ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର

ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ବଲିଉଡ୍‌ ଓ ଓଲିଉଡ୍‌ର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାର। ଏନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନୁଗୋଳ ଷ୍ଟାଡିୟମକୁ ସାଜସଜ୍ଜା କରାଯାଉଛି। ବିଶ୍ୱକପ୍‌ ହକି ସାଙ୍ଗକୁ ଅନୁଗୋଳ ଜିଲା ୩୦ ବର୍ଷରେ ପଦାର୍ପଣ କରୁଥିବାରୁ ଏଥର ଜିଲା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବାର ଯୋଜନା କରାଯାଇଛି।
ଆସନ୍ତା ୧୮ ତାରିଖ ଉଦ୍‌ଘାଟନୀ ଦିନ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ମଶାଲକୁ ଶୋଭାଯାତ୍ରାରେ ଅଣାଯାଇ ମହୋତ୍ସବ ମଞ୍ଚରେ ସ୍ଥାପନ କରାଯିବ। ଏହାପରେ ସନ୍ଧ୍ୟାରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲିଉଡ ତାରକା କଣ୍ଠଶିଳ୍ପୀ ବିନି ଦୟାଲଙ୍କ ସହ ଅନୁଗୋଳିଆ ବଣ୍ଟି ମଞ୍ଚରେ ଦର୍ଶକଙ୍କୁ ମତୁଆଲା କରିବେ। ୧୯ ତାରିଖରେ ଇଣ୍ଡିଆନ୍‌ ଆଇଡଲର ସୁପରହିଟ୍‌ ଯୋଡ଼ି ପୱନଦୀପ ରାଜନ୍‌ ଓ ଅରୁନିତା କାଞ୍ଜିଲାଲ୍‌ଙ୍କ ସହ ସନ୍ତୁ ନିଜେ ଓ ରାଜୁ ଦାସ କମେଡ଼ି ପରିବେଷଣ କରିବେ। ୨୦ ତାରିଖରେ ବଲିଉଡ କଣ୍ଠଶିଳ୍ପୀ ରାଜ ବର୍ମାନଙ୍କ ସହ ରାପର୍‌ ଆର୍‌ସିଆର୍‌ ଓ ଓଲିଉଡ ଗାୟିକା ଗୌତ୍ତମ ଗିରି ଦଶକଙ୍କୁ ଝୁମାଇବେ। ୨୧ରେ ବଲିଉଡର ୟାସର ଦେଶାଇ ଓ ଓଲିଉଡର ଅର୍ପିତା ଚୌଧୁରୀ ଏବଂ ଉଦ୍‌ଯାପନୀ ସନ୍ଧ୍ୟାରେ ବଲିଉଡର କଣ୍ଠଶିଳ୍ପୀ ଆଶିଷ କୌର୍‌ ଓ ଓଲିଉଡ କଣ୍ଠଶିଳ୍ପୀ ଅବିନାସ ଦାସ ସେମାନଙ୍କର ଦମ୍‌ଦାର ପ୍ରଦର୍ଶନ ଜିଲାବାସୀଙ୍କୁ ଦେଖାଇବେ। ଏହାଛଡ଼ା ଜିଲାର ୧୦ଟି ଲୋକ ନୃତ୍ୟ ଦଳ ଏଥିରେ ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ମହୋତ୍ସବରେ ପ୍ରବଳ ଜନଗହଳି ହେବାର ସମ୍ଭାବନା ଥିବାରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ତେବେ ଅନୁଗୋଳ ମହୋତ୍ସବରେ ଯୋଗଦେବାକୁ ଥିବା କଳାକାରମାନେ ସ୍ବତନ୍ତ୍ର ଭାବେ ଭିଡିଓ ‘ମୁଁ ଅନୁଗୋଳ ଆସୁଛି’ ବୋଲି ଜାରି କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ଷ୍ଟାଡିୟମ ପରିସରରେ ଥିବା ଅନୁଗୋଳ ହାଇସ୍କୁଲ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବ। ଏଥିରେ ଦେଢ଼ଶହରୁ ଊର୍ଦ୍ଧ୍ୱ ଷ୍ଟଲ କରାଯାଇଛି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଳାକାରଙ୍କୁ ନେଇ ଚାଲିଥିବା ପ୍ରତିଯୋଗିତା ଶେଷ ହେବା ସହ ଯୋଗ୍ୟଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରାଯାଇଛି। ମଙ୍ଗଳବାର ଅନୁଗୋଳ ପୌରପାଳିକାର ମୋ ସରକାର ସେଲ୍‌ରେ ସେମାନଙ୍କୁ ପାସ୍‌ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri