Categories: ଖେଳ

ଅଙ୍କିତାଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ମେଲେବୋର୍ନ, ୨୦ା୨ (ପି.ଟି.)- ରୁୁଷୀୟ ପାର୍ଟନର କାମିଲା ରାକ୍ଷିମୋଭାଙ୍କ ସହ ଫିଲିପ୍‌ ଆଇଲାଣ୍ଡ ଟ୍ରଫି ହାସଲ କରିବା ଦ୍ୱାରା ଭାରତର ଅଙ୍କିତା ରାଇନା ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ଏହା ଦ୍ୱାରା ତାଙ୍କର ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୧୦୦ରେ ପ୍ରବେଶ ପକ୍କା ହୋଇଛି। ଏଠାରେ ଟାଇଟଲ ମୁକାବିଲାରେ ଅଙ୍କିତା ଓ କାମିଲା ରୁଷୀୟ ଯୋଡ଼ି ଆନ୍ନା ବ୍ଲିନକୋଭା ଓ ଆନାସ୍ତାସିଆ ପୋଟାପୋଭାଙ୍କୁ ୨-୬, ୬-୪, ୧୦-୭ରେ ହରାଇ ଦେଇଛନ୍ତି। ୨୮ ବର୍ଷୀୟା ଭାରତୀୟ ଖେଳାଳି ଓ ତାଙ୍କ ପାର୍ଟନର ୮୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିକୁ ବାଣ୍ଟିନେଇଛନ୍ତି। ଏହାଛଡ଼ା ସେ ୨୮୦ ର଼୍ୟାଙ୍କିଙ୍କ ପଏଣ୍ଟ ଅର୍ଜନ କରିଛନ୍ତି। ବର୍ତ୍ତମାନ ଡବ୍ଲ୍ୟୁଟିଏ ତାଲିକାର ୧୧୫ତମ ସ୍ଥାନରେ ରହିଥିବା ଅଙ୍କିତା ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବା ତାଲିକାରେ ୯୪ତମ ସ୍ଥାନ ଅଧିକାର କରିବେ। ସାନିଆ ମିର୍ଜାଙ୍କ ପରେ ଡବଲ୍ସ ଟପ୍‌ ୧୦୦ରେ ପ୍ରବେଶ କରିବାରେ ସାନିଆ ମିର୍ଜାଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି ହେବେ। ସାନିଆ କିନ୍ତୁ ୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିସାରିଛନ୍ତି। ଗତ ଦୁଇ ସପ୍ତାହ ଅଙ୍କିତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଭାରତୀୟ ଖେଳାଳି ଅଷ୍ଟ୍ରେଲିଆନ ଓପନରେ ତାଙ୍କ ଗ୍ରାଣ୍ଡସ୍ଲାମ ପଦାର୍ପଣ କରିଥିଲେ। ଏକ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ସେ ଆହୁରି ମଧ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ବିଜୟ ହାସଲ କରିପାରିଛନ୍ତି।

Share