Posted inଖେଳ

ଥମୁନି ବିଶ୍ୱକପ୍‌ର ‘ଟାଇମ୍‌ ଆଉଟ୍‌’ ବିବାଦ: ସାକ୍ଷ୍ୟ ଦେଲେ ମାଥ୍ୟୁସ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୧: ଥମିବାର ନାଁ ନେଉନାହିଁ ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦ। ବାଲାଂଦେଶ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ଏହାକୁ ନେଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ପ୍ରସଙ୍ଗରେ ମାଥ୍ୟୁସ ପ୍ରଥମେ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏବେ ଅମ୍ପାୟାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ସମୟ ଥାଇ କ୍ରିଜ୍‌ରେ ପହଞ୍ଚିଥିଲେ ବୋଲି ଭିଡିଓ ସାକ୍ଷ୍ୟ ଥିବା ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

କ୍ରିକେଟ ଇତିହାସରେ କେବେ ଦେଖାଯାଇ ନ ଥିବା ଏକ ବିଚିତ୍ର ଘଟଣାକ୍ରମରେ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନଙ୍କ ଅପିଲ ପରେ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ବୋଲି ଘୋଷଣା କରାଯାଇଥିଲା। ଏହା ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ଘଟିଥିଲା। ଶାକିବ ନିଜ ଓଭରର ଦ୍ୱିତୀୟ ବଲ୍‌ରେ ସାଦିରା ସମରଓ୍ବିକ୍ରମଙ୍କୁ ଆଉଟ୍‌ କରିଥିଲେ। ଏହାପରେ ମାଥ୍ୟୁସ ମଇଦାନକୁ ଆସିଥିଲେ। ହେଲେ ସେ ଖେଳିବା ପୂର୍ବରୁ ପିନ୍ଧିଥିବା ହେଲମେଟର ପଟି ଛିଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସେ ଅମ୍ପାୟାରଙ୍କଠାରୁ ଅନୁମତି ନ ନେଇ ନୂଆ ହେଲମେଟ ମଗାଇଥିଲେ। ନିୟମ ମୁତାବକ ଖେଳାଳିଙ୍କୁ ୨ ମିନିଟ୍‌ ଭିତରେ ଷ୍ଟ୍ରାଇକ୍‌ରେ ଆସିବାକୁ ପଡ଼ିଥାଏ। ଏହି ମାମଲାରେ ଚତୁର୍ଥ ଅମ୍ପାୟାରଙ୍କ ମୁତାବିକ ହେଲମେଟ ଆଣିବା ପୂର୍ବରୁ ମାଥ୍ୟୁସ ବିଳମ୍ବ କରିଥିଲେ। ହେଲେ ମାଥ୍ୟୁସ ଏହାକୁ ସ୍ବୀକାର କରିନାହାନ୍ତି। ସେ ଭିଡିଓ ସାକ୍ଷ୍ୟ ଶେୟାର କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

‘ଏକ୍ସ(ପୂର୍ବରୁ ଟୁଇଟର)ରେ ସେ କହିଛନ୍ତି, ‘ଏଠାରେ ଚତୁର୍ଥ ଅମ୍ପାୟାର ଭୂଲ। ଭିଡିଓରୁ ଜଣାପଡ଼ୁଛି ଯେ ହେଲମେଟ ଖରାପ ହେବା ପରେ ବି ମୋ ପାଖରେ ୫ ସେକେଣ୍ଡ ଥିଲା। ଅମ୍ପାୟାର ମହୋଦୟ କ’ଣ ଏଥିରେ ସୁଧାର ଆଣିପାରିବେ। ମୋର ଅର୍ଥ ହେଉଛି ସୁରକ୍ଷା ପ୍ରଥମେ କାରଣ ହେଲମେଟ ବିନା ମୁଁ ବୋଲରଙ୍କ ସାମ୍ନା କରିପାରି ନ ଥାନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri