Posted inଜାତୀୟ

ଜାମିନ ପରେ ବି ଜେଲରେ ରହିବେ ଅନୀଲ ଦେଶମୁଖ…

ମୁମ୍ବାଇ,୪।୧୦ : ଅର୍ଥ ହେରଫେର ମାମଲାରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଇଡି ମାମଲାରେ ଏହି ଜାମିନ ପ୍ରଦାନ କରାଯାଇଛି। କିନ୍ତୁ ସିବିଆଇ ମାମଲାରେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମିନ ମିଳି ନାହିଁ। ତେଣୁ ତାଙ୍କୁ ଏବେ ଜେଲରେ ରହିବାକୁ ପଡ଼ିବ।

ଦେଶମୁଖଙ୍କୁ ନଭେମ୍ବର ୨୦୨୧ରେ ଇଡି ଯାଞ୍ଚ ପରେ ଗିରଫ କରାଯାଇଥିଲା, ଯାହା ପରେ ସେ ନ୍ୟାୟିକ ହେପାଜତରେ ଥିଲେ। ବ୍ୟାପକ ଅର୍ଥ ହେରଫେର ଅଭିଯୋଗରେ ତାଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଥିଲା। ଇଡି ଅନୁଯାୟୀ, ସେ ମୁମ୍ବାଇର ବିଭିନ୍ନ ବାର ଏବଂ ରେଷ୍ଟୁରାଣ୍ଟରୁ ପ୍ରାୟ ୪.୭ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏହା ସହିତ ସେ ନାଗପୁରରେ ଥିବା ତାଙ୍କ ପରିବାର ଦ୍ୱାରା ନିୟନ୍ତ୍ରିତ ଏକ ଶିକ୍ଷାନୁଷ୍ଠାନ ଶ୍ରୀ ସାଇ ଏଜୁକେଶନ ଇନଷ୍ଟିଚ୍ୟୁଟକୁ ଏହି ଅର୍ଥକୁ ପ୍ରଦାନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଗତ ବର୍ଷ ମାର୍ଚ୍ଚରେ ଅଭିଯୋଗ କରିଥିଲେ ଯେ ରାଜ୍ୟ ଗୃହମନ୍ତ୍ରୀ ଥିବା ସମୟରେ ଅନୀଲ ସହରର ରେଷ୍ଟୁରାଣ୍ଟ ଏବଂ ବାରରୁ ମାସକୁ ୧୦୦ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିଲେ। ଏହି ଅଭିଯୋଗକୁ ଅନୀଲ ଅସ୍ବୀକାର କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇ ନିର୍ଦ୍ଦେଶ ଦେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି),...

ନେଇଗଲେ ମୋବାଇଲ ଟାଓ୍ବାର

ବେଙ୍ଗାଲୁରୁ,୨୨।୧: ବେଙ୍ଗାଲୁରୁରୁ ଚଳିତ ମାସରେ ୨ଟି ମୋବାଇଲ ଟାଓ୍ବାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ହ୍ବାଇଟ୍‌ ଫିଲ୍ଡ ଡିଭିଜନ ଅଧୀନ ମହାଦେବପୁରରୁ ଏକ ଟାଓ୍ବାର ଚୋରି...

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ...

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ନୂତନ ଶିକ୍ଷାନୀତି ନୂଆ ଭାରତର ମୂଳଦୁଆ’

ନୂଆଦିଲ୍ଲୀ, ୮।୮(ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି ନବଭାରତର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହିତ ଏଥିରେ ଥିବା ସଂସ୍କାରକୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ...

ଛୁଟି ନ ଥିବାରୁ ମାନସିକ ସନ୍ତୁଳନ ହରାଉଛନ୍ତି ଯବାନ…

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ କାରଣରୁ କ୍ରୋଧ ବଶତଃ...

ରଘୁବଂଶଙ୍କୁ ଝୁରୁଛନ୍ତି ଲାଲୁ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରତାପ ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଅଲଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ସେ...

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନୋମିକ୍ସ କନସୋର୍ଟିୟମ୍‌ (ଇନସାକୋଗ୍‌) ଏହାର ସର୍ବଶେଷ ସର୍ଭେ...

Advertisement
Archives

Model This Week