ବାରଦୁଆର ବୁଲି ଶିଶୁ ଭାଗ୍ୟ ଗଢ଼ୁଛନ୍ତି

ଆଳି, ୨୫ା୩(ଡି.ଏନ୍‌.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍‌ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହା ଦେଖିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ନ ଥିବା ପରି ଦୃଶ୍ୟମାନ ହେଉଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳରେ, ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ପତ୍ରପୁର ପଞ୍ଚାୟତରେ ଥିବା ବିଲିକଣା ଅଙ୍ଗନଓ୍ବାଡି କେନ୍ଦ୍ର।
ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଦୀର୍ଘ ୩ ବର୍ଷ ହେବ ବିପଦସଙ୍କୁଳ ଘୋଷିତ ହୋଇଥିଲେ ବି ତାହାର ବିକଳ୍ପ ବ୍ୟବସ୍ଥା କିଛି କରାଯାଇନାହିଁ। ଫଳରେ ବିଲିକଣା ଗଁାର ଶିଶୁମାନେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ଘରକୁ ଘର ବୁଲି ପାଠ ପଢ଼ୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଦିନ ଅଙ୍ଗନଓ୍ବାଡି କର୍ମୀ ପିଲାମାନଙ୍କୁ ନେଇ କୌଣସି ଲୋକଙ୍କୁ ଅନୁରୋଧ କରି ତାଙ୍କ ଘରେ ଶିକ୍ଷା ଦେଉଛନ୍ତି। ସବୁଦିନ ଜଣଙ୍କ ଘରେ ପଢ଼େଇ ହେଉ ନ ଥିବାରୁ ଦୈନିକ କର୍ମୀ ଜଣଙ୍କ କାହାକୁ ନା କାହାକୁ ଅନୁରୋଧ କରି ତାଙ୍କ ଘରେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ଯଦି ଝଡ଼ବର୍ଷା ହେଲା ସେହିଦିନ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠପଢ଼ା ବନ୍ଦ କରିବାକୁ ସେମାନେ ବାଧ୍ୟ ହୁଅନ୍ତି। ବେଳେବେଳେ ଏଭଳି ଦେଖିବାକୁ ମିଳିଛି ଯେ, ଶିଶୁମାନେ ରାସ୍ତାକଡ଼ରେ ପାଠ ପଢିଥା’ନ୍ତି। ଏଭଳି ୩ ବର୍ଷ ହେଲା ଚାଲିଆସୁଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନାହିଁ। ଗ୍ରାମର ଲୋକମାନେ ଏ ବିଷୟରେ ସିଡିପିଓ, ପଞ୍ଚାୟତ ସରପଞ୍ଚ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ଫଳ ମିଳୁନାହିଁ। ବିପଦସଙ୍କୁଳ ପୁରାତନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଭାଙ୍ଗି ନୂତନ ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ବି ତାହା କରାଯାଉନାହିଁ। ଏହାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଶିଶୁମାନେ ପ୍ରଭାବିତ ହେବା ସହ ଗର୍ଭବତୀ, ପ୍ରସୂତି, ଟିକାକରଣ, ମମତା ଦିବସ, ଅନ୍ନପ୍ରାଶନ, ସାଦଖିଆ ଭଳି ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ କରିବାରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ଗ୍ରାମର ସୌଭାଗ୍ୟ ରାଉତ କୁହନ୍ତି, ରାଜ୍ୟ ସରକାର ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ବିଲିକଣା ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି କ’ଣ ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ତାହା ଜଣାପଡୁନି। ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନ କ’ଣ ପାଇଁ ଶିଶୁମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସେହିପରି ଗ୍ରାମର କନକଲତା ସାହୁ କୁହନ୍ତି, ଅଙ୍ଗନଓ୍ବାଡି ଖୋଲିବା ନିମନ୍ତେ ବାରମ୍ବାର ଦାବି କରିବା ସହ ସରପଞ୍ଚ, ଗ୍ରାମ କମିଟି ମଧ୍ୟରେ ଅନେକଥର ବୈଠକ ହୋଇଥିଲେ ମଧ୍ୟ ଗୃହ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଅଭିଭାବକମାନଙ୍କୁ ପ୍ରତିଦିନ ଆ ଦୁଆର ତା’ ଦୁଆର ହୋଇ ପିଲାଙ୍କୁ ଶିକ୍ଷା ଦେବା ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ଅଙ୍ଗନଓ୍ବାଡି ଚାଲିଥିବା ଗୃହକର୍ତ୍ତା ବିଚିତ୍ରା ରାଉତ କୁହନ୍ତି, ଅଙ୍ଗନଓ୍ବାଡି କେନ୍ଦ୍ର ଯେତେବେଳେ ବିପଦସଙ୍କୁଳ ଘୋଷଣା ହୋଇଥିଲା ସେତେବେଳେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଢ଼ା ହେଉଥିଲା। ତାଙ୍କ ଘର ଭଙ୍ଗାଯିବାରୁ ସେ ତାଙ୍କ ଘରେ ଶିଶୁମାନଙ୍କ ପାଠ ପଢ଼ିବାକୁ ସୁଯୋଗ ଦେଇଥିଲେ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରି ଶିଶୁମାନଙ୍କୁ ସେଠାରେ ଶିକ୍ଷାଦାନର ବ୍ୟବସ୍ଥା କରାନ୍ତୁ। ଏ ସମ୍ପର୍କରେ ଆଳି ସିଡିପିଓ କଳ୍ପନା ଧଳଙ୍କୁ ଯୋଗାଯୋଗ କରିବାରେ ଅଫିସରେ ଅନୁପସ୍ଥିତ ଥିବାବେଳେ ଟେଲିଫୋନ ରିସିଭ୍‌ କରି ନ ଥିଲେ। ଏ ନେଇ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ନାହିଁ। ଏ ସଂକ୍ରାନ୍ତରେ ସେ ସିଡିପିଓ ଓ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଅଙ୍ଗନଓ୍ବାଡି କେନ୍ଦ୍ରର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri