ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବି: ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବାଲେଶର ଅଫିସ, ୫।୧: ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି ନେଇ ମଙ୍ଗଳବାର ବାଲିଆପାଳ ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି। ଧାରଣାରତ ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି ଯେ, ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ନାମରେ ପୂର୍ବରୁ ଦୁର୍ନୀତି କାରବାରରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହୋଇଥିଲା। କେନ୍ଦ୍ରକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଠିକ୍‌ ଭାବେ ବଣ୍ଟନ କରୁ ନ ଥିଲେ, ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇ ଥିଲା। ତାଙ୍କ ସ୍ଥାନରେ ଜାମକୁଣ୍ଡା- ୨ ଅଙ୍ଗନବାଡି କର୍ମୀ କାର୍ଯ୍ୟ ତୁଲାଉଥିଲେ। ମାତ୍ର ପୂନର୍ବାର ଗ୍ରାମବାସୀଙ୍କ ଅଗୋଚରରେ ପୁଣି ସେହି ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରେ ଯୋଗଦେଇ ଥିଲେ। ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବାଧ୍ୟ ହୋଇ ତୁରନ୍ତ ବହିଷ୍କାର ଦାବି ନେଇ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି ବୋଲି ଗ୍ରାମବାସୀ ଲକ୍ଷ୍ମୀ ଦଳାଇ, ପ୍ରଦୀପ୍ତ କିଶୋର ରାଜ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri