ଅଙ୍କିତା କହିଲେ ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର, ଭିଡିଓ ଦେଖି ପ୍ରେମିକଙ୍କ…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛନ୍ତି। ବର୍ତ୍ତମାନ ସେ ‘ପବିତ୍ରରିସ୍ତା’ର ସିଜନ ୨ ରେ ନଜର ଆସୁଛନ୍ତି। ଏଥି ସହିତ ଅଭିନେତା ଶାହିର ଶେଖ୍‌ ସିରିଏଲରେ ମାନବ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ପ୍ରଥମ ସିଜନରେ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଙ୍କିତା ମଧ୍ୟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ସେ ମଜାଳିଆ ରିଲ୍‌ ଶେୟାର କରନ୍ତି । ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ପ୍ରେମିକ ବିକି ଜୈନଙ୍କ ହୋସ ଉଡିଯିବା ଭଳି ଲାଗୁଛି। ଏହି ରିଲରେ ଅଙ୍କିତା ‘ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର୍‌, ୟେ ଲଭ ବଭ୍‌ କା କ୍ୟାରେକ୍ଟର ଆପନୋକୋ ଶୁଟ ନେହିଁ କରତା ’ ଦେଖିବାକୁ ମିଳୁଛି। ଧନୁଷ ଏବଂ କାଜଲ ଅଗ୍ରୱାଲଙ୍କ ଫିଲ୍ମ ‘ମାରି’ରେ ରିଲ୍‌ କରିଛନ୍ତି। ଏହି ଗୀତ ପରେ ଅଙ୍କିତା ପଞ୍ଜାବୀ ଗୀତ ‘ବ୍ରାଉନ ମୁଣ୍ଡେ’ରେ ନାଚିବା ଆରମ୍ଭ କରନ୍ତି। ଏଥିରେ ଅଙ୍କିତା ଏକ ବାଦାମୀ ଅନାରକଲୀ ଶୁଟରେ ନଜର ଆସିଛନ୍ତି । ଅଙ୍କିତାଙ୍କ ପ୍ରଶଂସକମାନେ ତାଙ୍କ ରିଲକୁ ବହୁତ ପସନ୍ଦ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ମୁଁ ଏହାକୁ ଏକ ଲୁପ୍‌ରେ ଦେଖୁଛି।’ ସେହି ସମୟରେ ଅନ୍ୟ ଜଣେ ୟୁଜର୍ସ ‘ବେବି କା ଜାଲୱା ଫିର ସେ’ ଲେଖିଛନ୍ତି। ଅଙ୍କିତା ବର୍ତ୍ତମାନ ବିକି ଜୈନଙ୍କୁ ଡେଟ କରୁଛନ୍ତି। ଉଭୟ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି।...

ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍‌...

‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର...

ସ୍ତ୍ରୀଙ୍କୁ ଛାଡି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସହ ରହୁଥିଲେ ଗୋବିନ୍ଦା

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଗୋଟିଏ ସମୟରେ ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ସୁପରହିଟ୍‌ ହେଉଥିଲା। ସେ ଅନେକ ସୁପରହିଟ୍‌...

ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ...

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ...

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ମୁମ୍ବାଇରେ ପହଞ୍ଚିଲା ସିବିଆଇ

ମୁମ୍ବାଇ,୨୦।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ ଗୁରୁବାର ସାରେ ମୁମ୍ବାଇରେ ପହଞ୍ଚିଛି। ଉକ୍ତ...

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି...

Advertisement
Archives

Model This Week