା ଶୋ’ର ଜଜ୍‌ ଊର୍ମିଳା ମାତେଣ୍ଡକରଙ୍କ ସହ ଫିଲ୍ମ ‘ରଙ୍ଗିଲା’ର ଏକ ଗୀତରେ ନାଚୁଛନ୍ତି। ଶୋ’ରେ ଉପସ୍ଥିତ ଭାଗବତୀ ଏବଂ ଉଷା ନାଡକର୍ଣ୍ଣି ଅଙ୍କିତା ଏବଂ ଊର୍ମିଲାଙ୍କ ଡ୍ୟାନ୍ସ ଦେଖିବା ପରେ କରତାଳି ଦେଇଥିବାର ନଜର ଆସିଛନ୍ତି। ଏହା ପରେ ଶୋ’ର ହୋଷ୍ଟ ଜୟ ଭଁସାଲି ଅଙ୍କିତାଙ୍କୁ ପଚାରନ୍ତି, ‘କୁହ ତୁମେ କେବେ ସୁପର ମମ୍‌’ ହେବାକୁ ଯାଉଛ? ଏହାର ଜବାବରେ ଅଙ୍କିତା କୁହନ୍ତି, ମୁଁ ନିଜେ ବର୍ତ୍ତମାନ ଜଣେ ଶିଶୁ। ଏହା ଉପରେ ସବିତା ତାଇ ଅର୍ଥାତ୍‌ ଉଷା ତାଙ୍କ ପରିଚିତ ଶୈଳୀରେ ଅଙ୍କିତାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ‘ଆଜା’ କହିଥିଲେ। ଏଥିରେ ଅଙ୍କିତା ଏବଂ ଜଜ୍‌ ରେମୋ ଡି’ସୁଜାଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଲୋକ ହସିବାକୁ ଲାଗିଲେ।

ଅଙ୍କିତା ଏବଂ ଭିକି ସୋସିଆଲ ମିଡିଆରେ ଗୋଆ ଛୁଟିର ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଅଙ୍କିତାଙ୍କ ପେଟ ଉପରେ ହାତ ରଖିଥିଲେ। ଯାହା ପରେ ଅଙ୍କିତା ଗର୍ଭବତୀ ଥିବା ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନ ଧନ ଡାକି ଗଲା ମୋ ଜୀବନ

ମା’ ଆଉ ପିଲାର ସମ୍ପର୍କ କେତେ ନିବିଡ ତାହା କହିବା ବାହୁଲ୍ୟ। ପିଲାଟିକୁ ଗର୍ଭରେ ଧାରଣ କରି ତାକୁ ଜନ୍ମ ଦେଇ ତା’ପରେ ତାହାର ଲାଳନ...

ଷ୍ଟାଇଲ୍‌ରେ ଚୋରି କରିନେଲେ ଦର୍ଶକଙ୍କ ହୃଦୟ

ମୁମ୍ବାଇ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଗ୍ଲାମରସ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଏକ ଝଲକ ପାଇବାକୁ ଉତ୍ସାହର ସହିତ ଅପେକ୍ଷା...

ଏହି ଅଭିନେତ୍ରୀଙ୍କୁ କିସ୍‌ ସିନ୍‌ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି...

‘ବିଗ୍‌ ବସ୍‌’ରେ କୋଏନାଙ୍କ ଖୁଲାସା: ଗାଧୁଆଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର ‘ରୋଡ୍‌’, ‘ହେ ବେବି’, ‘ଆପନା ସପନା ମନି ମନି’, ‘ମୁସାଫିର’ ଏବଂ ‘ଇନ୍‌ସାନ’ ଭଳି ବଲିଉଡ୍‌ ଫିଲ୍ମ କରିବା ପରେ ହଠାତ୍‌ ଗାଏବ...

ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’

ମୁମ୍ବାଇ: ବଲିଉଡ୍‌ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ...

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ...

ଲକ୍‌ଡାଉନ୍‌ରେ ଏତେ ବଦଳିଗଲେ ହନି ସିଂହ

ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ...

ଘରୁ ପଳାଇଯାଇ ସୋହେଲଙ୍କ ହାତ ଧରିଥିଲେ ସୀମା, ଆର୍ଯ୍ୟ ସମାଜ ମନ୍ଦିରରେ..

ବମ୍ବେ: ଅଭିନେତା ସୋହେଲ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ସୀମାଙ୍କ ଲଭ୍‌ଷ୍ଟୋରୀ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନୁହେଁ। ସୀମାଙ୍କ ପ୍ରକୃତ ନାମ ସୀମା ସଚଦେବ। ସେ...

Advertisement
Archives

Model This Week