ଓଡ଼ିଶା ସରକାରଙ୍କ ନିର୍ମାଣ କାର୍ଯ୍ୟରେ କାମ କରୁଛନ୍ତି ଆନ୍ଧ୍ର ଶ୍ରମିକ

ପଟ୍ଟାଙ୍ଗି, ୨୦।୩(ଡି.ଏନ୍‌.ଏ.): ସୀମାନ୍ତ ଗ୍ରାମଗୁଡିକରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରି ନିଜର ଉପସ୍ଥିତ ଜାହିର କରୁଥିବା ବେଳେ ଓଡିଶା ସରକାର ସୀମାନ୍ତ ଗ୍ରାମଗୁଡିକରେ କିପରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ତାହାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଉକ୍ତ ଉନ୍ନୟନ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ କାମ ମିଳୁନି। ପଡୋଶୀ ଆନ୍ଧ୍ର ରାଜ୍ୟର ଶ୍ରମିକଙ୍କୁ ଓଡ଼ିଶାର ଉନ୍ନୟନ ମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହା ହେଉଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତ ତାଡିବାଲାସା ଗ୍ରାମର ଦୃଶ୍ୟ।
ସୂଚନା ଅନୁଯାୟୀ ତାଡିବାଲସାରେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଉଛି। କିନ୍ତୁ ଉକ୍ତ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ କାମ ମିଳୁ ନ ଥିବାବେଳେ ପଡୋଶୀ ଆନ୍ଧ୍ରର ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଛି। ସୀମାନ୍ତ ଗ୍ରାମବାସୀଙ୍କୁ ଅଣଦେଖା କରିବା ସହ ବେରୋଜଗାର କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନେରେଡିବାଲସା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଘଟଣା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଅବଗତ ଥିଲେ ମଧ୍ୟ ଚୁପ୍‌ ରହୁଛନ୍ତି। ଏଥିସହ ନିର୍ମାଣ କାର୍ଯ୍ୟରେ କେଉଁ ଶ୍ରମିକ କେଉଁଠାରେ କାର୍ଯ୍ୟ କରିବ ଏହା ଠିକାଦାରଙ୍କ ଦାୟିତ୍ୱ ବୋଲି ବ୍ଲକ ପକ୍ଷରୁ କୁହାଯାଇଛି। ସୀମାନ୍ତ ଗ୍ରାମର ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ କରାଯାଉଛି ଦର୍ଶାଇ ବ୍ଲକ ପ୍ରଶାସନ ଜିଲା ଏବଂ ରାଜ୍ୟ ସରକାରଙ୍କ ପାଖରେ ବାହା ବାହାନେଉଛନ୍ତି। ପଡୋଶୀ ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମରେ ମାଳମାଳ ଯୋଜନା କରି ଗ୍ରାମବାସୀଙ୍କୁ ହାତେଇବା ପାଇଁ ଚେଷ୍ଟା କରୁଥିବାବେଳେ ଓଡିଶା ସରକାରଙ୍କ ପକ୍ଷରୁ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅଞ୍ଚଳବାସୀଙ୍କୁ କାମ ନ ମିଳିବା କେତେଦୂର ଠିକ୍‌ ବୋଲି ବିରୋଧୀ ରାଜନୈତିକ ଦଳଗୁଡିକ ପ୍ରଶ କରିଛନ୍ତି। ବ୍ଲକ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ଠିକାଦାରଙ୍କ ସହ ହାତ ମିଳାଇ ରାଜ୍ୟ ସରକାରଙ୍କ ପ୍ରକଳ୍ପର ଅର୍ଥକୁ ହରିଲୁଟ୍‌ କରୁଥିବା ବେଳେ ଜିଲା ପ୍ରଶାସନ ସବୁ ଜାଣି ଅଜଣା ରହିବା ସାଧାଣଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ତାଡିବାଲାସା ଗ୍ରାମର ଗ୍ରାମବାସୀ ସମାଲୁ ଖରା କହିଛନ୍ତି, ବ୍ଳକ ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ କାର୍ଯ୍ୟରେ ଆମେ ଗ୍ରାମବାସୀ କାମ ପାଉନୁ। ଏନେଇ ପ୍ରଶାସନକୁ ଜରାଇଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନେରେଡିବାଲାସା ଗ୍ରାମର ବିମାନା ମାଣିକ କହନ୍ତି, ସବୁବେଳେ ଏମିତି ହେଉଛି। ଉନ୍ନୟନ କାର୍ଯ୍ୟ କରୁଥିବା ଠିକାଦାର ଆନ୍ଧ୍ରରୁ ଲୋକ ଆଣି ଏଠାରେ କାମ କରୁଛନ୍ତି। ଆମେ ଗ୍ରାମବାସୀ ହାତବାନ୍ଧି ବସିଛୁ। କେବେ କେମିତି ସେ ସୀମାନ୍ତ ଆନ୍ଧ୍ରର କିଛି ଗ୍ରାମକୁ ଯାଇ କାମ କରିଥାନ୍ତି ବୋଲି ମାଣିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri