ଅଙ୍ଗନଓ୍ବାଡି ପିଲାଙ୍କୁ ପୋକ ସାଲୁବାଲୁ ଛତୁଆ

କେନ୍ଦ୍ରାପଡ଼ା,୨୦ା୭(ଜଗନ୍ନାଥ ଧଳ)ସମନ୍ବିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ, ସୁଜି ହାଲୁଆ ଓ ବାଦାମଲଡୁ ଯୋଗାଇ ଦିଆଯାଉଛି। ଏହାର ପ୍ରସ୍ତୁତି ନିମନ୍ତେ ମିଶନଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ରରେ ବଣ୍ଟନ କରାଯାଉଥିବା ଛତୁଆ ଓ ସୁଜିରୁ ପୋକ ବାହାରୁଛି ା ଖାଇଲା ବେଳକୁ ଗମରା ଲାଗୁଛି । ଏଭଳି ଅଭିଯୋଗ ଆସିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୭ନଂ. ୱାର୍ଡ ତଳବାଲିପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରରୁ ା ଗତ କିଛିଦିନ ଧରି କେନ୍ଦ୍ରରେ ଦିଆଯାଇଥିବା ସୁଜିରେ ପୋକ ସାଲୁବାଲୁ ହେଉଛି । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ତଳବାଲିପଡ଼ା ଗ୍ରାମର ପାରେଶ୍ୱର ବିଶ୍ୱାଳ, ସୌମ୍ୟରଞ୍ଜନ ବିଶ୍ୱାଳ, ସୋଭାଗ୍ୟ ବିଶ୍ୱାଳ, ନରେଶ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ଟୁଟୁୁ ବିଶ୍ୱାଳ ପ୍ରମୁଖ କହିଛନ୍ତି, ୭ ନଂ. ୱାର୍ଡ ଅଙ୍ଗନୱାଡି କେନ୍ଦ୍ରରେ ଥିବା ୧୫ ଜଣ ଶିଶୁଙ୍କ ପରିବାରକୁ ଗତ ୨ ମାସ ହେବ ନିମ୍ନମାନର ଛତୁଆ ଓ ସୁଜି ହାଲୁଆ ବଣ୍ଟନ କରାଯାଉଛି। ଯେଉଁଥିରେ ପୋକ ସାଲୁବାଲୁ ହେଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ପ୍ୟାକେଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ତିଆରି ହେବାର ମାସେ ଭିତରେ ଖାଦ୍ୟ ବ୍ୟବହାର କରିବା କଥା ା ମାତ୍ର ପ୍ରସ୍ତୁତି କେବେ ହୋଇଛି ତାହାର କିଛି ସୂଚନା ନାହଁି ା ପ୍ୟାକେଟରେ ତାରିଖ ଓ ମାସ ସ୍ଥାନରେ କିଛି ଉଲ୍ଲେଖ ନ ଥିବା ବେଳେ ପେନ୍‌ରେ ପ୍ରସ୍ତୁତି ତାରିଖ ଲେଖା ରହିଛି। ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ବୁଢୀ ଜାଗୁଳାଇ ସ୍ବୟଂ ସହାୟିକା ଗୋଷ୍ଠୀ (ଖ) ସାତକୁଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ୟାକେଟରେ ସ୍ପଷ୍ଟ ଭାବେ ଏହା ଉଲ୍ଲେଖ ରହିଛି। ପ୍ରତିମାସରେ ଛତୁଆ ଓ ହାଲୁଆ ପ୍ରସ୍ତୁତ କରିବାର ନିୟମ ଥିଲେ ସୁଦ୍ଧା ଏହା ନ କରି ପୁରୁଣା ଷ୍ଟକକୁ ସ୍ବୟଂ ସହାୟକ ଗୋଷ୍ଠୀ ଶିଶୁମାନଙ୍କୁ ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ମିଳୁଥିବା ହାଲୁଆ ଯଦି ଏତେ ନିମ୍ନମାନର ତେବେ ପ୍ରସୂତି ମହିଳାଙ୍କୁ ମିଳୁଥିବା ଛତୁଆ, ଲଡୁ କେତେ ସ୍ବାସ୍ଥ୍ୟ ଉପଯୋଗୀ ତାହା ସହଜେ ଅନୁମେୟ। ସରକାର ଏପରି ନିମ୍ନମାନର ଜିନିଷ ମାଗଣାରେ ଦେବା କିଛି ମୂଲ୍ୟ ନାହିଁ ବୋଲି ସେମାନେ କହିଛନ୍ତି ା ଏ ନେଇ ତଳବାଲିପଡା ଅଙ୍ଗନୱାଡି ସହାୟିକାଙ୍କୁ ପଚାରିବାରୁ ସେ କୁହନ୍ତି, ଛତୁଆ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସେଣ୍ଟରକୁ ଯାହା ଯୋଗାଇ ଦିଆଯାଉଛି ସେ ଲୋକଙ୍କୁ ତାହା ଦେଉଛନ୍ତି ା ଏ ବିଷୟରେ ସେ ଅବଗତ ନାହାନ୍ତି ା ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ା ଏବାବଦରେ ସିଡିପିଓ ମନୋରମା ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଅଳ୍ପଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି ା ଯେଉଁ ଅଭିଯୋଗ ଆସିଛି ସେ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ । ତଦନ୍ତ କରାଯିବ ା ଯଦି ଭୁଲ ଥାଏ ତେବେ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଭାବକ ନରେଶ ବିଶ୍ୱାଳ କୁହନ୍ତି, ଗତ ୧୫ ଦିନ ହେବ ସୁପରଭାଇଜର, ନୂଆ ସିଡିପିଓ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି ା ଗୁରୁବାର ୧୫ ଜଣ ଅଭିଭାବକ ମିଳିତ ଭାବେ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଏ ସଂକ୍ରାନ୍ତରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri