ପ୍ରାଣୀ ଆଇନ

ଜୁନ୍‌ ୭ ତାରିଖରେ ଲାଇଭ୍‌ଷ୍ଟକ ଆଣ୍ଡ୍‌ ଲାଇଭ୍‌ଷ୍ଟକ ପ୍ରଡକ୍ଟସ୍‌ (ଇମ୍ପୋର୍ଟେଶନ ଆଣ୍ଡ୍‌ ଏକ୍ସପୋର୍ଟେଶନ) ବିଲ୍‌ ବା ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ (ଆମଦାନୀ ଓ ରପ୍ତାନି) ବିଲ୍‌ର ଚିଠା କେନ୍ଦ୍ର ସରକାରଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିଲା। ମାତ୍ର ୧୦ ଦିନ ଭିତରେ ଜୁନ୍‌ ୧୭ ତାରିଖ ସୁଦ୍ଧା ଏହା ଉପରେ ପ୍ରସ୍ତାବ ଓ ଆପତ୍ତି ଦାଖଲ କରିବାକୁ ଜନସାଧାରଣଙ୍କୁ କୁହାଯାଇଥିଲା। ଏହିଭଳି ଆଇନକୁ ପ୍ରସ୍ତୁତ କରିବା ପାଇଁ ସରକାର ତାଙ୍କର ଅନେକ ଅଫିସରଙ୍କୁ ଲଗାଇ ଅନେକ ମାସ ଧରି ପ୍ରସ୍ତୁତ କରିଆସିଥିବେ। ତାହାପରେ, ହଠାତ୍‌, ଓ୍ବେବ୍‌ସାଇଟ୍‌ରେ ପକାଇ ମାତ୍ର ୧୦ ଦିନ ଭିତରେ ଜନସାଧାରଣଙ୍କ ମତ ଲୋଡ଼ିଥିଲେ। ଏହିଭଳି କାର୍ଯ୍ୟ ଆଜିର ସରକାର ବାରମ୍ବାର କରିଆସୁଛନ୍ତି। ୧୨୫ ବର୍ଷର ପୁରୁଣା ପ୍ରାଣୀଧନ ଆଇନ ୧୮୯୮ ଏବଂ ପ୍ରାଣୀଧନ ଆମଦାନୀ ଆଇନ (ସଂଶୋଧନ) ୨୦୦୧ର ପୁନଃ ପ୍ରବର୍ତ୍ତନ ବୋଲି ମନେକରାଯାଉଥିବା ଏହି ନୂଆ ବିଲ୍‌ର ଚିଠାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁମାନେ ପ୍ରାଣୀଧନ ସମ୍ପର୍କରେ କିଛି ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ନୂତନ ଆଇନକୁ ବିରୋଧ କରିଥିଲେ। ପଶୁପ୍ରେମୀ ଏବଂ ପ୍ରାଣୀ ଅଧିକାର ଓ ସୁରକ୍ଷା ପାଇଁ ଲଢ଼ୁଥିବା କର୍ମୀ ତଥା ସଙ୍ଗଠନଗୁଡ଼ିକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି କରିଥିଲେ। ତେବେ ମତାମତ ଦେବାର ତାରିଖ ଶେଷ ହେବା ପରେ ଜୁନ ୨୦ରେ ସରକାର ଉକ୍ତ ଚିଠାକୁ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଜଣାପଡ଼ିଛି। ଆଇନ ପାସ କରି ତାହାକୁ ପ୍ରତ୍ୟାହାର କରିବା ହେଉ କିମ୍ବା ମତାମତ ଲୋଡ଼ି ପ୍ରତ୍ୟାହାର କରିବା ଏହି ସରକାରଙ୍କ ଚରିତ୍ରଗତ ଦୋଷ ହୋଇଗଲାଣି। ଏହି ଆଇନ ଯେ ଭିନ୍ନ ନାମ ଏବଂ ରୂପରେ ପୁନର୍ବାର ଆଗତ ହେବ ନାହିଁ ତାହା କହିବା କଷ୍ଟକର। ଏଭଳି ଆଇନ ଯଦି ଲାଗୁ ହୋଇଥାଆନ୍ତା, ତେବେ ଦେଶୀ ପ୍ରଜାତିର ପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥାଆନ୍ତା। ଗୋ ସମ୍ପଦ କ୍ଷେତ୍ରରେ ଦେଖାଯାଇଛି ଯେ, ବିଦେଶୀ ପ୍ରଜାତିର ଗାଈ ଆମଦାନୀ ଓ ଏହାର ବ୍ୟାପକ ପାଳନ ଯୋଗୁ ଦେଶୀ ଗାଈ ହଜିବାକୁ ବସିଲାଣି। ଦେଶୀ ଗାଈ ଜାଗାରେ ସଙ୍କର ପ୍ରଜାତିର ଗାଈ ବନ୍ଧାହେଲେଣି। କେବଳ ଗାଈ ନୁହେଁ, ଅନ୍ୟ ଜୀବଜନ୍ତୁଙ୍କ ଜିନ୍‌ ମଧ୍ୟ ପ୍ରଭାବିିତ ହେବା ଲକ୍ଷ୍ୟ କରାଯାଉଛି। ବିଲୁପ୍ତପ୍ରାୟ କିମ୍ବା ଦେଶୀ ପ୍ରଜାତିର ପ୍ରାଣୀଙ୍କୁ ଆମଦାନୀ କିମ୍ବା ରପ୍ତାନି କଲେ ଭାରତର ନିଜସ୍ବ ପ୍ରାଣୀଧନ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଏହାବ୍ୟତୀତ ଆମଦାନୀ ହେଉଥିବା ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଉଦାହରଣ ସ୍ବରୂପ ଭାରତରେ ଆଫ୍ରିକୀୟ ଚିତା କଥା ବିଚାର କରାଯାଉ। ଏବେ କୁନୋ ଜାତୀୟ ଉଦ୍ୟାନରେ ପ୍ରାୟ ୪ଟି ଚିତା ମରିସାରିଲେଣି।
ପ୍ରାଣୀ ଆମଦାନୀ ଓ ରପ୍ତାନି ମଧ୍ୟ ଜୀବମଣ୍ଡଳରେ ଅସନ୍ତୁଳନ ଆଣିବାର ଅନେକ ଦୃଷ୍ଟାନ୍ତ ଅଛି। ଏଠାରେ ଏକ ବାସ୍ତବ କାହାଣୀକୁ ଉଲ୍ଲେଖ କରାଯାଇପାରେ। ୫୦ କି.ମି. ଚଉଡ଼ା ଏବଂ ୧୦ କି.ମି. ଲମ୍ବ ପ୍ରଶାନ୍ତ ମହାସାଗରୀୟ ଗୁଆମ ଦ୍ୱୀପ ବିଦେଶୀ ଜନ୍ତୁ ଆମଦାନୀ ଯୋଗୁ ନିଜସ୍ବ ପରିବେଶକୁ ପ୍ରାୟ ଧ୍ୱଂସ କରିଦେଲାଣି। ଗବେଷକମାନଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ, କୌଣସି ଏକ ମାଲବାହୀ ପାଣି ଜାହାଜରେ କେତୋଟି ସାପ ଏହି ଦ୍ୱୀପରେ ପହଞ୍ଚତ୍ଥିଲେ। ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ସାପର ବଂଶ ଏବେ ପ୍ରାୟ ୨୦ ଲକ୍ଷରେ ପହଞ୍ଚତ୍ଲାଣି। ଫଳସ୍ବରୂପ, ଗୁଆମ ଦ୍ୱୀପର ପ୍ରାୟ ସବୁ ଚଢ଼େଇ ଆଜି ବିିଲୁପ୍ତପ୍ରାୟ ହୋଇଗଲେଣି। କାରଣ ଏହି ସାପ ଗଛ ଚଢ଼ି ଚଢ଼େଇ ବସାରୁ ଅଣ୍ଡା ଖାଇ ଦେଉଛନ୍ତି। ଚଢ଼େଇ ନ ଥିବା ହେତୁ ଗଛର ମଞ୍ଜି କେହି ଖାଇଲେନି ଏବଂ ତାହା ଅନ୍ୟତ୍ର ସ୍ଥାନାନ୍ତର ହୋଇପାରିଲା ନାହିଁ। ଫଳସ୍ବରୂପ, ଆଜି ଗୁଆମରେ ୯୨% ଜଙ୍ଗଲ ଧ୍ୱଂସ ହେବାକୁ ବସିଲାଣି ଏବଂ ସେହି ଦ୍ୱୀପରେ କୌଣସି ଚଢ଼େଇ ଶବ୍ଦ ଶୁଣିବାକୁ ମିଳୁନାହିଁ। ଏଭଳି କ୍ଷତି ଘଟିବା ପଛରେ ବାହାରୁ ଆସିଥିବା ପ୍ରାଣୀ ପ୍ରଜାତିର ପ୍ରଭାବ ଅଛି। ସେହିଭଳି ଜର୍ସି ଗାଈ ମଧ୍ୟ ଭାରତରେ ଦେଶୀ ଗାଈର ପରିବାରକୁ ବିଲୁପ୍ତ ପ୍ରାୟ କରିସାରିଲାଣି। ତେଣୁ ବିଦେଶୀ ଗାଈକୁ ଗୋମାତା କହିବା କେତେଦୂର ଯଥାର୍ଥ ତାହା ଚିନ୍ତା କରିବା ଦରକାର। ଏଭଳି ଆଇନ ଯଦି କେବେ ଆସିଲା, ତେବେ ପ୍ରାଣୀ ନିର୍ଯାତନା ବୃଦ୍ଧି ପାଇବ। ଅନ୍ୟ ଏକ ଦିଗରୁ ବିଚାର କଲେ ପ୍ରାଣୀ ଆମଦାନୀ ଓ ରପ୍ତାନି ଯୋଗୁ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି। ଯଥା, ଜୀବମାନଙ୍କଠାରୁ ସୃଷ୍ଟି ହେଉଥିବା ସ୍ବାଇନ୍‌ ଫ୍ଲୁ, ବାର୍ଡ ଫ୍ଲୁ ଏବଂ କୋଭିଡ୍‌-୧୯ ଭୂତାଣୁ ଭଳି ଆହୁରି ଅନେକ ନୂଆ ରୋଗ ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ବ୍ୟାପିବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ତେବେ ସରକାର ଏଭଳି ଦୁଷ୍ଟ ଆଇନ କେଉଁ କାରଣରୁ ଆଣିବାକୁ ଚିନ୍ତା କରିଥିଲେ ତାହା ବୁଝିବା କଷ୍ଟକର। ଅନୁମାନ କରାଯାଇପାରେ ଯେ, ବ୍ୟବସାୟିକ ଗୋଷ୍ଠୀଙ୍କର ପ୍ରଭାବରେ ଏଭଳି ନକାରାମତ୍କ ଆଇନ ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri