ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍‌ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍‌ ୧୯୮୪ ମେ’ ୧୯ରେ ଅନିଲ କପୁର ସୁନିତାଙ୍କୁ ବିବାହ କରିଥିଲେ। ଆଜି ଏହି ସୁପରହିଟ୍‌ ଦମ୍ପତି ୩୮ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ସୁନିତା ସୋସିଆଲ ମିଡିଆରେ ନୂଆ ପୁରୁଣା କିଛି ଫଟୋ ଶେୟାର କରି ଅନିଲଙ୍କୁ ବିବାହ ବାର୍ଷିକୀରେ ତାଙ୍କର ସର୍ବୋତ୍ତମ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ସେମାନଙ୍କର ଦାମ୍ପତ୍ୟ ଜୀବନ କେତେ ଖୁସି ତାହା ଏହି ପୋଷ୍ଟରେ ଦର୍ଶାଯାଇଛି।

ଅନିଲ-ସୁନିତାଙ୍କ ଯୋଡ଼ି ବଲିଉଡ୍‌ର ସଫଳ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କ ପ୍ରେମ ଏବଂ ବିବାହର କାହାଣୀ ଫିଲ୍ମଠୁ ବି କମ୍‌ ନୁହେଁ। ଅନିଲ ଏବଂ ସୁନିତା ୧୧ ବର୍ଷ ଡେଟିଂ କରିବା ପରେ ବିବାହ କରିଥିଲେ। ଯେତେବେଳେ ଅନିଲ ସଂଘର୍ଷ କରୁଥିଲେ, ସେତେବେଳେ ତାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଅନିଲ ନିଜକୁ ପ୍ରତିଷ୍ଠିତ କରିବାରେ ବ୍ୟସ୍ତ ଥିବା ବେଳେ ସୁନିତା ମଧ୍ୟ ମଡେଲିଂ ଦୁନିଆରେ ପାଦ ଦେଉଥିଲେ। କୁହାଯାଏ, ବିଫଳତା ସମୟରେ ସୁନିତା ଅନିଲଙ୍କୁ ବହୁତ ସମର୍ଥନ କରିଥିଲେ। ଯେଉଁଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ନାୟିକାଙ୍କ ସହ କାମ କରିବା ପରେ ମଧ୍ୟ ସେ ତାଙ୍କ ପ୍ରେମିକାଙ୍କୁ ଜୀବନସାଥୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

କରୋନାରେ ଏହି ପ୍ରସିଦ୍ଧ ଅଭିନେତା ଭାଇଙ୍କ ପରଲୋକ

ବଲିଉଡ୍‌ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କର ମୃତ୍ୟୁ ଘଟିଛି। ସେ କରୋନା ପଜିଟିଭ ଥିଲେ। ତାଙ୍କୁ ୮୦ ବର୍ଷ ହୋଇଥିଲା।ଅସଲମଙ୍କ ବଡ...

ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ।...

ମୁଡ୍‌ ବଦଳାଉଛନ୍ତି କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କର ଏବେ ମୁଡ୍‌ ବଦଳିଥିବା ଆଲୋଚନା ହେଉଛି। ପୂର୍ବରୁ ‘କୁଛ କୁଛ ହୋ ତା ହୈ’, ‘କଭି ଅଲ୍‌ବିଦା...

ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି

‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍‌ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ...

ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ...

ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ୫୫ ବର୍ଷରେ ପାଦ ରଖିଛନ୍ତି ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ ସୀମା ବିଶ୍ୱାସ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସୀମା...

ପ୍ରିୟଙ୍କାଙ୍କୁ କିଛି ନ କହିବାକୁ ସଲମାନଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ସବୁବେଳେ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନରେ ବେଳେବେଳେ କିଛି ନା କିଛି ବିବାଦ ଉପୁଜିଥାଏ। ଯେଉଁଥିରେ କି...

Advertisement
Archives

Model This Week