ପ୍ରାଣୀ ଆଇନ

ଜୁନ୍‌ ୭ ତାରିଖରେ ଲାଇଭ୍‌ଷ୍ଟକ ଆଣ୍ଡ୍‌ ଲାଇଭ୍‌ଷ୍ଟକ ପ୍ରଡକ୍ଟସ୍‌ (ଇମ୍ପୋର୍ଟେଶନ ଆଣ୍ଡ୍‌ ଏକ୍ସପୋର୍ଟେଶନ) ବିଲ୍‌ ବା ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ (ଆମଦାନୀ ଓ ରପ୍ତାନି) ବିଲ୍‌ର ଚିଠା କେନ୍ଦ୍ର ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା। ମାତ୍ର ୧୦ ଦିନ ଭିତରେ ଜୁନ୍‌ ୧୭ ତାରିଖ ସୁଦ୍ଧା ଏହା ଉପରେ ପ୍ରସ୍ତାବ ଓ ଆପତ୍ତି ଦାଖଲ କରିବାକୁ ଜନସାଧାରଣଙ୍କୁ କୁହାଯାଇଥିଲା। ଏହିଭଳି ଆଇନକୁ ପ୍ରସ୍ତୁତ କରିବା ପାଇଁ ସରକାର ତାଙ୍କର ଅନେକ ଅଫିସରଙ୍କୁ ଲଗାଇ ଅନେକ ମାସ ଧରି ପ୍ରସ୍ତୁତ କରିଆସିଥିବେ। ତାହାପରେ, ହଠାତ୍‌, ଓ୍ବେବ୍‌ସାଇଟ୍‌ରେ ପକାଇ ମାତ୍ର ୧୦ ଦିନ ଭିତରେ ଜନସାଧାରଣଙ୍କ ମତ ଲୋଡ଼ିଥିଲେ। ଏହିଭଳି କାର୍ଯ୍ୟ ଆଜିର ସରକାର ବାରମ୍ବାର କରିଆସୁଛନ୍ତି। ୧୨୫ ବର୍ଷର ପୁରୁଣା ପ୍ରାଣୀଧନ ଆଇନ ୧୮୯୮ ଏବଂ ପ୍ରାଣୀଧନ ଆମଦାନୀ ଆଇନ (ସଂଶୋଧନ) ୨୦୦୧ର ପୁନଃ ପ୍ରବର୍ତ୍ତନ ବୋଲି ମନେକରାଯାଉଥିବା ଏହି ନୂଆ ବିଲ୍‌ର ଚିଠାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁମାନେ ପ୍ରାଣୀଧନ ସମ୍ପର୍କରେ କିଛି ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ନୂତନ ଆଇନକୁ ବିରୋଧ କରିଥିଲେ। ପଶୁପ୍ରେମୀ ଏବଂ ପ୍ରାଣୀ ଅଧିକାର ଓ ସୁରକ୍ଷା ପାଇଁ ଲଢ଼ୁଥିବା କର୍ମୀ ତଥା ସଙ୍ଗଠନଗୁଡ଼ିକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି କରିଥିଲେ। ତେବେ ମତାମତ ଦେବାର ତାରିଖ ଶେଷ ହେବା ପରେ ଜୁନ ୨୦ରେ ସରକାର ଉକ୍ତ ଚିଠାକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଜଣାପଡ଼ିଛି। ଆଇନ ପାସ କରି ତାହାକୁ ପ୍ରତ୍ୟାହାର କରିବା ହେଉ କିମ୍ବା ମତାମତ ଲୋଡ଼ି ପ୍ରତ୍ୟାହାର କରିବା ଏହି ସରକାରଙ୍କ ଚରିତ୍ରଗତ ଦୋଷ ହୋଇଗଲାଣି। ଏହି ଆଇନ ଯେ ଭିନ୍ନ ନାମ ଏବଂ ରୂପରେ ପୁନର୍ବାର ଆଗତ ହେବ ନାହିଁ ତାହା କହିବା କଷ୍ଟକର। ଏଭଳି ଆଇନ ଯଦି ଲାଗୁ ହୋଇଥାଆନ୍ତା, ତେବେ ଦେଶୀ ପ୍ରଜାତିର ପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥାଆନ୍ତା। ଗୋ ସମ୍ପଦ କ୍ଷେତ୍ରରେ ଦେଖାଯାଇଛି ଯେ, ବିଦେଶୀ ପ୍ରଜାତିର ଗାଈ ଆମଦାନୀ ଓ ଏହାର ବ୍ୟାପକ ପାଳନ ଯୋଗୁ ଦେଶୀ ଗାଈ ହଜିବାକୁ ବସିଲାଣି। ଦେଶୀ ଗାଈ ଜାଗାରେ ସଙ୍କର ପ୍ରଜାତିର ଗାଈ ବନ୍ଧାହେଲେଣି। କେବଳ ଗାଈ ନୁହେଁ, ଅନ୍ୟ ଜୀବଜନ୍ତୁଙ୍କ ଜିନ୍‌ ମଧ୍ୟ ପ୍ରଭାବିିତ ହେବା ଲକ୍ଷ୍ୟ କରାଯାଉଛି। ବିଲୁପ୍ତପ୍ରାୟ କିମ୍ବା ଦେଶୀ ପ୍ରଜାତିର ପ୍ରାଣୀଙ୍କୁ ଆମଦାନୀ କିମ୍ବା ରପ୍ତାନି କଲେ ଭାରତର ନିଜସ୍ବ ପ୍ରାଣୀଧନ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଏହାବ୍ୟତୀତ ଆମଦାନୀ ହେଉଥିବା ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଉଦାହରଣ ସ୍ବରୂପ ଭାରତରେ ଆଫ୍ରିକୀୟ ଚିତା କଥା ବିଚାର କରାଯାଉ। ଏବେ କୁନୋ ଜାତୀୟ ଉଦ୍ୟାନରେ ପ୍ରାୟ ୪ଟି ଚିତା ମରିସାରିଲେଣି।
ପ୍ରାଣୀ ଆମଦାନୀ ଓ ରପ୍ତାନି ମଧ୍ୟ ଜୀବମଣ୍ଡଳରେ ଅସନ୍ତୁଳନ ଆଣିବାର ଅନେକ ଦୃଷ୍ଟାନ୍ତ ଅଛି। ଏଠାରେ ଏକ ବାସ୍ତବ କାହାଣୀକୁ ଉଲ୍ଲେଖ କରାଯାଇପାରେ। ୫୦ କି.ମି. ଚଉଡ଼ା ଏବଂ ୧୦ କି.ମି. ଲମ୍ବ ପ୍ରଶାନ୍ତ ମହାସାଗରୀୟ ଗୁଆମ ଦ୍ୱୀପ ବିଦେଶୀ ଜନ୍ତୁ ଆମଦାନୀ ଯୋଗୁ ନିଜସ୍ବ ପରିବେଶକୁ ପ୍ରାୟ ଧ୍ୱଂସ କରିଦେଲାଣି। ଗବେଷକମାନଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ, କୌଣସି ଏକ ମାଲବାହୀ ପାଣି ଜାହାଜରେ କେତୋଟି ସାପ ଏହି ଦ୍ୱୀପରେ ପହଞ୍ଚତ୍ଥିଲେ। ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ସାପର ବଂଶ ଏବେ ପ୍ରାୟ ୨୦ ଲକ୍ଷରେ ପହଞ୍ଚତ୍ଲାଣି। ଫଳସ୍ବରୂପ, ଗୁଆମ ଦ୍ୱୀପର ପ୍ରାୟ ସବୁ ଚଢ଼େଇ ଆଜି ବିିଲୁପ୍ତପ୍ରାୟ ହୋଇଗଲେଣି। କାରଣ ଏହି ସାପ ଗଛ ଚଢ଼ି ଚଢ଼େଇ ବସାରୁ ଅଣ୍ଡା ଖାଇ ଦେଉଛନ୍ତି। ଚଢ଼େଇ ନ ଥିବା ହେତୁ ଗଛର ମଞ୍ଜି କେହି ଖାଇଲେନି ଏବଂ ତାହା ଅନ୍ୟତ୍ର ସ୍ଥାନାନ୍ତର ହୋଇପାରିଲା ନାହିଁ। ଫଳସ୍ବରୂପ, ଆଜି ଗୁଆମରେ ୯୨% ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି ଏବଂ ସେହି ଦ୍ୱୀପରେ କୌଣସି ଚଢ଼େଇ ଶବ୍ଦ ଶୁଣିବାକୁ ମିଳୁନାହିଁ। ଏଭଳି କ୍ଷତି ଘଟିବା ପଛରେ ବାହାରୁ ଆସିଥିବା ପ୍ରାଣୀ ପ୍ରଜାତିର ପ୍ରଭାବ ଅଛି। ସେହିଭଳି ଜର୍ସି ଗାଈ ମଧ୍ୟ ଭାରତରେ ଦେଶୀ ଗାଈର ପରିବାରକୁ ବିଲୁପ୍ତ ପ୍ରାୟ କରିସାରିଲାଣି। ତେଣୁ ବିଦେଶୀ ଗାଈକୁ ଗୋମାତା କହିବା କେତେଦୂର ଯଥାର୍ଥ ତାହା ଚିନ୍ତା କରିବା ଦରକାର। ଏଭଳି ଆଇନ ଯଦି କେବେ ଆସିଲା, ତେବେ ପ୍ରାଣୀ ନିର୍ଯାତନା ବୃଦ୍ଧି ପାଇବ। ଅନ୍ୟ ଏକ ଦିଗରୁ ବିଚାର କଲେ ପ୍ରାଣୀ ଆମଦାନୀ ଓ ରପ୍ତାନି ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଯଥା, ଜୀବମାନଙ୍କଠାରୁ ସୃଷ୍ଟି ହେଉଥିବା ସ୍ବାଇନ୍‌ ଫ୍ଲୁ, ବାର୍ଡ ଫ୍ଲୁ ଏବଂ କୋଭିଡ୍‌-୧୯ ଭୂତାଣୁ ଭଳି ଆହୁରି ଅନେକ ନୂଆ ରୋଗ ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ତେବେ ସରକାର ଏଭଳି ଦୁଷ୍ଟ ଆଇନ କେଉଁ କାରଣରୁ ଆଣିବାକୁ ଚିନ୍ତା କରିଥିଲେ ତାହା ବୁଝିବା କଷ୍ଟକର। ଅନୁମାନ କରାଯାଇପାରେ ଯେ, ବ୍ୟବସାୟିକ ଗୋଷ୍ଠୀଙ୍କର ପ୍ରଭାବରେ ଏଭଳି ନକାରାମତ୍କ ଆଇନ ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri