ବିନା ସରକାରୀ କୋଠାରେ ମାଳମାଳ ଅଙ୍ଗନଓ୍ବାଡି କେନ୍ଦ୍ର

ପାରାଦୀପ,୧୨ା୪(ସ୍ବ.ପ୍ର.):ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ପୌରାଞ୍ଚଳରେ ଶିଶୁ ବିକାଶ ଯୋଜନା ପ୍ରହସନ ପାଲଟିଛି। ୨୦୧୧ରୁ ପୌରାଞ୍ଚଳରେ ସରକାରୀ ଭାବେ ୮୪ କେନ୍ଦ୍ର ଚାଲିଛି। କିନ୍ତୁ ଗୋଟିଏବି ସରକାରୀ କୋଠା ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କେଉଁଠି ଦେଖିବାକୁ ମିଳିନାହିଁ। ଏସବୁ କେନ୍ଦ୍ର ପାଇଁ କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି। ପ୍ରତି ମାସରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ, ଖେଳନା, ଜୋତା, ବହି, ଖାତା ଆଦି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି। ରାଜ୍ୟ ସରକାର ଗତମାସ ୨୮ରୁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବେ ବୋଲି ଘୋଷଣା କରିଥିଲେ। ମାତ୍ର ପାରାଦୀପରେ ସୋମବାର ସୁଦ୍ଧା କେଉଁଠି କେନ୍ଦ୍ର ଚାଲୁ ନ ଥିବା ଦେଖିବାକୁ ମିଳିଛି।
ଏହି ପୌରାଞ୍ଚଳରେ ୨୦୧୧ ପର୍ଯ୍ୟନ୍ତ ୧୭ଟି ବାଲ୍‌ ବାଡି କେନ୍ଦ୍ର ଥିଲା। ସେତେବେଳେ ବାଲ୍‌ ବାଡି କର୍ମୀ ନିଯୁକ୍ତିକୁ ନେଇ ବିବାଦ ଉପୁଜିଥିଲା। ପରେ ତତ୍କାଳୀନ ଜିଲା ପ୍ରଶାସନ ବାଲ୍‌ ବାଡି କେନ୍ଦ୍ର ବନ୍ଦ କରି ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ପାଇଁ ଘୋଷଣା କରିଥିଲେ। ଏହି ପୌରାଞ୍ଚଳର ୧୯ ଟି ଓ୍ବାର୍ଡରେ ୯୪ ଟି ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୮୪ କେନ୍ଦ୍ର ଖୋଲି ସାରିଲାଣି। କିନ୍ତୁ କୌଣସି ଓ୍ବାର୍ଡରେ ସରକାରୀ କୋଠା ହୋଇନାହିଁ। ଓ୍ବାର୍ଡର ବସ୍ତିରେ ଥିବା କର୍ମୀଙ୍କ ଚାଳଘରକୁ କେନ୍ଦ୍ର ବୋଲି ଦର୍ଶାଯାଇଛି। ସେହି ଘରେ ପିଲାଙ୍କ ପଢ଼ିବା ଓ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ପାରାଦୀପରେ ଷଣ୍ଢକୁଦ ଓ ଅଠରବାଙ୍କି ଲକପଡା ବସ୍ତିରେ ହାତ ଗଣତି ଅଙ୍ଗନଓ୍ବାଡ଼ିକର୍ମୀଙ୍କ ଘରେ ସ୍ବଳ୍ପ ସଂଖ୍ୟକ ପିଲା ପଢ଼ୁଥିବା ବେଳେ ଅନ୍ୟ କୌଣସି ଜାଗାରେ ଏହାର ଦୃଷ୍ଟାନ୍ତ ମିଳିନାହିଁ। ମଧୁବନ ନୂଆବଜାର ଓ ପୋର୍ଟ ଟାଉନଶିପରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବା ଭଳି କୌଣସି ପିଲା ନାହାନ୍ତି। କିନ୍ତୁ ଏହି ଦୁଇଟି ବଡ କଲୋନୀରେ ପାଖାପାଖି୨୦ କେନ୍ଦ୍ର ରହିଛି। ନୂଆବଜାର ହରିବୋଲିଆ ମଠ ପାଖରେ ମାତ୍ର ୧୦୦ ମିଟର ବ୍ୟବଧାନରେ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି। କିନ୍ତୁ କେବେ ଉକ୍ତ କେନ୍ଦ୍ରକୁ ଶିଶୁ ଯିବା ଦେଖିବାକୁ ମିଳିନାହିଁ।
ମାତ୍ର ଏସବୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅନେକ ସରକାରୀ ଅର୍ଥ ଆସିଥାଏ। ପ୍ରତି ପିଲାଙ୍କ ଖାଇବା ପାଇଁ ୭ ଟଙ୍କା ୪୦ ପଇସା, ଅଲଗା ଭାବେ ପୋଷାକ, ଜୋତା, ଖେଳଣା, ଛତୁଆ ଆଦି ଆସିଥାଏ। ଉକ୍ତ ଅର୍ଥ କାରବାର ପାଇଁ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ ଦରକାର। ଅଙ୍ଗନଓ୍ବାଡି କର୍ମୀ ଓ ସ୍ଥାନୀୟ କାଉନସିଲର ଏହି ଆକାଉଣ୍ଟରେ ଦସ୍ତଖତ କରି ଅର୍ଥ ଉଠାଣ କରିଥାନ୍ତି। ଏମିତି କିଛି ଓ୍ବାର୍ଡ କାଉନସିଲର ଦସ୍ତଖତ କଲାବେଳେ କିଛି ଅର୍ଥ ନେଇଥାନ୍ତି ବୋଲି ଅଭିଯୋଗ ହୁଏ। ପାରାଦୀପରେ ଅଙ୍ଗନଓ୍ବାଡି କେନ୍ଦ୍ର କୋଠା ନ ହେବା ଓ ନ ଚାଲିବା ପ୍ରସଙ୍ଗରେ ସିଡିପିଓ ତନୁପ୍ରଭା ବେଉରା କୁହନ୍ତି, ପାରାଦୀପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱୈତ ଶାସନ ଚାଲୁଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରିବାରେ ବାଧା ଉପୁଜିଛି। ଯେଉଁଠାରେ ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ପରିଚାଲନା କରୁଛନ୍ତି, ସେଠାରେ ପିଲା ପାଠ ପଢ଼ୁଥିବା ନେଇ ରିପୋର୍ଟ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri