Posted inଖେଳ

ଫୁଟ୍‌ବଲରେ ବଢ଼ିଛି ବିଦ୍ୱେଷ

ଲଣ୍ଡନ, ୧୩ା୭(ପି.ଟି.): ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ ଫୁଟବଲ୍‌ରେ ବିଦ୍ୱେଷ ବଢିଥିବା ନେଇ କିକ୍‌ ଇଟ୍‌ ଆଉଟ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ବର୍ଷ ତୁଳନାରେ ୨୦୨୨-୨୩ରେ ଫୁଟବଲ ପଡିଆରେ ବିଦ୍ୱେଷାତ୍ମକ ଆଚରଣ ବେଶ୍‌ ବୃଦ୍ଧି ପାଇଥିବା କୁହାଯାଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨-୨୩ ସିଜନରେ ଏଭଳି ମାମଲା ସଂଖ୍ୟା ୧୦୦୭ରେ ପହଞ୍ଚିଛି, ଯାହାକି ବିଗତ ବର୍ଷ ତୁଳନାରେ ୬୫.୧% ଅଧିକ। ତୃଣମୂଳ ସ୍ତରର ଫୁଟବଲ କ୍ୟାମ୍ପେନ ସହିତ ବ୍ରିଟେନର ବିଭିନ୍ନ ପ୍ରଫେସନାଲ ଲିଗ୍‌ ଓ ସୋସିଆଲ ମିଡିଆରେ ଅନୁସନ୍ଧାନ ପରେ ଏହି ରିପୋର୍ଟ ପ୍ରକାଶ କରିଛି କିକ୍‌ ଇଟ୍‌ ଆଉଟ୍‌।
ପ୍ରିମିୟର ଲିଗ୍‌, ଫୁଟବଲ୍‌ ଲିଗ୍‌, ନ୍ୟାଶନାଲ ଲିଗ୍‌, ଡୋମେଷ୍ଟିକ୍‌ କପ୍‌, ୟୁରୋପିଆନ୍‌ ଲିଗ୍‌, ଅନ୍ତର୍ଜାତୀୟ ମ୍ୟାଚ୍‌, ଓମେନ୍ସ ସୁପର ଲିଗ୍‌ ଓ ଓମେନ୍ସ ଚାମ୍ପିୟନଶିପ୍‌ରେ ଏସବୁ ମାମଲାରେ ୨୭.୪ ପ୍ରତିଶତ ବୃଦ୍ଧି ଘଟିଛି। ଏସବୁ ଚାମ୍ପିୟନଶିପ୍‌ରେ ୪୮୪ଟି ଏଭଳି ମାମଲା ସମ୍ମୁଖକୁ ଆସିଛି। କିକ୍‌ ଇଟ୍‌ ଆଉଟ୍‌ ଅନୁସାରେ ଫୁଟବଲ୍‌ର ଲୋକପ୍ରିୟତା ସହିତ ଏହି ଖେଳରେ ବିଦ୍ୱେଷ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୧୨ ମାସ ମଧ୍ୟରେ ଅନ୍‌ଲାଇନରେ ଏଭଳି ଆଚରଣ ମଧ୍ୟ ବଢିବାରେ ଲାଗିଛି। ୨୭୯%ର ବୃଦ୍ଧି ସହିତ ସମୁଦାୟ ୨୦୭ ମାମଲା ସାମ୍ନାକୁ ଆସିଛି। ତେବେ ସମୁଦାୟ ବିଦ୍ୱେଷ ମାମଲାର ୪୯.୩ ପ୍ରତିଶତ କେବଳ ବର୍ଣ୍ଣବୈଷମ୍ୟ ଆଧାରରେ ରହିଛି। ଯୌନ ନିର୍ଯାତନା ଓ ତତ୍‌ ସମ୍ବନ୍ଧିତ ମାମଲାରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବରୁ ଏଭଳି ୧୬ ମାମଲା ସାମ୍ନାକୁ ଆସିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୮୦ରେ ପହଞ୍ଚିଛି।
ଧର୍ମ ବିଦ୍ୱେଷ ସମ୍ପର୍କିତ ମାମଲାରେ ୨୯.୫ ପ୍ରତିଶତ ହ୍ରାସ ଘଟିଥିବା ବେଳେ ମ୍ୟାଚ୍‌ ସମୟରେ ଇସଲାମ ବିରୋଧୀ ନାରାରେ ୩୦୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଅନ୍ୟ ଧର୍ମ ବିରୋଧୀ ନାରାରେ ମଧ୍ୟ ୧୫.୮ ପ୍ରତିଶତର ବୃଦ୍ଧି ଘଟିଛି। ଏଭଳି ଭେଦଭାବରେ ବୃଦ୍ଧି ଫୁଟବଲ ପାଇଁ କ୍ଷତିକାରକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ସହିତ ବିଭିନ୍ନ କ୍ଲବ ପକ୍ଷରୁ ରିପୋର୍ଟ ଶେୟାର କରାଯାଇ ନ ଥିବାରୁ ଏହି ସଂଖ୍ୟା କମ୍‌ ରହିଛି। ଏହାର ମୁକାବିଲା କରିବା ପାଇଁ ଏକ ସ୍ବୟଂକ୍ରିୟ ବ୍ୟବସ୍ଥା ପ୍ରଚଳିତ ହେବା ଆବଶ୍ୟକ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?