Posted inଫୁରସତ

ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ

ପାରମ୍ପରିକ ଗହଣା ପିନ୍ଧି ପିନ୍ଧି ଯଦି ବୋର୍‌ ଲାଗିଲାଣି ଓ କିଛି ଭିନ୍ନ ଡିଜାଇନ୍‌ର ଜୁଏଲାରୀ ଟ୍ରାଏ କରିବାକୁ ଚାହୁଁଛନ୍ତି । ତେବେ ଆନିମଲ୍‌ ଇନ୍‌ସ୍ପାୟର୍ଡ ଜୁଏଲାରୀ ଟ୍ରାଏ କରନ୍ତୁ। ଏହା ଲୁକ୍‌କୁ ତ ବଦଳାଇବ ତା’ସହ ଆପଣଙ୍କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବି କରିଦେବ….

ରିଙ୍ଗ: ହାତ ଆଙ୍ଗୁଳିକୁ ଚାପି ଧରିଥିବା ଛୋଟିଆ କ୍ୟୁଟ୍‌ ବିଲେଇ ହେଉ କି ବାଘ, ଭାଲୁ ଅବା ପାଣ୍ଡାର ର଼୍ୟାପ ଅରାଉଣ୍ଡ ମୁଦି, ଏସବୁ କେମିତି ଲାଗିବ ଥରେ ଭାବିଲେ। ଏହି ଆନିମଲ ଇନ୍‌ସ୍ପାୟର୍ଡ ର଼୍ୟାପ୍‌ ଅରାଉଣ୍ଡ ରିଙ୍ଗ ସୁପର୍‌ କ୍ୟୁଟ୍‌ ଲାଗେ। ଖାସ୍‌ କରି ରୁପା ଓ ପ୍ଲାଟିନମ୍‌ରେ ତିଆରି ଏହି ଡିଜାଇନ୍‌ର ମୁଦି ହାତକୁ ବହୁତ ଭଲ ଦେଖାଯାଇଥାଏ।

ଇୟର କଫ୍‌: ଷ୍ଟଡ଼୍‌, ହୁପ୍‌ ଓ ଡାଙ୍ଗଲର୍‌ ଇୟରରିଂ ତ ସମସ୍ତେ ପିନ୍ଧିଥିବେ। ତେବେ ଥରେ ଡ୍ରାଗନ୍‌ ଇୟର କଫ୍‌ ଟ୍ରାଏ କରନ୍ତୁ। ଦେଖିବେ ଏହା ଆପଣଙ୍କ ଲୁକ୍‌କୁ କେମିତି ଗ୍ଲାମର୍ସ କରିଦେବ। ସେହିଭଳି ସ୍ନେକ୍‌, ବଟରଫ୍ଲାଏ, ଅକ୍ଟୋପସ୍‌, ଟାଇଗର୍‌ ଆଦି ପ୍ରାଣୀ ଡିଜାଇନ୍‌ର ଇୟର୍‌ କଫ୍‌ ବି ଟ୍ରାୟ କରିପାରିବେ। ଧଳା ସାର୍ଟ ସହ ବ୍ଲାକ୍‌ ପ୍ୟାଣ୍ଟରେ ଏହାକୁ ଟ୍ରାଏ କରନ୍ତୁ ଦେଖିବେ ବେଶ୍‌ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ।

ପେଣ୍ଡେଣ୍ଟ: ଆନିମଲ ଇନସ୍ପାୟର୍ଡ ଇୟରରିଂ, ମୁଦି ସହ ଯଦି ଅନ୍ୟ କିଛି ଜୁଏଲାରୀ ମ୍ୟାଚ୍‌ କରିବାକୁ ଚାହୁଁଛନ୍ତି ତେବେ ଆନିମଲ ଇନ୍‌ସ୍ପାୟର୍ଡ ପେଣ୍ଡେଣ୍ଟ ଟ୍ରାଏ କରିପାରିବେ। ଏହାର ସେମି ପ୍ରିସିଅସ୍‌ ଓ ପ୍ରିସିଅସ୍‌ ପେଣ୍ଡେଣ୍ଟ ଆପଣ ପାଇଯିବେ। ରୋରିଂ ଲାୟନ ବା ଗର୍ଜନ କରୁଥିବା ସିଂହଠୁ ଆରମ୍ଭ କରି ରାବିଟ୍‌, ଡ୍ରାଗନ୍‌, ସ୍ନେକ୍‌ ଭଳି ଅନେକ ପ୍ରକାରର ପେଣ୍ଡେଣ୍ଟ ମିଳୁଛି। ନିଜ ପର୍ସନାଲିଟିକୁ ସୁଟ୍‌ କଲାଭଳି ପେଣ୍ଡେଣ୍ଟ ଆପଣ ବାଛିପାରିବେ।

ନେକ୍‌ଲେସ୍‌: ନିକଟରେ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ କ୍ରୋକୋଡାଇଲ୍‌ ନେକ୍‌ଲେସ୍‌ ପିନ୍ଧି ବଲିଉଡ ଅଭିନେତ୍ରୀ ଊର୍ବଶୀ ରୌତେଲା ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଏହି ନେକ୍‌ଲେସ୍‌ ତାଙ୍କୁ ଡିଫରେଣ୍ଟ ଲୁକ୍‌ ଦେଉଥିଲା। ସେହିଭଳି କ୍ରିତି ସାନନ୍‌୍‌ଙ୍କ ସ୍ନେକ ନେକ୍‌ଲେସ୍‌ ବି ତାଙ୍କୁ ବେଶ୍‌ ମାନୁଥିଲା। ଆଜିକାଲି ଏହିଭଳି ନେକ୍‌ଲେସ୍‌ର ଫ୍ୟାଶନ୍‌ ଚାଲିଛି। ତେଣୁ ଏହାକୁ ଟ୍ରାଏ କରିପାରିବେ।

ବ୍ରୁଚ୍‌: ହାତୀ, ସିଂହ, ମୟୁର, ଡଲଫିନ୍‌ ପରି ବିଭିନ୍ନ ପ୍ରକାରର ଆନିମଲ୍‌ ବ୍ରୁଚ୍‌ ବଜାରରେ ଉପଲବ୍ଧ ହେଉଛି। ନିଜ ବଜେଟ୍‌ ଅନୁସାରେ ସୁନା, ହୀରା ଅବା ପ୍ଲାଟିନମ୍‌ର ବ୍ରୁଚ୍‌ ପୋଷାକରେ ବ୍ୟବହାର କରିପାରିବେ। ଏହା ଆପଣଙ୍କ ଷ୍ଟାଟସ୍‌କୁ ବି ଦର୍ଶାଇବ।

ଆଙ୍କଲେଟ୍‌: ପାଦକୁ ଷ୍ଟାଇଲିଶ୍‌ ଲୁକ୍‌ ଦିଏ ଆଙ୍କଲେଟ୍‌। ତେବେ ଆଜିକାଲି ମିଳୁଥିବା ଡଲଫିନ୍‌, ସ୍ନେକ ପରି ଡିଜାଇନ୍‌ର ଆଙ୍କଲେଟ୍‌ ଫଙ୍କି ଲୁକ୍‌ ଦେବା ସହ ପାଦକୁ ଆକର୍ଷକ ବି କରୁଛି। ତେଣୁ ଏହାକୁ ଟ୍ରାଏ କରିପାରିବେ।

ବ୍ରେସ୍‌ଲେଟ୍‌: ଲେପର୍ଡ, ସିଂହ, ସାପ, ପ୍ରଜାପତି, ଡଲଫିନ୍‌ ଭଳି ବିଭିନ୍ନ ପ୍ରାଣୀଙ୍କ ଡିଜାଇନ୍‌ର ବ୍ରେସଲେଟ୍‌ ଆଜିକାଲି ବଜାରରେ ଉପଲବ୍ଧ ହେଉଛି। ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ପିନ୍ଧୁଥିବା ଦେଖିବାକୁ ମିଳେ। ଏହାକୁ ବି ଟ୍ରାଏ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri