ସାଇବର ଠକଙ୍କ ଜାଲରେ ଆଶା, ଅଙ୍ଗନଓ୍ବାଡି କର୍ମୀ: ଟଙ୍କା ଦେବାକୁ କହି ଲୁଟିନେଲେ ୧୪ହଜାର

ପାତ୍ରପୁର, ୨୦ା୭(ଡି.ଏନ୍‌.ଏ.)- ମୁଁ ବିଡିଓ କହୁଛି, ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର କିଣିବା ପାଇଁ ତୁମ ଆକାଉଣ୍ଟକୁ ୧୫ହଜାର ଟଙ୍କା ପଠାଯିବ କହି ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟରୁ ୧୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।
ବୁରୁପଡା ଗ୍ରାମର ଆଶାକର୍ମୀଙ୍କ ମୋବଇଲକୁ ଗତ ୨ଦିନ ତଳେ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ବିଡ଼ିଓ ପରିଚୟ ଦେଇ ସମ୍ପୃକ୍ତ ବ୍ୟକ୍ତି ୧୫ହଜାର ଟଙ୍କା ଛଡାଯିବ କାନାରା ବ୍ୟାଙ୍କର ଏଟିଏମ୍‌ ନମ୍ବର ଦେବାକୁ କହିଥିଲେ। ଆଶାକର୍ମୀ ଜଣକ କାନାରା ବ୍ୟାଙ୍କ ଏଟିଏମ୍‌ ନଥିବା କହିବା ପରେ ସମ୍ପର୍କୀୟଙ୍କ ନମ୍ବର ଦେବାକୁ କହିଥିଲେ। ଆଶାକର୍ମୀ ଜଣକ ଅଙ୍ଗନଓ୍ବାଡି କର୍ମୀଙ୍କୁ ଫୋନ ଦେଇଥିଲେ। ବିଡ଼ିଓଙ୍କ ଫୋନ କଲ ଭାବି ଅଙ୍ଗନବାଡି କର୍ମୀ ଜଣକ ନିଜର ଏବଂ ଗ୍ରାମର ଜଣେ ଯୁବକଙ୍କ ଏଟିଏମ୍‌ ନମ୍ବର ଓ ଓଟିପି ଦେବାପରେ ଉଭୟ ଆକାଉଣ୍ଟରୁ ୭ହଜାର ଲେଖାଏ ଟଙ୍କା ଗାଏବ ହୋଇଯାଇଥିଲା।
ସେହିପରି କନିରିଡାରେ ମଧ୍ୟ ସମାନ ଢଙ୍ଗରେ ଆଶାକର୍ମୀଙ୍କୁ ପ୍ରଥମେ କଲ୍‌ ଆସିଥିଲା। ସେ ଅଙ୍ଗନଓ୍ବାଡି କର୍ମୀ ମଞ୍ଜୁଶ୍ରୀ ମହାରଣାଙ୍କୁ ଫୋନ ଦେବାରୁ ଏହା ବିଡ଼ିଓଙ୍କ ନମ୍ବର ନୁହେଁ ବୋଲି କହିବାରୁ ଠକ ଜଣକ ଫୋନ୍‌ କାଟି ଦେଇଥିଲେ। ଅଙ୍ଗନବାଡି କର୍ମୀ ଏନେଇ ସିଡ଼ିପିଓଙ୍କୁ ଜଣାଇବା ସହ ବ୍ଲକର ବିଭିନ୍ନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଉକ୍ତ ନମ୍ବର ଦେଇ ସଚେତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri