ବିନା ସରକାରୀ କୋଠାରେ ମାଳମାଳ ଅଙ୍ଗନଓ୍ବାଡି କେନ୍ଦ୍ର

ପାରାଦୀପ,୧୨ା୪(ସ୍ବ.ପ୍ର.):ରାଜ୍ୟର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ପାରାଦୀପ ପୌରାଞ୍ଚଳରେ ଶିଶୁ ବିକାଶ ଯୋଜନା ପ୍ରହସନ ପାଲଟିଛି। ୨୦୧୧ରୁ ପୌରାଞ୍ଚଳରେ ସରକାରୀ ଭାବେ ୮୪ କେନ୍ଦ୍ର ଚାଲିଛି। କିନ୍ତୁ ଗୋଟିଏବି ସରକାରୀ କୋଠା ଥିବା ଅଙ୍ଗନଓ୍ବାଡି କେନ୍ଦ୍ର କେଉଁଠି ଦେଖିବାକୁ ମିଳିନାହିଁ। ଏସବୁ କେନ୍ଦ୍ର ପାଇଁ କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି। ପ୍ରତି ମାସରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ, ଖେଳନା, ଜୋତା, ବହି, ଖାତା ଆଦି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି। ରାଜ୍ୟ ସରକାର ଗତମାସ ୨୮ରୁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବେ ବୋଲି ଘୋଷଣା କରିଥିଲେ। ମାତ୍ର ପାରାଦୀପରେ ସୋମବାର ସୁଦ୍ଧା କେଉଁଠି କେନ୍ଦ୍ର ଚାଲୁ ନ ଥିବା ଦେଖିବାକୁ ମିଳିଛି।
ଏହି ପୌରାଞ୍ଚଳରେ ୨୦୧୧ ପର୍ଯ୍ୟନ୍ତ ୧୭ଟି ବାଲ୍‌ ବାଡି କେନ୍ଦ୍ର ଥିଲା। ସେତେବେଳେ ବାଲ୍‌ ବାଡି କର୍ମୀ ନିଯୁକ୍ତିକୁ ନେଇ ବିବାଦ ଉପୁଜିଥିଲା। ପରେ ତତ୍କାଳୀନ ଜିଲା ପ୍ରଶାସନ ବାଲ୍‌ ବାଡି କେନ୍ଦ୍ର ବନ୍ଦ କରି ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ପାଇଁ ଘୋଷଣା କରିଥିଲେ। ଏହି ପୌରାଞ୍ଚଳର ୧୯ ଟି ଓ୍ବାର୍ଡରେ ୯୪ ଟି ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ୮୪ କେନ୍ଦ୍ର ଖୋଲି ସାରିଲାଣି। କିନ୍ତୁ କୌଣସି ଓ୍ବାର୍ଡରେ ସରକାରୀ କୋଠା ହୋଇନାହିଁ। ଓ୍ବାର୍ଡର ବସ୍ତିରେ ଥିବା କର୍ମୀଙ୍କ ଚାଳଘରକୁ କେନ୍ଦ୍ର ବୋଲି ଦର୍ଶାଯାଇଛି। ସେହି ଘରେ ପିଲାଙ୍କ ପଢ଼ିବା ଓ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ପାରାଦୀପରେ ଷଣ୍ଢକୁଦ ଓ ଅଠରବାଙ୍କି ଲକପଡା ବସ୍ତିରେ ହାତ ଗଣତି ଅଙ୍ଗନଓ୍ବାଡ଼ିକର୍ମୀଙ୍କ ଘରେ ସ୍ବଳ୍ପ ସଂଖ୍ୟକ ପିଲା ପଢ଼ୁଥିବା ବେଳେ ଅନ୍ୟ କୌଣସି ଜାଗାରେ ଏହାର ଦୃଷ୍ଟାନ୍ତ ମିଳିନାହିଁ। ମଧୁବନ ନୂଆବଜାର ଓ ପୋର୍ଟ ଟାଉନଶିପରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବା ଭଳି କୌଣସି ପିଲା ନାହାନ୍ତି। କିନ୍ତୁ ଏହି ଦୁଇଟି ବଡ କଲୋନୀରେ ପାଖାପାଖି୨୦ କେନ୍ଦ୍ର ରହିଛି। ନୂଆବଜାର ହରିବୋଲିଆ ମଠ ପାଖରେ ମାତ୍ର ୧୦୦ ମିଟର ବ୍ୟବଧାନରେ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି ବୋଲି ସରକାରୀ ରେକର୍ଡରେ ଦର୍ଶାଯାଇଛି। କିନ୍ତୁ କେବେ ଉକ୍ତ କେନ୍ଦ୍ରକୁ ଶିଶୁ ଯିବା ଦେଖିବାକୁ ମିଳିନାହିଁ।
ମାତ୍ର ଏସବୁ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅନେକ ସରକାରୀ ଅର୍ଥ ଆସିଥାଏ। ପ୍ରତି ପିଲାଙ୍କ ଖାଇବା ପାଇଁ ୭ ଟଙ୍କା ୪୦ ପଇସା, ଅଲଗା ଭାବେ ପୋଷାକ, ଜୋତା, ଖେଳଣା, ଛତୁଆ ଆଦି ଆସିଥାଏ। ଉକ୍ତ ଅର୍ଥ କାରବାର ପାଇଁ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟ ଦରକାର। ଅଙ୍ଗନଓ୍ବାଡି କର୍ମୀ ଓ ସ୍ଥାନୀୟ କାଉନସିଲର ଏହି ଆକାଉଣ୍ଟରେ ଦସ୍ତଖତ କରି ଅର୍ଥ ଉଠାଣ କରିଥାନ୍ତି। ଏମିତି କିଛି ଓ୍ବାର୍ଡ କାଉନସିଲର ଦସ୍ତଖତ କଲାବେଳେ କିଛି ଅର୍ଥ ନେଇଥାନ୍ତି ବୋଲି ଅଭିଯୋଗ ହୁଏ। ପାରାଦୀପରେ ଅଙ୍ଗନଓ୍ବାଡି କେନ୍ଦ୍ର କୋଠା ନ ହେବା ଓ ନ ଚାଲିବା ପ୍ରସଙ୍ଗରେ ସିଡିପିଓ ତନୁପ୍ରଭା ବେଉରା କୁହନ୍ତି, ପାରାଦୀପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱୈତ ଶାସନ ଚାଲୁଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ କରିବାରେ ବାଧା ଉପୁଜିଛି। ଯେଉଁଠାରେ ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ପରିଚାଲନା କରୁଛନ୍ତି, ସେଠାରେ ପିଲା ପାଠ ପଢ଼ୁଥିବା ନେଇ ରିପୋର୍ଟ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri